Mahila Naga Sadhu: ପୁରୁଷଙ୍କ ପରି ବି ଅଛନ୍ତି ମହିଳା ନାଗା ସାଧୁ(Mahila Naga Sadhu) । ଏମାନଙ୍କ ଦୁନିଆ ବଡ଼ ରହସ୍ୟମୟ ଅଟେ। ଶରୀରରେ ଶ୍ମଶାନର ପାଉଁଶ ବୋଳି, ରୁଦ୍ରାକ୍ଷ ମାଳା ପକାଇ,ଲମ୍ବା ଜଟରେ ରଖନ୍ତି ।  ଏହି ସାଧୁମାନେ ସାଧାରଣତଃ ସାଧାରଣ ଜୀବନଠାରୁ (Naga Sadhu Life) ଦୂରରେ ରୁହନ୍ତି ।  ମହିଳା ନାଗା ସାଧୁମାନଙ୍କୁ ଅନେକ ବର୍ଷ ଧରି କଠିନ ତପସ୍ୟା କରିବାକୁ ହୋଇଥାଏ। ସେମାନେ ନିଜକୁ ଇଶ୍ବରଙ୍କ ଚରଣରେ ସମର୍ପିତ ଦେଇଥାଆନ୍ତି। ମହିଳା ନାଗା ସାଧୁମାନେ କେବଳ କିଛି ବିଶେଷ ଉତ୍ସବରେ ଦେଖାଦେଇଥାଆନ୍ତି।  ଏବଂ ଅବଶିଷ୍ଟ ସମୟ ସେମାନେ ଜଙ୍ଗଲରେ ଓ ପର୍ବତରେ ରହି ତପସ୍ୟା କରନ୍ତି। ତଥାପି, ବହୁତ କମ୍ ଲୋକ ଜାଣନ୍ତି ଯେ ପୁରୁଷ ନାଗା ସାଧୁଙ୍କ ପରି ମହିଳା ନାଗା ସାଧୁ ମଧ୍ୟ ଅଛନ୍ତି । 


COMMERCIAL BREAK
SCROLL TO CONTINUE READING

ମହିଳାମାନେ କିପରି ନାଗା ସାଧୁ ହୁଅନ୍ତି?


ମହିଳା ନାଗାସାଧୁର ଯାତ୍ରା ଏତେ ସହଜ ନୁହେଁ । ମହିଳା ନାଗା ସାଧୁ ହେବାକୁ କଠିନ ପରୀକ୍ଷା ଦେବାକୁ ପଡିଥାଏ । ଯଦିଓ ଭାରତରେ ପୁରୁଷଙ୍କ ଅପେକ୍ଷା ମହିଳା ନାଗାସାଧୁଙ୍କ ସଂଖ୍ୟା କମ୍ । ନାଗା ସାଧୁ ହେବା ପୂର୍ବରୁ ଜଣେ ମହିଳାଙ୍କୁ ୬ ରୁ ୧୨ ବର୍ଷ ପର୍ଯ୍ୟନ୍ତ ବ୍ରହ୍ମଚାର୍ଯ୍ୟ ପାଳନ କରିବାକୁ ପଡିଥାଏ। ତେବେ, ଜଣେ ନାଗା ସାଧୁ ହେବା ବେଳେ ଜଣେ ମହିଳାଙ୍କୁ ପ୍ରମାଣ କରିବାକୁ ପଡିବ ଯେ ସେ ଭଗବାନଙ୍କ ପ୍ରତି ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ। ଏବଂ ବର୍ତ୍ତମାନ ତାଙ୍କର ସାଂସାରିକ ଭୋଗ ସହିତ କୌଣସି ସଂଲଗ୍ନ ନାହିଁ। ସକାଳେ ନଦୀରେ ଗାଧୋଇବା ପରେ, ଶୁଦ୍ଧ ହେବା ପରେ ମହିଳା ନାଗା ସନ୍ୟାସିନି ଅଭ୍ୟାସ ଆରମ୍ଭ ହୁଏ । ଅବଦୁତାନୀ ମା ଦିନସାରା ଭଗବାନଙ୍କୁ ଜପ କରନ୍ତି । ସକାଳୁ ଉଠି ଶିବଙ୍କୁ ପୂଜା କରନ୍ତି । ସନ୍ଧ୍ୟାରେ ସେ ଭଗବାନ ଦତ୍ତାତ୍ରେୟଙ୍କୁ ପୂଜା କରନ୍ତି। ନାଗା ସାଧୁ ହେବା ପୂର୍ବରୁ ଜଣେ ମହିଳା ସାଧୁଙ୍କୁ ତାଙ୍କ ନିଜର ପିଣ୍ଡ ଦାନ କରିବାକୁ ପଡିଥାଏ ଏବଂ ଅତୀତର ଜୀବନକୁ ଛାଡିଦେବାକୁ ପଡିଥାଏ। ମହିଳା ସୈନାସୀଙ୍କୁ ତିଆରି କରିବାର ପ୍ରକ୍ରିୟା ଆଖଡ଼ା ର ସର୍ବୋଚ୍ଚ ଅଧିକାରୀ ଆଚାର୍ଯ୍ୟ ମହାମଣ୍ଡଳେଶ୍ୱରଙ୍କ ଦ୍ୱାରା ସମାପ୍ତ ହୋଇଥାଏ । ମହିଳା ନାଗା ସାଧୁ ହେବାବେଳେ ମହିଳାମାନଙ୍କୁ ପ୍ରଥମେ କେଶ କାଟିବାକୁ ପଡେ, ଏହା ପରେ ସେମାନେ ନଦୀରେ ଏକ ପବିତ୍ର ସ୍ନାନ କରନ୍ତି। ଏହା ହେଉଛି ଜଣେ ସାଧାରଣ ମହିଳାଙ୍କ ଠାରୁ ନାଗା ସାଧୁ ହେବାର ପ୍ରକ୍ରିୟା। ଏହି ମହିଳାମାନଙ୍କୁ କୁମ୍ବ ସ୍ନାନ ସମୟରେ ଉଲଗ୍ନ ସ୍ନାନ କରିବାକୁ ଅନୁମତି ନଥାଏ । ସେ ଗାଧୋଇବା ସମୟରେ ମଧ୍ୟ ଏହି ଗେରୁଆ କପଡା ପିନ୍ଧନ୍ତି । ମହିଳା ନାଗା ସାଧୁ ମଧ୍ୟ ପୁରୁଷ ନାଗା ସାଧୁଙ୍କ ପରି ସମାନ ସମ୍ମାନ ପାଆନ୍ତି । ସେ ନାଗା ସାଧୁଙ୍କ ସହିତ କୁମ୍ଭର ପବିତ୍ର ସ୍ନାନରେ ମଧ୍ୟ କରିପାରନ୍ତି ।


Also Read: Puri Crime News: ନିଶା କରିଦେଲା ପାଗଳ! କାହିଁକି ମଦ ପିଉଛୁ ବୋଲି କହିବାରୁ ବାପାକୁ...


Also Read: Ravindra Jadeja Net Worth 2023: ଜାଣିଛନ୍ତି କି, କେତେ କୋଟିର ମାଲିକ ରବିନ୍ଦ୍ର ଜାଡେଜା?


 


ମହିଳା ନାଗା ସାଧୁ ଉଲଗ୍ନ ରୁହନ୍ତି କି?


ଅଧିକାଂଶ ଲୋକଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ, ପୁରୁଷଙ୍କ ପରି ମହିଳା ନାଗା ସାଧୁ ମାନ କଣ ଉଲଗ୍ନ ହୋଇ ରୁହନ୍ତି କି ? ତେବେ, ଆମେ ଏଠାରେ ଆପଣଙ୍କୁ କହିବୁ ଯେ, ମହିଳାନାଗା ସାଧୁମାନେ ପୁରୁଷଙ୍କ ପରି ଉଲଗ୍ନ ରୁହନ୍ତି ନାହିଁ। ସେମାନେ ବିନା ସିଲାଇବାଲା ଏକ ଗେରୁଆ ରଙ୍ଗର କପଡା ପିନ୍ଧିଥାନ୍ତି। ଏହାକୁ ଗନ୍ତି କୁହାଯାଏ । ଯାହା ସମ୍ପୁର୍ଣ୍ଣ ଶରୀରରକୁ ଘୋଡାଇ ରଖିବାରେ ସାହାର୍ଯ୍ୟ କରେ। ଏବଂ ପୁରୁଷଙ୍କ ପରି ଲମ୍ବା ଜଟ ମଧ୍ୟ ରଖନ୍ତି । 


ମହିଳା ନାଗା ସାଧୁ ଏହି ଦିନ ଦର୍ଶନ ଦିଅନ୍ତି :
ମହିଳା ନାଗା ସାଧୁ କେବଳ କୁମ୍ବ, ମହାକୁମ୍ବ ପରି ବିଶେଷ ଉତ୍ସବରେ ସାମିଲ୍ ହୁଅନ୍ତି । ଏହି ସମୟରେ ସେମାନଙ୍କୁ କୁମ୍ଭ ଓ ମହାକୁମ୍ଭ ପରି ମେଳାରେ ଦେଖିବାକୁ ମିଳେ । ମେଳା ଶେଷ ହେବା ପରେ ସେମାନେ ନଦୀରେ ସ୍ନାନ କରି ପୁଣି ନିଜ ଦୁନିଆକୁ ଫେରି ଯାଆନ୍ତି । ଏବଂ ନିଜକୁ ଇଶ୍ବରଙ୍କୁ ସମର୍ପି ଦିଅନ୍ତି।  ଏହି କାରଣରୁ ମହିଳା ନାଗା ସାଧୁଙ୍କ ଫଟୋ ମଧ୍ୟ ବହୁତ କମ୍  ଦେଖିବାକୁ ମିଳେ।  ଯଦିଓ ଏହି ସାଧୁମାନେ ପ୍ରାୟତଃ ଶାନ୍ତ ରୁହନ୍ତି, କିନ୍ତୁ ଯଦି କେହି ସେମାନଙ୍କୁ ଥଟ୍ଟା କରନ୍ତି, ତେବେ ସେମାନଙ୍କର କ୍ରୋଧର ଶିକାର ହେବାକୁ ଅଧିକ ସମୟ ଲାଗେ ନାହିଁ । ସେମାନଙ୍କୁ ଶାନ୍ତ କରିବା ମଧ୍ୟ ବହୁତ କଷ୍ଟସାଧ୍ୟ ହୋଇଯାଏ ।


(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ମାନ୍ୟତା ଓ ସୂଚନା ଉପରେ ଆଧାରିତ । ZEE ODISHA NEWS ଏହାକୁ ନିଶ୍ଚିତ କରେ ନାହିଁ ।)