Puri Crime News: ନିଶା କରିଦେଲା ପାଗଳ! କାହିଁକି ମଦ ପିଉଛୁ ବୋଲି କହିବାରୁ ବାପାକୁ...
Advertisement
Article Detail0/zeeodisha/odisha1720012

Puri Crime News: ନିଶା କରିଦେଲା ପାଗଳ! କାହିଁକି ମଦ ପିଉଛୁ ବୋଲି କହିବାରୁ ବାପାକୁ...

Puri Crime News: ଭୁଲିଗଲା ରକ୍ତର ସମ୍ପର୍କ । ବାପାକୁ ମାରିଦେଲା ପୁଅ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ (puri) ଜିଲ୍ଲା ପିପିଲି ଥାନା ସାନକଣ୍ଟି ଗାଁରେ (Puri Crime News) । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ହତ୍ୟାକାଣ୍ତ ଘଟିଛ ସେନେଇ ଛାନଭିନ୍ ଜାରି ରଖିଛି । ସେପଟେ,ବଲାଙ୍ଗୀରରେ ଆଜି ମଧ୍ୟ ଆଉ ଏକ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ । ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘୁମେର ଗାଁରେ ଘଟିଛି ଅଘଟଣ । 

ସୌଜନ୍ୟ- ସୋସିଆଲ ମିଡ଼ିଆ

Puri Crime News: ନିଶା କରିଦେଲା ପାଗଳ (liquor addiction)। ଭୁଲିଗଲା ରକ୍ତର ସମ୍ପର୍କ ।  ନିଶାରେ ବାପାକୁ ମାରିଦେଲା ପୁଅ । ପୁଅର କୁରାଢି ଚୋଟରେ ଗଲା ବାପାର ଜୀବନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ (puri) ଜିଲ୍ଲା ପିପିଲି ଥାନା ସାନକଣ୍ଟି ଗାଁରେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ହତ୍ୟାକାଣ୍ତ ଘଟିଛ ସେନେଇ ଛାନଭିନ୍ ଜାରି ରଖିଛି । ମୃତକ ହେଲେ,  ୬୦ ବର୍ଷିୟ ବୃଦ୍ଧା ହୃଷିକେଶ ପ୍ରଧାନ। ସେପେଟେ, ଅଭିଯୁକ୍ତ ପୁଅକୁ ଅଟକ ରଖିଛି ପୋଲିସ୍ । ଏବଂ ପଚରାଉଚରା କରୁଛି। ତେବେ, ଏହି ହତ୍ୟାକାଣ୍ତକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର  ଧରିଛି । ଅଭିଯୁକ୍ତ ଜଣକ ହେଲା ଜିତୁ ପ୍ରଧାନ୍ ।

ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ଜିତୁ ମଦ୍ୟପାନ କରି ଘରକୁ ଆସିଥିଲେ। ଯାହାକୁ ଦେଖି ରାଗି ଯାଇଥିଲେ ଜିତୁଙ୍କ ବାପା ହୃଷିକେଶ । ଏନେଇ ଉଭୟଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା। ନିଶାରେ ଚୁର୍ ଥିବା ପୁଅ ନିଜର ହିତାହିତ ଜ୍ଞାନ ଭୁଲି ଯାଇଥିଲା। ଝଗଡା ଉଗ୍ର ରୂପ ନେଇଥିଲା । ଏପରିକି ମଦୁଆ ପୁଅ ନିଶାରେ ଥିବାରୁ ବାପାଙ୍କୁ ମାଡ଼ ମାରିବା ସହ ଘରେ ଥିବା କୁରାଢିରେ ଆକ୍ରମଣ କରିଥିଲା । ଏଥିରେ ଘଟଣାସ୍ଥଳରେ ଟଳି ପଡିଥିଲେ ହୃଶିକେଶ । ପରେ ଘଟଣାସ୍ଥଳରେ ରୁଣ୍ତ ଯାଇଥିଲେ ଗାଁ ଲୋକେ। ପରେ ଗ୍ରାମବାସୀ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏବଂ ଅଭିଯୁକ୍ତ ପୁଅ ଜିତୁକୁ ନିଜ ହେପାଜତକୁ ନେଇଛି।  ଏବଂ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ, ଏହି ହତ୍ୟାକାଣ୍ତକୁ ନେଇ ଗାଁରେ ଚାଞ୍ଚଲ୍ୟ ଖେଳି ଯାଇଛି । 

ଏହାବି ପଢନ୍ତୁ :  Bollywood:ବଲିଉଡ଼ର ଏହି ୧୦ ଅଭିନେତା, ଗୋଟିଏ ଫିଲ୍ମ ପାଇଁ ଚାର୍ଜ କରନ୍ତି କୋଟି କୋଟି ଟଙ୍କା

ଏହାବି ପଢନ୍ତୁ : Ravindra Jadeja Net Worth 2023: ଜାଣିଛନ୍ତି କି, କେତେ କୋଟିର ମାଲିକ ରବିନ୍ଦ୍ର ଜାଡେଜା?

ସେହିପରି ବଲାଙ୍ଗୀରରେ ଆଜି ମଧ୍ୟ ଆଉ ଏକ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହକୁ କେନ୍ଦ୍ର କରି ସ୍ତ୍ରୀକୁ ହତ୍ୟା କରିଛି ସ୍ବାମୀ । ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘୁମେର ଗାଁରେ ଘଟିଛି ଅଘଟଣ । ମୃତକ ହେଲେ ଘୁମେର ଗାଁର ରାଏମତି ସାହୁ (୬୦)। ଅଭିଯୁକ୍ତ ସ୍ବାମୀ ହେଉଛନ୍ତି ଲକ୍ଷ୍ମୀନ୍ଦ୍ର ସାହୁ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏବଂ ଅଭିଯୁକ୍ତ ସ୍ବାମୀକୁ ଅଟକ ରଖିଛି ପୋଲିସ୍ । 

ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଘୁମେର ଗାଁରେ ରୁହନ୍ତି ରାଏମତି ସାହୁ ଓ ତାଙ୍କ ସ୍ବାମୀ ଲକ୍ଷ୍ମୀନ୍ଦ୍ର ସାହୁ । ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ଛୋଟବଡ କଥାକୁ ନେଇ କଳି ଝଗଡା ଲାଗେ । ହେଲେ ବୁଧବାର ବିଳମ୍ବିତ ରାତିରେ, ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା । ଏବଂ ସକାଳେ,ସ୍ତ୍ରୀ ମହୁଲ ଫୁଲ ତୋଳିବାକୁ ବାହାରିବା ସମୟରେ,ରାଗରେ ଥିବା ସ୍ବାମୀ ଘରେ ପଡିଥିବା ଠେଙ୍ଗାରେ ସ୍ତ୍ରୀକୁ ଆକ୍ରମଣ କରିଥିଲା। ଏଥିରେ ଘଟଣାସ୍ଥଳରେ ସ୍ତ୍ରୀର  ମୃତ୍ୟୁ ଘଟିଥିଲା। ଏନେଇ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏବଂ ଅଭିଯୁକ୍ତ ସ୍ବାମୀକୁ ଅଟକ ରଖିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।