Crime News In Odia: ଦିନକୁ ଦିନ ବଢି ଚାଲିଛି ସାଇବର ଠକେଇ (Cybercrime)। ଆର୍ଥିକ ନେଣଦେଣ ଡିଜିଟାଲ ହେବା ପରଠୁ ସାଇବର ଠକେଇର ମାତ୍ରା ବଢିବାରେ ଲାଗିଛି । ସ୍ମାର୍ଟ ଲୋକଙ୍କୁ ସ୍ମାର୍ଟ ଉପାୟରେ ଠକେଇ କରୁଛନ୍ତି ସାଇବର ଲୁଟେରା । କେବେ କ୍ରେଡିଟ କାର୍ଡ, ପୁଣି କେବେ ଆପ୍, ପୁଣି କେବେ ପୁଙ୍ଗୁଳା ଦେହ ଦେଖାଇ ଲୋକଙ୍କୁ କଳାକନା ବୁଲାଇ କଲବଲ କରିଛନ୍ତି । ଏବେ ଜଣେ ୨୮ ବର୍ଷିୟ ଯୁବତୀଙ୍କ  ଏକ ଭିଡିଓକୁ ଲାଇକ୍ (like video and earn fraud)କରି ୭ ଲକ୍ଷରୁ ଅଧିକ ଟଙ୍କା ହରାଇଛନ୍ତି । ଏନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ମହିଳା । ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଘଟଣା ଘଟିଲା ସେନେଇ ଛାନଭିନ୍ ଜାରି ରଖିଛି । ମହାରାଷ୍ଟ୍ରର (Malad )ମଲାଡ ଅଞ୍ଚଳରେ ଏହି ଘଟଣା ଘଟିଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ, ମହାରାଷ୍ଟ୍ର ମଲାଡ (Malad )ଅଞ୍ଚଳରେ ରୁହନ୍ତି ଜଣେ ୨୮ ବର୍ଷିୟ ମହିଳା  । ମହିଳା ଜଣକ ଆର୍କିଟେକ ଭାବେ କାମ କରନ୍ତି। ହେଲେ ଗର୍ଭବତୀ ଥିବାରୁ ସେ ମାର୍ଟରନିଟି ଲିଭରେ ରହିଛନ୍ତି  । ଏହି ସମୟରେ,ସେ ଏକ ପାର୍ଟ ଟାଇମ ଜବ ଖୋଜୁଥିଲେ। ଏହି ସମୟରେ ସେ ଅନେକ ଓ୍ବେବ ସାଇଟରେ ଚାକିରୀ ପାଇଁ ଆବେଦନ କରିଥିଲେ।   ଏହି ସମୟରେ ହଠାତ ଏକ ଅଜଣା ନମ୍ବରରୁ ଚାକିରୀ ପାଇଁ ଫୋନ୍ କଲ୍ ଆସିଥିଲା । ଏବଂ ଓ୍ବାର୍ଟସପରେ କିଛି ଭିଡିଓର ଲିଙ୍କ ମଧ୍ୟ ଆସିଥିଲା। ଯାହାକୁ ସେ କ୍ଲିକ୍ କରିବା ମାତ୍ରା ତାଙ୍କ ଆକାଉଣ୍ଟକୁ ୫୦ ଟଙ୍କା ଆସିଥିଲା । ପରେ ମହିଳାଙ୍କ ଲୋଭ ବଢିଯାଇଥିଲା ଦ୍ବୀତିୟ ଭିଡିଓ ଲିଙ୍କକୁ ଲାଇକ୍ କରିବା ମାତ୍ରେ ବାଏଁ ବାଏଁ ତାଙ୍କ ଆକାଉଣ୍ଟରୁ ୭ ଲକ୍ଷରୁ ଅଧିକ ଟଙ୍କା କଟି ଯାଇଥିଲା। ହଠାତ ଆକାଉଣ୍ଟରୁ ଏତେ ଟଙ୍କା କଟି ଯିବା ପରେ ମହିଳାଙ୍କ ମୁଣ୍ତ କାମ କରି ନ ଥିଲା । ଭୟର ଏହି କଥା ନିଜ ସ୍ବାମୀଙ୍କୁ ମଧ୍ୟ କହି ନଥିଲେ । ପରେ ଏନେଇ ପୋଲିସ ନିକଟକୁ ଯାଇଥିଲେ ମହିଳା। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଛାନଭିନ୍ ଜାରି ରଖିଛି । ସେପଟେ ମହିଳାଙ୍କ ଆକାଉଣ୍ଟରୁ ୭ ଲକ୍ଷ ୧୬ ହଜାର ଟଙ୍କା ସାଇବର ଠକ ଲୁଟି ନେଇଥିବା ଜଣାପଡିଛି।


Also Read: Bhubaneswar News: ରୋଡ଼ ରୋମିଓଙ୍କ ଉତ୍ପାତ , ପ୍ରଥମେ କମେଣ୍ଟ କଲେ ପରେ ଲେଡି଼ଜ୍ ହଷ୍ଟେଲରେ ପଶି...


Also Read: Bhubaneswar Crime News: ସାଙ୍ଗକୁ ହତ୍ୟା କରି ଗୋଟିଏ ରାତି ମୃତଦେହ ସହ କାଟିଲା ଅଭିଯୁକ୍ତ, ଜାଣନ୍ତୁ କ'ଣ ରହିଛି ପୂରା ଘଟଣାକ୍ରମ?


ନିକଟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ରାଉରକେଲାରେ। କେତେବେଳେ ଆଧାର କାର୍ଡ‌୍‌ ଲିଙ୍କ୍‌, ପାନ୍‌ କାର୍ଡ ଲିଙ୍କ୍‌ ନାଁରେ ଠକୁଥିବାବେଳେ କେତେବେଳେ ବ୍ୟାଙ୍କ୍‌ କର୍ମଚାରୀ ନାଁରେ ଠକୁଛନ୍ତି। ଏସବୁ ଠକେଇ ଘଟଣା ନିତିଦିନିଆ ହୋଇସାରିଥିବାବେଳେ ସଂପ୍ରତି ଏହି ସାଇବର ଠକଙ୍କ ଫାସରେ ପଡ଼ିଯାଇଛନ୍ତି କଲେଜପଢ଼ୁଆ ଛାତ୍ରଛାତ୍ରୀ। କେବଳ ଜଣେ କି ଦି’ ଜଣ ନୁହେଁ, ରାଉରକେଲା ସହରର ପ୍ରାୟ ୫ ଶହ ଛାତ୍ରଛାତ୍ରୀ ସାଇବରଙ୍କ ଠକ ଜାଲରେ ଫସିଯାଇଛନ୍ତି। ଠକମାନଙ୍କ ଦ୍ବାରା ବିଏସଏନଏଲ ସଂସ୍ଥା ନାଁରେ ‘ୱାର୍କ ଫ୍ରମ୍‌ ହୋମ୍‌’ ଚାକିରି ପାଇଁ ଦିଆଯାଇଥିବା ପ୍ରଲୋଭନର ବଶବର୍ତ୍ତୀ ହୋଇ ସେମାନେ ହଜାର ହଜାର ଟଙ୍କା ହରାଇଛନ୍ତି। କେବଳ ରାଉରକେଲାରୁ ପାଖାପାଖି ସାଢ଼େ ୫ ଲକ୍ଷ ଟଙ୍କାରୁ ଅଧିକ ଠକି ନେଇଛନ୍ତି ସାଇବର ଠକ।