Bhubaneswar News: ରୋଡ଼ ରୋମିଓଙ୍କ ଉତ୍ପାତ , ପ୍ରଥମେ କମେଣ୍ଟ କଲେ ପରେ ଲେଡି଼ଜ୍ ହଷ୍ଟେଲରେ ପଶି...
Advertisement
Article Detail0/zeeodisha/odisha1682967

Bhubaneswar News: ରୋଡ଼ ରୋମିଓଙ୍କ ଉତ୍ପାତ , ପ୍ରଥମେ କମେଣ୍ଟ କଲେ ପରେ ଲେଡି଼ଜ୍ ହଷ୍ଟେଲରେ ପଶି...

Bhubaneswar News In Odia: ଛାତ୍ରୀଙ୍କୁ ରାଜରାସ୍ତାରେ ଏପରି ଭାବରେ କମେଣ୍ଟ କରିବା ସହ ମନଶାନ୍ତି ନ ହେବାରୁ ସିଧା ହଷ୍ଟେଲରେ ପହଞ୍ଚି ଥିଲେ। ଆଉ ସେଠାରେ ଚାରି ରୁ ପାଞ୍ଚ ଜଣ ଦୁବୃର୍ତ୍ତ ଭିଆଇଥିଲେ ଲଙ୍କାକଣ୍ତ । ପୋଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ୍ ବିଭିନ୍ନ ସ୍ଥାନରେ ଛାପା ମାରୁଛି । ଏଥିପାଇଁ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି ପୋଲିସ୍ । ପଢନ୍ତୁ ପୁରା ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Bhubaneswar News In Odia: ରୋଡ଼ ରୋମିଓଙ୍କ ଉତ୍ପାତ । ପ୍ରଥମେ ଛାତ୍ରୀଙ୍କୁ ରାସ୍ତାରେ କମେଣ୍ଟ ମାରିଲେ(Road Romeos pass lewd comments) । ପ୍ରତିବାଦ କରିବାରୁ ନାଲି ଆଖି ଦେଖାଇଲେ। ଆଉ ପର ବାଇକରେ ଯାଇ ସିଧା ଲେଡିଜ୍ ହଷ୍ଟେଲ ବେଡରୁମରେ ( ladies hostel) ପଶିଲେ । ଆଉ ସେଠାରେ ଛାତ୍ରୀଙ୍କୁ ଅଶ୍ଲୀଳ ଇଙ୍ଗୀତ କରିଥିବା ଅଭିଯୋଗ ହୋଇଛି । ଏଭଳ ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବରର ନୟାପଲ୍ଲୀ ଅଞ୍ଚଳରେ । ଚାରି ରୁ ପାଞ୍ଚ ଜଣ ଦୁବୃର୍ତ୍ତ ଛାତ୍ରୀଙ୍କୁ  ରାଜରାସ୍ତାରେ ଏପରି ଭାବରେ କମେଣ୍ଟ କରିବା ସହ ମନଶାନ୍ତି ନ ହେବାରୁ ସିଧା ହଷ୍ଟେଲରେ ପହଞ୍ଚି ଥିଲେ। ଆଉ ସେଠାରେ ଭିଆଇଛନ୍ତି ଲଙ୍କାକଣ୍ତ । ପୋଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ୍ ବିଭିନ୍ନ ସ୍ଥାନରେ ଛାପା ମାରୁଛି । ଏଥିପାଇଁ ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି ପୋଲିସ୍ ।

ସୂଚନା ଅନୁସାରେ, ଭୁବନେଶ୍ବର (Bhubaneswar)ନୟାପଲ୍ଲୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ କିଛି ଛାତ୍ରୀ ନିଜ କାମ ସାରି ହଷ୍ଟେଲକୁ ଫେରୁଥିଲେ। ଏହି ସମୟରେ ୪ରୁ ୫ ଜଣ ରୋଡ ରୋମିଓ ପ୍ରଥମେ ଛାତ୍ରୀଙ୍କୁ କମେଣ୍ଟ ପାସ୍ କରିଥିଲେ (Road Romeos pass lewd comments)। ଏହାକୁ ବିରୋଧ କରିଥିଲେ ଛାତ୍ରୀ । ଏହାପରେ ଛାତ୍ରୀଙ୍କୁ ନାଲିଆଖି ଦେଖାଇଥିଲେ ରୋଡ ରୋମିଓ । ଏବଂ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଏହାପରେ ଛାତ୍ରୀମାନେ ଚୁପ ହୋଇ ନିଜ ହଷ୍ଟେଲକୁ ଫେରିଯାଇଥିଲେ। କିନ୍ତୁ ସେମାନଙ୍କ ପିଛା କରିଥିଲେ ଏହି ରୋଡ ରୋମିଓ । ପିଛା କରି ଶେଷରେ ନୟାପଲ୍ଲୀ ଅଞ୍ଚଳରେ ଥିବା  ଏ-କ ଲେଡିଜ୍ ହଷ୍ଟେଲରେ (ladies hostel) ପହଞ୍ଚି ଯାଇଥିଲେ । ଏପରିକି ହଷ୍ଟେଲର ବେଡ ରୁମରେ ପଶି କମେଣ୍ଟର ପ୍ରତିବାଦ କରିଥିବା ଛାତ୍ରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ସହ ହଷ୍ଟେଲ ରେ ଥିବା ଟିଭି ଠାରୁ ଆରମ୍ଭ କରି ବିଭିନ୍ନ ଆସବାବ ପତ୍ର ମଧ୍ୟ ଭାଙ୍ଗି ରୁଜି ଚୁନା କରିଥିଲେ । ଯାହାଫଳରେ ସେଠାରେ ଥିବା ଛାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ । 

ଏହାବି ପଢନ୍ତୁ : Cyclone Mocha: ଓଡି଼ଶାକୁ ‘ମୋଚା’ ଭୟ ! ସାମ୍ଭାବ୍ୟ ବାତ୍ୟା ନେଇ IMD DG ଦେଲେ ଏମିତି ସୂଚନା

ଏହାବି ପଢନ୍ତୁ :  Bhubaneswar Crime News: ସାଙ୍ଗକୁ ହତ୍ୟା କରି ଗୋଟିଏ ରାତି ମୃତଦେହ ସହ କାଟିଲା ଅଭିଯୁକ୍ତ, ଜାଣନ୍ତୁ କ'ଣ ରହିଛି ପୂରା ଘଟଣାକ୍ରମ?

ଏପରିକି ହଷ୍ଟେଲ୍ ରେ ଥିବା କିଛି ଗାଡ଼ିକୁ ଭାଙ୍ଗିଥିବା ଜଣାପଡ଼ିଛି । ତେବେ, ହଷ୍ଟେଲରେ ଲଙ୍କାକାଣ୍ତ ଘଟାଇବା ପରେ ଘଟଣାସ୍ଥଳରୁ ସିଧା ଚମ୍ପଟ ମାରିଥିଲେ । ଏନେଇ ହଷ୍ଟେଲ କର୍ତ୍ତୃପକ୍ଷ ନୟାପଲ୍ଲୀ ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ପରିସ୍ଥିତିରେ ଏଭଳି ଘଟଣା ଘଟିଲା ସନେଇ ଛାନଭିନ୍ ଜାରି ରଖିଛି । ହଷ୍ଟେଲରେ ଲାଗିଥିବା ସିସିଟିଭି ଫୁଟେଜ୍ ମଧ୍ୟ ପୋଲିସ୍ ହସ୍ତଗତ କରିଛି । ସେହି ଆଧାରରେ ପୋଲିସ୍ ତଦନ୍ତ ଚଳାଇଛି । ଖୁବଶିଘ୍ର ରୋଡ ରୋମିଓଙ୍କୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି । ଏ-ଭଳି ରୋଡ ରୋମିଓଙ୍କ ସଂଖ୍ୟା ଦିନକୁ ଦିନ ରାଜଧାନୀରେ ବୃଦ୍ଧି ପାଇବାରେ ଲାଗିଛି । ପୋଲିସ୍ ଯଦି ଏମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରେ । ଏଭଳି ଘଟଣା ଆଗକୁ ମଧ୍ୟ ବଢିବ । 

ନିକଟରେ ପୁରୀରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ।  ଯୁବତୀଙ୍କୁ କମେଣ୍ଟ ମାରିବା  ଦୁଇ ଯୁବକଙ୍କୁ ମହଙ୍ଗା ପଡିଛି । ଯୁବତୀଙ୍କୁ କମେଣ୍ଟ ମାରିବା ଅଭିଯୋଗରେ ସମୁଦ୍ରକୂଳ ଥାନା ପୋଲିସ ଦୁଇ ରସିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମାତ୍ର କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ସେମାନେ ହେଲେ ଝାଡଖଣ୍ଡର ମୁକେଶ ସାହୁ ଓ ଅଜୟ ସାହୁ । ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର ଯୁବତୀ ପର୍ଯ୍ୟଟକମାନେ ବେଳାଭୂମିରେ ବୁଲୁଥିବା ବେଳେ ଉକ୍ତ ଦୁଇ ରସିକ ଯୁବକ ସେମାନଙ୍କୁ କମେଣ୍ଟ ମାରିଥିଲେ । ଏନେଇ ଯୁବତୀମାନେ ବାରଣ କରିଥିଲେ ସୁଦ୍ଧା ସେମାନେ ଶୁଣି ନଥିଲେ । ଶେଷରେ ଯୁବତୀ ସମୁଦ୍ରକୂଳ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଦୁଇ ରସିକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲେ ।