ଭୁବନେଶ୍ୱର: ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ । ୨୦୨୪ରେ ରାଜ୍ୟରେ ମୋଟ ୭୯୬ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ସମୟରେ ମୋଟ ୪୪୧ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଚଳିତ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାରେ ପାସ ହାର ରହିଛି ୫୫.୪ ପ୍ରତିଶତ । 


COMMERCIAL BREAK
SCROLL TO CONTINUE READING

ଅନ୍ୟପଟେ, ଷ୍ଟେଟ ଓପନ୍‌ ସ୍କୁଲ ସାର୍ଟିଫିକେଟ ପରୀକ୍ଷାର ଫଳାଫଳ ମଧ୍ୟ ପ୍ରକାଶ ପାଇଛି । ମୋଟ ୧୬,୯୦୮ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ସମୟରେ ପାସ କରିଛନ୍ତି ୯୪୩୫ ଜଣ । ଏସ୍‌ଓଏସ୍‌ସିରେ ପାସ ହାର ୫୫.୮୭% ରହିଛି । ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀମାନେ ପରୀକ୍ଷା ଫଳାଫଳ ଜାଣିପାରିବେ ।


ନିଜର ଫଳାଫଳରେ ଯେଉଁ ପରୀକ୍ଷାର୍ଥୀ ସନ୍ତୁଷ୍ଟ ନାହାନ୍ତି ସେମାନେ ଖାତା ରିଚେକିଂ ପାଇଁ ଆବେଦନ କରିପାରିବେ । ଅଗଷ୍ଟ ୨୭ ତାରିଖରୁ ସେପ୍ଟେମ୍ବର ୫ ତାରିଖ ମଧ୍ୟରେ  ଅଫ୍‌ଲାଇନ୍‌ରେ ଆବେଦନ ପ୍ରକ୍ରିୟା ଗ୍ରହଣ କରାଯିବ ବୋଲି ବିଏସ୍‌ଇ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ସୂଚନା ଜାରି କରାଯାଇଛି ।


Also Read- Lucky Zodiac Sign: ୨୪ ଅଗଷ୍ଟରେ ରବି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ


Also Read- ITBP Job: ଦଶମ ପାସ କରିଥିଲେ ସରକାରୀ ଚାକିରି ସୁଯୋଗ, ଜାଣନ୍ତୁ କେତେ ପାଇବେ ଦରମା