ITBP Job: ଦଶମ ପାସ କରିଥିଲେ ସରକାରୀ ଚାକିରି ସୁଯୋଗ, ଜାଣନ୍ତୁ କେତେ ପାଇବେ ଦରମା
Advertisement
Article Detail0/zeeodisha/odisha2397168

ITBP Job: ଦଶମ ପାସ କରିଥିଲେ ସରକାରୀ ଚାକିରି ସୁଯୋଗ, ଜାଣନ୍ତୁ କେତେ ପାଇବେ ଦରମା

ITBP ଦ୍ୱାରା ପ୍ରକାଶିତ ରୋଷେୟା ପଦବୀ ପାଇଁ ଆବେଦନ ପ୍ରକ୍ରିୟା 2 ସେପ୍ଟେମ୍ବର 2024 ରୁ ଆରମ୍ଭ ହେବ । ଆବେଦନ ଗ୍ରହଣ କରିବାର ଶେଷ ତାରିଖ ହେଉଛି ଅକ୍ଟୋବର 1, 2024 । ଯଦି ଆପଣ ମଧ୍ୟ ଏହି ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କୁ ବିବରଣୀ ପ୍ରଦାନ କରିବୁ ଯାହା ଆପଣଙ୍କ କାମରେ ଲାଗିବ ।

ITBP Job: ଦଶମ ପାସ କରିଥିଲେ ସରକାରୀ ଚାକିରି ସୁଯୋଗ, ଜାଣନ୍ତୁ କେତେ ପାଇବେ ଦରମା

Constable Kitchen Service Job 2024: ଦଶମ ପାସ୍ ପରେ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି କି ? ତାହେଲେ ଆପଣଙ୍କ ପାଇଁ ଏକ ଭଲ ସୁଯୋଗ ଆସିଛି । କେନ୍ଦ୍ର ସରକାରଙ୍କ ଅଧୀନରେ ଇଣ୍ଡୋ ତିବ୍ଦତୀୟ ସୀମା ପୋଲିସ ଫୋର୍ସ (ଆଇଟିବିପି) ରେ ରୋଷେଇ ସେବା କନଷ୍ଟେବଳ ପାଇଁ 819 ଟି ଖାଲି ପଦ ରହିଥିବା ବିଜ୍ଞପ୍ତି ବାହାରିଛି । ଏହି ପୋଷ୍ଟଗୁଡିକ ପାଇଁ ପ୍ରାର୍ଥୀମାନେ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଆଇଟିବିପିର ଅଫିସିଆଲ୍ ୱେବସାଇଟ୍- itbpolice.nic.in ଭିଜିଟ୍ କରିପାରିବେ ।

ITBP ଦ୍ୱାରା ପ୍ରକାଶିତ ରୋଷେୟା ପଦବୀ ପାଇଁ ଆବେଦନ ପ୍ରକ୍ରିୟା 2 ସେପ୍ଟେମ୍ବର 2024 ରୁ ଆରମ୍ଭ ହେବ । ଆବେଦନ ଗ୍ରହଣ କରିବାର ଶେଷ ତାରିଖ ହେଉଛି ଅକ୍ଟୋବର 1, 2024 । ଯଦି ଆପଣ ମଧ୍ୟ ଏହି ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ଚାହୁଁଛନ୍ତି ତେବେ ଆମେ ଆପଣଙ୍କୁ ବିବରଣୀ ପ୍ରଦାନ କରିବୁ ଯାହା ଆପଣଙ୍କ କାମରେ ଲାଗିବ ।

କିପରି ଆବେଦନ କରିବେ ?
ଆବେଦନ ପ୍ରକ୍ରିୟା ଆରମ୍ଭ ହେବା ପରେ, ପ୍ରାର୍ଥୀମାନଙ୍କୁ ପ୍ରଥମେ ଅଫିସିଆଲ୍ ୱେବସାଇଟ୍ - itbpolice.nic.in ଭିଜିଟ୍ କରିବାକୁ ପଡିବ । ତାପରେ ୱେବସାଇଟର ମେନ୍ ପେଜରେ ଆପଣଙ୍କୁ ସର୍ବଶେଷ ନିଯୁକ୍ତିର ଲିଙ୍କକୁ କ୍ଲିକ୍ କରିବାକୁ ହେବ । ଏହାପରେ ପରବର୍ତ୍ତୀ ପେଜ୍ ଖୋଲିବ ଯେଉଁଥିରେ ଆପଣ ITBP କନଷ୍ଟେବଲ୍ ରୋଷେଇ ସେବା ନିଯୁକ୍ତି 2024 ଦେଖିବାକୁ ପାଇବେ । ଉକ୍ତ ଲିଙ୍କରେ କ୍ଲିକ୍ କରିବା ପରେ ଆପଣଙ୍କୁ ପଞ୍ଜୀକରଣର ବିକଳ୍ପ ଚୟନ କରିବାକୁ ହେବ । ସଠିକ୍ ବିବରଣୀ ସହିତ ପଞ୍ଜିକରଣ କରିବା ଆବଶ୍ୟକ ନଚେତ ଆପଣଙ୍କ ଫର୍ମ ରିଜେକ୍ଟ ହୋଇପାରେ । ଫର୍ମ ଫିଲଅପ କରିବା ପରେ ଆପଣ ଏକ ପ୍ରିଣ୍ଟ୍ ବାହାର କରନ୍ତୁ ।

କିଏ ଆବେଦନ କରିପାରିବେ?
ଇଣ୍ଡୋ ତିବ୍ଦତୀୟ ସୀମା ପୋଲିସ୍ ଫୋର୍ସର ରୋଷେଇ ସେବା ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାସ୍ ଯୋଗ୍ୟତା ହାସଲ କରିଥିବା ଆବଶ୍ୟକ । ଏହା ବ୍ୟତୀତ ନ୍ୟାସନାଲ ସ୍କିଲ୍ କ୍ୱାଲିଫିକେସନ୍ ଫ୍ରେମୱାର୍କ (NSQF) ଦ୍ୱାରା ଖାଦ୍ୟ ରୋଷେଇ ପାଠ୍ୟକ୍ରମ କରିବା ଆବଶ୍ୟକ । ଏଥିସହ ଆବେଦନ କରୁଥିବା ପ୍ରାର୍ଥୀଙ୍କ ବୟସ 18 ବର୍ଷରୁ ଅଧିକ ଏବଂ 25 ବର୍ଷରୁ କମ୍ ହୋଇଥିବା ଆବଶ୍ୟକ । ବୟସସୀମା 1 ଅକ୍ଟୋବର 2024 ହିସାବରେ ଗଣନା କରାଯିବ ।

ମୋଟ ଖାଲି ପଦବୀ
ଇଣ୍ଡୋ ତିବ୍ଦତୀୟ ସୀମା ପୋଲିସ୍ ଫୋର୍ସରେ ରୋଷେଇ ସେବା କନଷ୍ଟେବଳ ପାଇଁ ମୋଟ 819 ପଦବୀ ଖାଲି ରହିଛି । ସେମଧ୍ୟରେ ପୁରୁଷଙ୍କ ପାଇଁ 697 ଟି ପଦବୀ ଥିବାବେଳେ ମହିଳା ପ୍ରାର୍ଥୀଙ୍କ ପାଇଁ 122 ଟି ପଦବୀ ରହିଛି । ଏହି ପୋଷ୍ଟଗୁଡିକ ପାଇଁ ପ୍ରାର୍ଥୀମାନେ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ଏହି ପଦବୀ ପାଇଁ ଦିଆଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ମନୋନୀତ ପ୍ରାର୍ଥୀମାନେ ବେତନ ସ୍କେଲ ସ୍ତର ୩ ନମ୍ୱର ଅନୁଯାୟୀ ଦରମା ପାଇବେ। ଏଥିରେ ଦରମା 21,700 ରୁ ଆରମ୍ଭ ହୋଇ 69,100 ଟଙ୍କା ପର୍ଯ୍ୟନ୍ତ ରହିଛି । ଏହା ବ୍ୟତୀତ ଅନ୍ୟ ସରକାରୀ ଭତ୍ତା ଏବଂ ସୁବିଧା ମଧ୍ୟ ଉପଲବ୍ଧ ।

Also Read- Ayodhya Ram Mandir: ପ୍ରଭୁ ଶ୍ରୀରାମଙ୍କୁ ମିଳିଲା ୩୬୩ କୋଟି ଟଙ୍କା ଦାନ

Also Read- Mangal & Shukra Gochar 2024: ଶୁକ୍ର ଏବଂ ମଙ୍ଗଳ ଚଳନ, ୫ ରାଶିରେ ପଡିବ ବଡ଼ ପ୍ରଭାବ