Drowning news in odia: ଅଧାରେ ରହିଲା ଚାକିରି କରିବାର ସ୍ବପ୍ନ । ପାଠ ପଢି ଚାକିରି କରିଥାଆନ୍ତେ ହେଲେ କିଏ ଜାଣିଥିଲା ସ୍ବପ୍ନ ସାକାର ହେବା ପୂର୍ବରୁ ଘଟିଯିବ ଏପରି ଅଘଟଣ । ପରୀକ୍ଷା ଦେଇ ଭୁବନେଶ୍ବରରୁ ଘରକୁ ଫେରିବା ବାଟରେ ଉଠାଇ ନେଲା ଯମ । ଖବର ଅନୁଯାୟୀ, ରାଇରଙ୍ଗପୁର (Rairangpur) ଟାଉନ ଥାନା ଅନ୍ତର୍ଗତ କୁଚେଇବୁଢୀ ଗାଁର ତାରିଣୀ ପ୍ରସାଦ ତାଙ୍କ ସାଙ୍ଗ ମାନଙ୍କ ସହ ଓଡ଼ିଶା ଜଏଣ୍ଟ ଇନଣ୍ଟ୍ରାନ୍ସ (Odisha joint entrance examination) ଦେଇ ଫେରିବା ବାଟରେ କାଠଯୋଡ଼ି ନଦୀକୁ (Kathajodi river )ଗାଧୋଇବା ଲାଗି ଯାଇଥିଲେ। ଗାଧେଇବା ସମୟରେ ତାରିଣୀ ପ୍ରସାଦ ନଦୀର ଗଣ୍ତ ଭିତରକୁ ପଶି ବୁଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲ ନେଇଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ମୃତଦେହକୁ ବ୍ୟବଚ୍ଛେଦ ପରେ ଘରକୁ ଆଣାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଏନେଇ ଗାଁରେ ଶୋକାକୂଳ ପରିବେଶ ଦେଖାଦେଇଥିଲା ।


COMMERCIAL BREAK
SCROLL TO CONTINUE READING

ସେପଟେ ଗୁଜୁରାଟ ବୋଟାଦ ସହର ନିକଟସ୍ଥ କୃଷ୍ଣା ସାଗର ହ୍ରଦରେ (Gujarat krishna Sagar lake) ବୁଡ଼ି ୫ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ପ୍ରଥମେ ୨ ଜଣ ନାବାଳକ ହ୍ରଦରେ ଗାଧୋଇବା ସମୟରେ ବୁଡ଼ି ଯାଇଥିଲେ । ସେମାନଙ୍କୁ ବଞ୍ଚାଇବାକୁ ଯାଇ ଆଉ ୩ ଜଣ ମଧ୍ଯ ପାଣିକୁ ଡ଼େଇଁ ପଡ଼ିଥିଲେ। ଗଭୀର ପାଣି ଯୋଗୁଁ ୩ ଜଣ ନିଜକୁ ବଞ୍ଚାଇପାରିନଥିଲେ । ଖବର ପାଇ ପୋଲିସ ଓ ଅଗ୍ନଶମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ୫ ଜଣଙ୍କୁ ଉଦ୍ଧାର କରିଥିଲେ ସୁଦ୍ଧା ସେତେବେଳକୁ ସେମାନଙ୍କ ମୃତ୍ୟୁ ହୋଇସାରିଥିଲା ।ମୃତ ବାଳକମାନଙ୍କ ବୟସ ୧୬ରୁ ୧୭ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡ଼ିଛି । 


ଅନ୍ୟପଟେ ଶୁକ୍ରବାର ଦିନ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ୍ ବଛାଳ ଦେବୀ ନଦୀରେ (Jagatsinghpur Devi River) ବୁଡି଼ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଦେବୀ ନଦୀକୁ ତିନି ସାଙ୍ଗ ଶାନ୍ତନୁ ନାୟକ, ବିଶ୍ୱଜିତ୍ ରାଉତ ଓ ଅଭିଜିତ ଦାସ ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ତିନି ଜଣ ଯୁବକ ଗଭୀର ନଦୀ ଭିତରକୁ ପଶି ଆଉ ବାହାରି ପାରି ନଥିଲେ। ଶାନ୍ତନୁ ଓ ବିଶ୍ୱଜିତଙ୍କୁ ସ୍ଥାନୀୟ ଲୋକ କୌଣସି ମତେ ଉଦ୍ଧାର କରିଥିଲେ । ଅଭିଜିତଙ୍କୁ ବିଳମ୍ବରେ ଉଦ୍ଧାର କରାଯାଇ ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷାଣ କରିଥିଲେ। ସେହିଦିନ ମାଲକାନଗିରି ବାଲିମେଳା ଜଳଭଣ୍ତାରରେ (Balimela Reservoir) ବୁଡ଼ି ଜଣେ ନାବାଳିକାଙ୍କର ମଧ୍ଯ ମୃତ୍ୟୁ ହୋଇଥିଲା । ମୃତ ନାବାଳିକା ଚିତ୍ରକୋଣ୍ତା ଅପରେଟର କଲୋନୀର ପଦ୍ମନୀ କାନ୍ଦୁଲିଆ । ନାବାଳିକା ଜଣଙ୍କ ନିଜ ଆଇ ଘର ଦୋରାଘାଟକୁ ପରିବାର ସହ ବୁଲିବାକୁ ଆସିଥିଲେ । ଦୋରାଘାଟରେ ଦୁଇ ଜଣ ସାଙ୍ଗଙ୍କ ସହ ପଦ୍ମନୀ ନଦୀରେ ଗାଧୋଇବା ସମୟରେ ହଠାତ୍ ନଦୀରେ ବୁଡିଯାଇଥିଲେ । ସାଙ୍ଗରେ ଥିବା ଦୁଇ ସାଙ୍ଗଙ୍କ ଗାଁକୁ ଦୌଡ଼ି ଘଟଣା ବିଷୟରେ ଜଣାଇବା ପରେ ସ୍ଥାନୀୟ ଲୋକେ ଖୋଜା ଖୋଜି ଆରମ୍ଭ ହୋଇଥିଲା। ପରେ ବହୁ ଖୋଜା ଖୋଜି ପରେ ନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏହି ଅଘଟଣ ନେଇ ଖବର ପାଇବା ପରେ ସ୍ଥାନୀୟ ରାଜସ୍ବ ନୀରିକ୍ଷକ ପହଁଞ୍ଚି ତଦନ୍ତ କରିଥିଲେ । ସେହିପରି ନିକଟରେ ଆଳି ବ୍ରାହ୍ମଣୀ ନଦୀରେ ଡ଼ଙ୍ଗା ଘଟଣାରେ ଜଣେ ୧୬ ବର୍ଷ ନାବାଳକ ସହ ନାଉରିଆ ମୃତ୍ୟୁ ହୋଇଥିଲା ।


ଏହା ବି ପଢନ୍ତୁ-Road Accident: ଏମିତି ବି ଆସେ ମୃତ୍ୟୁ, ଘରେ ଶୋଇଥିବା ବେଳେ ମହିଳାଙ୍କ ଉପରକୁ ଚଢିଗଲା କାର