Road Accident: ଏମିତି ବି ଆସେ ମୃତ୍ୟୁ, ଘରେ ଶୋଇଥିବା ବେଳେ ମହିଳାଙ୍କ ଉପରକୁ ଚଢିଗଲା କାର
Advertisement

Road Accident: ଏମିତି ବି ଆସେ ମୃତ୍ୟୁ, ଘରେ ଶୋଇଥିବା ବେଳେ ମହିଳାଙ୍କ ଉପରକୁ ଚଢିଗଲା କାର

Road Accident at Boudh​: ମହିଳା ଜଣଙ୍କ ଶୋଇଥିବା ଘରେ କାରଟି ମାଡ଼ି ଯାଇଥିବାରୁ ଘଟଣାସ୍ଥଳରେ ହିଁ ଆଖି ବୁଜିଥିଲେ ମହିଳା । ମହିଳାଙ୍କ ମୃତ୍ୟୁ ପରେ ଉତ୍ୟକ୍ତ ଲୋକେ ଖୋର୍ଦ୍ଧା ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି଼ ମଟର ଅଟକି ରହିଛି । ଖବର ପାଇ ବୌଦ୍ଧ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ସୌ(ସୋସିଆଲ ମିଡିଆ)

Road Accident in Odia: ଘର ଭିତକୁ ମାଡ଼ିଗଲା କାର। ୫୭ନଂ ଜାତୀୟ ରାଜପଥ ରାଧାନଗର ପଞ୍ଚାୟତ ଅନ୍ତଗର୍ତ ଲୁହୁରାଗଡ଼ିଆ ଛକ ନିକଟରେ ଏକ ଘର ଭିତରକୁ କାର ମାଡ଼ି ଯିବା ଫଳରେ ଦୁର୍ଘଟଣାରେ ( Accident) ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ହେଲେ ସେହି ଗାଁର ପାନେଶ୍ବରୀ ଧଳ । ମହିଳାଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଭୁବନେଶ୍ବରରୁ ବୌଦ୍ଧ ଅଭିମୁଖେ ଏକ ଇନୋଭା କାରଟି ଆସୁଥିବା ବେଳେ ହାଠାତ୍ ରାସ୍ତା କଡ଼ରେ ଥିବା ଏକ ଘର ଭିତରକୁ ପଶି ଯାଇଥିଲା । ମହିଳା ଜଣଙ୍କ ଶୋଇଥିବା ଘରେ କାରଟି ମାଡ଼ି ଯାଇଥିବାରୁ ଘଟଣାସ୍ଥଳରେ ହିଁ ଆଖି ବୁଜିଥିଲେ ମହିଳା । ମହିଳାଙ୍କ ମୃତ୍ୟୁ ପରେ ଉତ୍ୟକ୍ତ ଲୋକେ ଖୋର୍ଦ୍ଧା ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଗାଡି଼ ମଟର ଅଟକି ରହିଛି । ଖବର ପାଇ ବୌଦ୍ଧ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ଘଟାଇବା ପରେ କାର ଚାଳକ ଫେରାର ଥିବା ଜଣାଯଡ଼ିଛି ।

ସେପଟେ ଶନିବାର ଦିନ, ଜଳେଶ୍ବରରୁ ଏକ ବାଇକ ଯୋଗେ ଦୁଇ ଜଣ ଯୁବକ ଢେଙ୍କାନାଳ ଯାଉଥିବା ବେଳେ ଭଦ୍ରକ ୧୬ନଂ ଜାତୀୟ ରାଜପଥ ନଳାଙ୍ଗ ଛକ ନିକଟସ୍ଥ ପେଟ୍ରୋଲ ପମ୍ପ ନିକଟରେ ଏକ ଅଜଣା ଗାଡି ବାଇକକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଵାଇକ ଆରୋହୀ ରାସ୍ତା କଡକୁ ଛିଟକି ପଡିଥିଲେ। ସ୍ଥାନୀୟ ଲୋକଙ୍କ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ ଜଣଙ୍କୁ ରକ୍ତ ଜୁଡୁବୁଡ ଅଵସ୍ଥାରେ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ବୟସ ୧୯ରୁ ୨୦ ବର୍ଷ ହେବ ବୋଲି ଜଣାପଡ଼ିଛି । ମୃତ ଦୁଇ ଯୁବକଙ୍କ ନାମ ବିଶ୍ୱଜିତ ରାଉତ୍ ଓ ସାନୁ ସ୍ୱାଇଁ । ଉଭୟଙ୍କ ଘର ଢେଙ୍କାନାଳ ପର୍ବତୀଆ ଓ ଆଠଗଡ଼ରେ ବୋଲି ସୂଚନା ମିଳିଛି। ଉଭୟ ଯୁବକ ଧାନ କଟା ମେସିନରେ ଅପରେଟର ଭାବରେ କାର୍ଯ୍ଯ କରନ୍ତି । ତେବେ ଦୁର୍ଘଟଣା ଘଟାଇଥିବା ଗାଡ଼ି ଡ୍ରାଇଭର ଫେରାର ଥିବା ଜଣାପଡିଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ଛାନଭିନ ଚଳାଇଛି । 

ଏହା ବି ପଢନ୍ତୁ-Weather Update: ଆଗକୁ ଆହୁରି ସଙ୍ଗୀନ ହେବ ସ୍ଥିତି! ଏହିସବୁ ଜିଲ୍ଲାକୁ ହିଟୱେବ ଆଲର୍ଟ ଜାରି

ସେହିପରି, ଶୁକ୍ରବାର ମଧ୍ୟ ରାତିରେ ଯାଜପୁର ଜିଲ୍ଲାରେ ଘଟିଥିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଜଗା ଦର୍ଶନ ପାଇଁ ଯାଉଥିବା ବେଳେ ଗାଡ଼ି ମାଡ଼ିଯିବାରୁ ତିନି ସାଙ୍ଗଙ୍କ ମୃତ୍ୟୁ ହୋଇଛି । ଯାଜପୁର (Jajpur) ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ କଡ଼େଇ ଛକରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା (Accident) । ମୃତକ ମାନେ ହେଲେ ଧର୍ମଶାଳା ଥାମା ମାନତିରା ଗ୍ରାମର ଅଭିଷେକ ସର, ଜଗତପୁର ଅଞ୍ଚଳର  ଦେବାଷିଶ ନାୟକ ଓ ଧର୍ମଶାଳା ବ୍ଲକ ଚଡ଼େଇଧରାର ଅଞ୍ଚଳ ସାହୁ ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ବିଳମ୍ବିତ ରାତିରେ ତିନି ଜଣ ଯୁବକ ସାଙ୍ଗ ହୋଇ ଏକ ପଲସର ବାଇକ (Bike) ଯୋଗେ ପୁରୀ ଅଭିମୁଖେ ବାହାରିଥିଲେ। ଭୋର ପ୍ରାୟ ୩ଟା ସମୟରେ ଭାରସାମ୍ୟ ହରାଇ ବାଇକଟି ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଠିକ୍ ଏହି ସମୟରେ ଏକ ଅଜଣା ଗାଡ଼ି ଉପରରୁ ସେମାନଙ୍କ ଉପରକୁ ଚଢି ଯିବାରୁ ଘଟଣାସ୍ଥଳରେ ହିଁ ଆଖି ବୁଜି ଥିଲେ ତିନି ସାଙ୍ଗ । ଏନେଇ ପୋଲିସ ତଦନ୍ତ କରୁଥିବା ବେଳେ ଦୁର୍ଘଟଣା ଘଟାଇଥିବା ଗାଡ଼ି ବିଷୟରେ କୌଣସି ସୂଚନା ମିଳିପାରିନାହିଁ।