ସାନ ପେଡ୍ରୋ ହୁଆମେଲୁଲା: ଭାରତୀୟ ସଂସ୍କୃତିରେ ବିବାହ ଏକ ପବିତ୍ର ବନ୍ଧନ। ବିଭିନ୍ନ ସଂପ୍ରଦାୟରେ ବିବାହକୁ ନେଇ ଭିନ୍ନ ଭିନ୍ନ ପରମ୍ପରା ରହିଛି। ଦକ୍ଷିଣପଶ୍ଚିମ ମେକ୍ସିକୋର ସାନ ପେଡ୍ରୋ ହୁଆମେଲୁଲା ଗ୍ରାମରେ ଏକ ବିଚିତ୍ର ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଜଣେ ମେୟର ଗୋଟିଏ ଘଡିଆଳ କୁମ୍ଭୀରକୁ ବିବାହ କରିଛନ୍ତି। ସ୍ଥାନୀୟ ପରମ୍ପରାରେ ସେ ଘଡିଆଲକୁ ବିବାହ କରିଥିବା ସୂଚନା ମିଳିଛି।


COMMERCIAL BREAK
SCROLL TO CONTINUE READING

ରିୟୁଟର୍ସର ରିପୋର୍ଟ ଅନୁସାରେ, ସାନ ପେଡ୍ରୋ ହୁଆମେଲୁଲାର ମେୟର ଭିକ୍ଟର ହୁଗୋ ସୋସା ଗୋଟିଏ ଘଡିଆଳ କୁମ୍ଭୀରକୁ ବିବାହ କରିଛନ୍ତି। ବିବାହ ସମ୍ପୂର୍ଣ୍ଣ ରୀତିନୀତିରେ ଆୟୋଜନ କରାଯାଇଥିଲା। ଏଥିରେ କୁମ୍ଭୀର ବଧୂବେଶରେ ସଜେଇ ହୋଇଥିଲେ। ସାତ ବର୍ଷର ଏହି ସରସୃପ, ଲିଟିଲ୍ ପ୍ରିନ୍ସେସ୍ ବା ରାଜକୁମାରୀ ଭାବେ ଜଣାଶୁଣା। ଆଉ ସେ ମାଟି ମାଆର ପ୍ରତିନିଧିତ୍ୱ କରେ ବୋଲି ସେଠାକାର ଲୋକଙ୍କର ବିଶ୍ୱାସ ରହିଛି।


Also Read; ଦନ୍ତା ଆତ୍ମାର ଶାନ୍ତି ପାଇଁ ନାମଯଜ୍ଞ କଲେ ସାପଲହରାବାସୀ


ସ୍ଥାନୀୟ ପରମ୍ପରାରେ ଚୁମ୍ବନକୁ ଦୁଇଟି ହୃୟର ମିଳନ ବୋଲି କୁହାଯାଏ। ତେଣୁ ବିବାହ ବେଳେ ଭିକ୍ଟର ହୁଗୋ ସୋସା ତାଙ୍କ କୁମ୍ଭୀର ପତ୍ନୀଙ୍କୁ ବାରମ୍ବାର ଚୁମ୍ବନ ଦେଉଥିଲେ। ସୁରକ୍ଷା ଦୃଷ୍ଟିରୁ କୁମ୍ଭୀରର ମୁହଁକୁ ବନ୍ଧା ଯାଇଥିଲା। ମେୟର ଭିକ୍ଟର ତାଙ୍କ କନ୍ୟାକୁ କୋଳରେ ଉଠାଇ ଗାଁରେ ଶୋଭାଯାତ୍ରା କରିଥିଲେ। ଏହି ସମୟରେ ପାରମ୍ପାରୀକ ବାଜା ଓ ମହୂରୀ ବାଜାଯାଉଥିଲା।


 



ଏହି ବିବାହକୁ ଗୋଡ ମଦର ଏଲିଆ ଇଡିଥ୍ ଆଗିଲାର ଆୟୋଜନ କରିଥିଲେ। ଏଲିଆଙ୍କୁ ସେଠାରେ ଭଗବାନ ଭଳି ବ୍ୟବହାର କରାଯାଏ। ଗୋଡ ମଦର କହିଛନ୍ତି, 'ଏହା ମତେ ବହୁତ ଆନନ୍ଦିତ କରିଛି ଏବଂ ଏଥିପାଇଁ ମୁଁ ଗର୍ବିତ। ଏହା ଏକ ଅତି ସୁନ୍ଦର ପରମ୍ପରା।' ମେୟରଙ୍କ କହିବା ହେଲା, ଏହା ମାଧ୍ୟମରେ ସେମାନେ ପ୍ରକୃତିକୁ ଅଧିକ ବର୍ଷା କରିବା, ଅଧିକ ଖାଦ୍ୟ ଯୋଗାଇବା ଓ ନଦୀରେ ଅଧିକ ମଛ ଉପଲବ୍ଧ କରାଇବାକୁ ନିବେଦନ କରାଯାଇଥାଏ।


Also Read; Hema Malini Afraid: ସିନ୍ଦେ ସରକାର ଆଗରେ ପ୍ରଥମ ଚ୍ୟାଲେଞ୍ଜ


ସୂଚନାଯୋଗ୍ୟ, ଶହ ଶହ ବର୍ଷ ଧରି ବିଭିନ୍ନ ଜନଜାତିରେ ଏଭଳି ବିଚିତ୍ର ପରମ୍ପରା ରହିଛି। ଭାରରର ଅନେକ ସ୍ଥାନରେ ବର୍ଷା ପାଇଁ ବେଙ୍ଗ ସହ ବିବାହ କରାଯାଇଥାଏ। ଗ୍ରହ ଦୋଷ ଖଣ୍ଡନ ପାଇଁ କୁକୁର ସହ ବିବାହର ଉଦାହରଣ ମଧ୍ୟ ଅଛି। କିନ୍ତୁ ମେକ୍ସିକୋର ଓକ୍ସାକା ରାଜ୍ୟର ଚୋନ୍ତାଲ ଓ ହୁଆଭେ ସମ୍ପ୍ରଦାୟରେ କୁମ୍ଭୀର ବିବାହ ନିୟମ ପ୍ରଚଳିତ ରହିଛି। ସାନ ପେଡ୍ରୋ ହୁଆମେଲୁଲା ଦକ୍ଷିଣପଶ୍ଚିମ ମେକ୍ସିକୋ ଉପକୂଳରେ ମତ୍ସ୍ୟଜୀବୀଙ୍କ ଏକ ଛୋଟ ଗାଁ।