ଦନ୍ତା ଆତ୍ମାର ଶାନ୍ତି ପାଇଁ ନାମଯଜ୍ଞ କଲେ ସାପଲହରାବାସୀ
Advertisement
Article Detail0/zeeodisha/odisha1242369

ଦନ୍ତା ଆତ୍ମାର ଶାନ୍ତି ପାଇଁ ନାମଯଜ୍ଞ କଲେ ସାପଲହରାବାସୀ

ପଡିଆବାହାଲ ଆଂଚଳିକ ପଣ୍ଡିତ ସଂଘ ଏଥିରେ ବିଶେଷ ସହଯୋଗ କରିଥିଲେ। ହାତୀ ମୃତ୍ଯୁପରେ ଅଂଚଳବାସୀ ଦୁଃଖ ପ୍ରକାଶ କରି ଥିବାବେଳେ ଏଭଳି ଭାବରେ ରୁଦ୍ରାଭିଷେକ ଓ ବିଷ୍ଣୁ ସହସ୍ର ନାମଯଜ୍ଞ କରି ହାତୀଟିର ଆତ୍ମାର ସଦଗତି କାମନା କରିଛନ୍ତି।

ଦନ୍ତା ଆତ୍ମାର ଶାନ୍ତି ପାଇଁ ନାମଯଜ୍ଞ କଲେ ସାପଲହରାବାସୀ

ସମ୍ବଲପୁର: ହାତୀ ମୃତ୍ୟୁ ପରେ ସାପଲହରାବାସୀଙ୍କ ପକ୍ଷରୁ ବିଷ୍ଣୁ ସହସ୍ର ନାମଯଜ୍ଞ। ସମ୍ବଲପୁର ଜିଲ୍ଲା ପଡ଼ିଆବାହାଲ ବନଖଣ୍ଡ ସାପଲହରା ଅଞ୍ଚଳରେ ମୃତ ହାତୀର ଆତ୍ମା ଶାନ୍ତି ସକାଶେ ଶନିବାର ନାମଯଜ୍ଞ କରାଯାଇଛି। ଏହି  ଅଂଚଳବାସୀଙ୍କର ଦ୍ୱାରା ବିଷ୍ଣୁ ସହସ୍ର ନାମଯଜ୍ଞ  ଓ ରୁଦ୍ରାଭିଷେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପଡିଆବାହାଲ ଆଂଚଳିକ ପଣ୍ଡିତ ସଂଘ ଏଥିରେ ବିଶେଷ ସହଯୋଗ କରିଥିଲେ। ହାତୀ ମୃତ୍ଯୁପରେ ଅଂଚଳବାସୀ ଦୁଃଖ ପ୍ରକାଶ କରି ଥିବାବେଳେ ଏଭଳି ଭାବରେ ରୁଦ୍ରାଭିଷେକ ଓ ବିଷ୍ଣୁ ସହସ୍ର ନାମଯଜ୍ଞ କରି ହାତୀଟିର ଆତ୍ମାର ସଦଗତି କାମନା କରିଛନ୍ତି।

ସାଧାରଣ ରେ ହିନ୍ଦୁ ଶାସ୍ତ୍ରରେ ହାତୀଙ୍କୁ ଭଗବାନଙ୍କର ପ୍ରତୀକ ଭାବରେ ଗ୍ରହଣ କରନ୍ତି। ଧନଧାନ୍ୟ ପ୍ରତିଷ୍ଠାର ଦେବୀ ହେଉଛନ୍ତି ଲକ୍ଷ୍ମୀ। ଲକ୍ଷ୍ମୀଙ୍କ ପ୍ରତୀକ ହେଉଛନ୍ତି ହାତୀ। ତେଣୁ ପ୍ରତ୍ଯେକ ହିନ୍ଦୁ ଏହାକୁ ବିଶ୍ବାସ କରନ୍ତି। ମହନ୍ତମାନେ ହାତୀ ବୁଲାଇବାକୁ ଆଣିଲେ ଗାଁଗାଁରେ ପୂଜା କରିବା ସହ ଧାନ ଖାଇବାକୁ ଦିଅନ୍ତି। କିନ୍ତୁ ଏବେ ଗାଁ ପୋଖରୀରେ ହାତୀ ମୃତ୍ଯୁବରଣ କଲା ପରେ କେମିତି ବା ସାଧାରଣ ଲୋକେ ଘରେ ରହିବେ? ଫଳରେ ମୃତ ଦନ୍ତା ହାତୀର ଆତ୍ମାର ଶାନ୍ତି ପାଇଁ ଅଂଚଳବାସୀ ବିଷ୍ଣୁ ସହସ୍ର ନାମଯଜ୍ଞ ଆୟୋଜନ କରିଛନ୍ତି। ବିଦ୍ଯାଭୂଷଣ ନାୟକ ଓ ସୁଦୀପ୍ତ ନାୟକଙ୍କ ନେତୃତ୍ବରେ ୨୫ ଜଣ ପଣ୍ଡିତ ଉପସ୍ଥିତ ରହି ବିଷ୍ଣୁ ସହସ୍ର ନାମ ପାଠ କରିବା ସହ ରୁଦ୍ରାଭିଷେକ କରିଥିଲେ।  

Also Read: ହାତୀକୁ ହତାଦର; ଅସୁସ୍ଥ ଦନ୍ତାକୁ ଘୋଷାଡି ମାରିଲା ବନ ବିଭାଗ!

ମୃତ ଦନ୍ତା ହାତୀଟି ବସୁମତୀ ସ୍ନାନ ଦିନ ଗାଁ ପୋଖରୀକୁ ପଶି ଆସିଥିଲା।  ସେଠାରେ ସେ ଜୀବନ ସହ ସଂଘର୍ଷ କରି ମୃତ୍ଯୁବରଣ ମଧ୍ଯ କରିଥିଲା। ଫଳରେ ଅଂଚଳବାସୀ ହାତୀ ଆତ୍ମାର ଶାନ୍ତି ସକାଶେ ଏହା ଆୟୋଜନ କରିଥିଲେ। ହାତୀଟିକୁ ଜଣେ ଶିକାରୀ ଗୁଳିବିଦ୍ଧ କରିଥିବାବେଳେ ହତ୍ଯା ହୋଇଥିବା କାରଣରୁ ହାତୀଟିର ଆତ୍ମା ଶାନ୍ତି ପାଇ ନାହିଁ, ଫଳରେ ଆତ୍ମା ଶାନ୍ତି ସକାଶେ ଏହା ଆୟୋଜନ କରାଯାଇଥିଲା ବୋଲି ଟିକି ପ୍ରଧାନ କହିଛନ୍ତି। ତେବେ ଏପର୍ଯ୍ଯନ୍ତ ବନ ବିଭାଗ ବିଭାଗୀୟ କାର୍ଯ୍ଯାନୁଷ୍ଠାନ କଣ ହୋଇଛି ଜଣା ପଡ଼ିନାହିଁ। ଗୁଳିବିଦ୍ଧ ଦନ୍ତା ମୃତ୍ଯୁର ୧୩ ଦିନ ପରେ ମଧ୍ଯ ବନ ବିଭାଗର ଜଣେ ହେଲେ ଦୋଷୀ ସାବ୍ଯସ୍ତ ହେଲେ ନାହିଁ କି କାର୍ଯ୍ଯାନୁଷ୍ଠାନ ମଧ୍ୟ ହେଲା ନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।

fallback

ହାତୀ ମୃତ୍ଯୁକୁ ନେଇ ଅନୁତପ୍ତ ଥିବା ଅଂଚଳବାସୀଙ୍କୁ ସାଧୁବାଦ, ହେଲେ ଜଙ୍ଗଲବିଭାଗର କାର୍ଯ୍ଯକଳାପକୁ ଯେତେ ନିନ୍ଦା କଲେ ବି ମଧ୍ୟ କମ୍ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ଗତ ଜୁନ ୧୬ ତାରିଖରେ ପାଣି ପିଇବାକୁ ଆସି ହାତୀଟି ପଡ଼ିଆବାହାଲ ବନଖଣ୍ଡ ସାପଲହରା ନିକଟସ୍ଥ ଏକ ପୋଖରୀ ପଙ୍କରେ ଫସି ଯାଇଥିଲା। ଦୀର୍ଘ ୫ ଦିନ ପରେ ତାକୁ ପାଣିରୁ ବାହାରକୁ ବାହାର କରାଗଲା। ବାହାରକୁ ବାହାରିବର କିଛି ମିନିଟ ମଧ୍ୟରେ ତାର ମୃତ୍ୟୁ ହୋଇଥିଲା।