Mike Pompeo: ଆମେରିକାର ପୂର୍ବତନ ବୈଦେଶିକ ସଚିବ (Former US Secretary of State) ମାଇକ ପୋମ୍ପିଓ (Mike Pompeo) ପାକିସ୍ତାନ (Pakistan) ସମ୍ପର୍କରେ ଏକ ଦାବି କରିଛନ୍ତି । ମାଇକ ପୋମ୍ପିଓ  କହିଛନ୍ତି ଯେ, 2019 ମସିହାରେ ଭାରତ (India) ଦ୍ୱାରା ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ୍ (Balakot Surgical Strike) ପରେ ପାକିସ୍ତାନ ଭାରତ ଉପରେ ପରମାଣୁ ଆକ୍ରମଣ (Nuclear Attack) ପାଇଁ ପ୍ରସ୍ତୁତ ହେଉଥିଲା ।


COMMERCIAL BREAK
SCROLL TO CONTINUE READING

ମାଇକ୍ ପୋମ୍ପିଓ (Mike Pompeo) ନିଜ ପୁସ୍ତକ  'Never Give an Inch: Fighting for the America I Love' ରେ କହିଛନ୍ତି ଯେ, ପରମାଣୁ ଆକ୍ରମଣ ସମ୍ବନ୍ଧୀୟ ଏହି ସୂଚନା ତାଙ୍କୁ ତତ୍କାଳୀନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ (Sushma Swaraj) ଙ୍କ ଦ୍ୱାରା ଦିଆଯାଇଥିଲା । ମାଇକ୍ ପମ୍ପିଓ କହିଛନ୍ତି ଯେ, ୨୦୧୯ ମସିହାରେ ଯେତେବେଳେ ଏହି ଘଟଣା ଫେବୃଆରୀ ୨୭-୨୮ରେ ଘଟିଥିଲା, ସେ ଭିଏତନାମର ହନୋଇରେ ଥିଲେ । ଏହା ପରେ ତାଙ୍କ ଟିମ୍ ନୂଆଦିଲ୍ଲୀ ଓ ଇସଲାମାବାଦ ସହ ଏ ବିଷୟରେ କଥା ହୋଇଥିଲେ ।


ମାଇକ୍ ପୋମ୍ପିଓ (Mike Pompeo) ତାଙ୍କ ପୁସ୍ତକରେ ଲେଖିଛନ୍ତି ଯେ, ମୋତେ ଲାଗୁ ନାହିଁ କି ଦୁନିଆ ଠିକ୍ ଭାବେ ଜାଣନ୍ତି କି ଫେବୃଆରୀ ୨୦୧୯ରେ ଭାରତ-ପାକିସ୍ତାନ ଲଢ଼େଇ ପରମାଣୁ ବିସ୍ଫୋରଣରେ କେତେ ନିକଟତର ହୋଇଯାଇଥିଲା । ସତ ଏହା ମଧ୍ୟ  କି ଏହାର ସଠିକ୍ ଜବାବ ମୋତେ ଜଣା ନାହିଁ । ଆମେରିକାର ପୂର୍ବତନ ବୈଦେଶିକ ସଚିବ ଆହୁରି ଲେଖିଛନ୍ତି ଯେ, ପାକିସ୍ତାନର ଦୁର୍ବଳ ଆତଙ୍କବାଦ ବିରୋଧୀ ନୀତି ଯୋଗୁଁ ୪୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିଲେ । ଏହାର ଜବାବରେ ଭାରତ ପାକିସ୍ତାନ ଭିତରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ପରେ ପାକିସ୍ତାନ ବାୟୁ ଲଢ଼େଇରେ ଏକ ବିମାନକୁ ଗୁଳି କରି ଖସାଇଥିଲା ଓ ଭାରତୀୟ ପାଇଲଟଙ୍କୁ ବନ୍ଦୀ କରିଥିଲା ।


ଅଧିକ ପଢ଼ନ୍ତୁ:-ନ୍ୟୁଜିଲାଣ୍ଡକୁ ୩-୦ରେ ଧୂଳି ଚଟାଇଲା ଟିମ୍ ଇଣ୍ଡିଆ, ହେଲା ବିଶ୍ୱ ନମ୍ୱର 1


ଅଧିକ ପଢ଼ନ୍ତୁ:-ଏକାସାଙ୍ଗରେ ୫୦ଟି ସହରରେ ଆରମ୍ଭ ହେଲା ଜିଓର 5G ସେବା, ଆପଣଙ୍କ ସହର ନାହିଁ ତ ଏଥିରେ ସାମିଲ; ଦେଖନ୍ତୁ ପୂରା ଲିଷ୍ଟ


ଅଧିକ ପଢ଼ନ୍ତୁ:-ଶୁଭମାନ ଗିଲ ଶତକ ମାରି ଭାଙ୍ଗିଲେ ବିରାଟ କୋହଲିଙ୍କ ୧୧ ବର୍ଷ ପୁରୁଣା ରେକର୍ଡ, ଏହି କ୍ଷେତ୍ରରେ ବାବର ଆଜମଙ୍କ ହେଲେ ସମକକ୍ଷ


ମାଇକ୍ ପୋମ୍ପିଓ (Mike Pompeo) ଆଗକୁ ଲେଖିଛନ୍ତି ଯେ, ତାଙ୍କ ଭାରତୀୟ ପ୍ରତିପକ୍ଷ ସୁଷମା ସ୍ୱରାଜ ତାଙ୍କୁ କହିଥିଲେ କି ଏହି ଆକ୍ରମଣ ପରେ ପାକିସ୍ତାନ ପରମାଣୁ ଅସ୍ତ୍ର ପ୍ରସ୍ତୁତ କରିବା ଆରମ୍ଭ କରିଛି । ସୁଷମା ସ୍ୱରାଜ ମୋତେ କହିଥିଲେ ଯେ ଭାରତ ମଧ୍ୟ ଏଥିପାଇଁ ପ୍ରସ୍ତୁତ ହେଉଛି । ସୁଷମା ସ୍ୱରାଜଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ କିଛି ନକରିବାକୁ ଓ ସମଗ୍ର ବିବାଦର ସମାଧାନ ପାଇଁ ଆମେରିକାକୁ କିଛି ସମୟ ଦେବାକୁ କୁହାଯାଇଥିଲା । ଏଥିପାଇଁ ତାଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିଲା । ପୂର୍ବତନ ବୈଦେଶିକ ମନ୍ତ୍ରୀ ଆହୁରି ଲେଖିଛନ୍ତି ଯେ, ଏହା ପରେ ସେ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କାମାର ଜାଭେଦ ବାଜୱାଙ୍କ ସହ କଥାବାର୍ତ୍ତା କରି ଏ ବିଷୟରେ ପଚାରିଥିଲେ । ତେବେ ବାଜୱା କହିଥିଲେ ଯେ ଏହା ସତ ନୁହେଁ । ମନ୍ତ୍ରଣାଳୟ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । 


ସୂଚନାଯୋଗ୍ୟ, ଜାମ୍ମୁ କାଶ୍ମୀର ପୁଲୱାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୪୦ CRPF ଯବାନ ସହିଦ ହୋଇଥିଲେ । ଏହାର ଜବାବରେ ଭାରତୀୟ ବାୟୁସେନା ଫେବୃଆରୀ ୨୦୧୯ରେ ପାକିସ୍ତାନର ବାଲାକୋଟ ସ୍ଥିତ ଜୈଶ-ଏ-ମହମ୍ମଦର ଆତଙ୍କବାଦୀ ତାଲିମ ଶିବିରକୁ ଧ୍ୱସ୍ତ କରିଦେଇଥିଲା ।