Mithun Chakraborty: ନୂଆଦିଲ୍ଲୀ: ବଲିଉଡ଼ ଜଗତର ବରିଷ୍ଠ ଅଭିନେତା ତଥା ରାଜ୍ୟସଭା ସାଂସଦ ମିଥୁନ ଚକ୍ରବର୍ତ୍ତିଙ୍କୁ ମିଳିବ ଦାଦା ସାହେବ ଫାଲକେ ସମ୍ମାନ। ଆସନ୍ତା ୮ ତାରିଖରେ ଏକ ନ୍ୟାସନାଲ ଫିଲ୍ମ ଫେୟାର ଆୱାର୍ଡରେ ମିଥୁନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଟ୍ୱିଟ କରି ସୂଚନା ପ୍ରଦାନ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

କେନ୍ଦ୍ରମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି କି କଲିକତାର ରାସ୍ତାରୁ ସିନେମା ଜଗତର ଶୀର୍ଷକୁ ଛୁଇଁଥିବା ଏହି ଲିଜେଣ୍ଡାରୀ ଅଭିନେତାଙ୍କ ସିନେମା ପ୍ରତି ପିଢିଙ୍କୁ ଆକର୍ଷିତ କରିବାରେ ସକ୍ଷମ ହେବ। ଏଭଳି ସ୍ଥିତିରେ ଆଜି ଘୋଷଣା କରୁଛି କି ଭାରତୀୟ ସିନେମାରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ କିମ୍ବଦନ୍ତୀ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ପୁରସ୍କାର ପ୍ରଦାନ କରିବାକୁ ଦାଦାସାହେବ ଫାଲକେ ସିଲେକସନ ଜୁରି ନିଷ୍ପତ୍ତି ନେଇଛନ୍ତି। ଅକ୍ଟୋବର ୮ ରେ ହେବାକୁ ଥିବା ୭୦ତମ ନ୍ୟାସନାଲ ଫିଲ୍ମ ଆୱାର୍ଡ ଭବ୍ୟ ସମାରୋହରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି।


 



୭୪ ବର୍ଷିୟ ମିଥୁନ ଚକ୍ରବର୍ତ୍ତୀଙ୍କର ହିନ୍ଦୀ ସିନେମାରେ ୪୮ ବର୍ଷର ସଫଳ କ୍ୟାରିଅର୍ ରହିଛି। ସେ ଏବେବି ଚଳଚ୍ଚିତ୍ରରେ ସକ୍ରିୟ ଅଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିରେ ମିଥୁନଙ୍କ ଯାତ୍ରା ପ୍ରେରଣାଦାୟକ ଅଟେ। ତାଙ୍କର ହିଟ୍ ଚଳଚ୍ଚିତ୍ରଗୁଡ଼ିକରେ ଡିସ୍କୋ ଡ୍ୟାନସର, ଅଗ୍ନିପଥ ପ୍ରମୁଖ ସିନେମା ଅନ୍ତର୍ଭୁକ୍ତ। କୋଲକାତାରେ ଜନ୍ମିତ ମିଥୁନ ଜଣେ ବୃତ୍ତି ଦ୍ୱାରା ଜଣେ ଅଭିନେତା, ନିର୍ମାତା ଏବଂ ରାଜନେତା। ଏହି ଅଭିନେତା ୩୫୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଏଥିମଧ୍ୟରେ ହିନ୍ଦୀ, ବଙ୍ଗାଳୀ, ତାମିଲ, ତେଲୁଗୁ, କନ୍ନଡ, ପଞ୍ଜାବୀ ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ। ମିଥୁନ ୧୯୭୭ ମସିହାରେ ମୃଗାୟା ଚଳଚ୍ଚିତ୍ର ସହିତ ଅଭିନୟ ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ଗ୍ରହଣ କରିଥିଲେ।