MP Car Accident: ମଧ୍ୟ ପ୍ରଦେଶ (Madhya Pradesh) ର ରାଜଧାନୀ ଭୋପାଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା (Bhopal Car Accident) ଘଟିଛି । ଏହି ସଡ଼କ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ମାନେ ହେଉଛନ୍ତି ବିଦିଶା ବିଜେପି (Vidisha BJP Leader) ର ପୂର୍ବତନ ଜିଲ୍ଲା ସଭାପତିଙ୍କ ପୁଅ (BJP Leader Son) ଓ ଜ୍ୱାଇଁ (BJP Leader Son In Law) । ଏଥି ମଧ୍ୟରୁ ଜ୍ୱାଇଁ ଦିଲ୍ଲୀର ଆମାଜନ କମ୍ପାନୀରେ ଜଣେ ଡେଭଲପର୍ ଥିଲେ । ଦୁର୍ଘଟଣା ରାତିରେ ସେମାନେ ଘରେ ଝିଅର ଜନ୍ମଦିନ ପାଳନ କରିଥିଲେ, ତା’ପରେ ହୋଟେଲକୁ ଯାଇ ନିଜ ଶଳା ଓ ସାଙ୍ଗଙ୍କ ସହ ରାତ୍ରୀ ଭୋଜନ କରିଥିଲେ । ଫେରୁଥିବା ସମୟରେ ଲିଙ୍କ୍ ରୋଡ୍-୧ରେ ଏକ ଦୁର୍ଘଟଣା ଘଟିଥିଲା ।​ ତାଙ୍କ କାର ଶିବାଜୀ ନଗର ଛକ ରୋଟାରୀ ସହିତ ଧକ୍କା ହୋଇ ଓଲଟି ପଡିଥିଲା । ଏୟାରବ୍ୟାଗ ମଧ୍ୟ ଖୋଲିଥିଲା, କିନ୍ତୁ ଟକ୍କର ଏତେ ଶକ୍ତିଶାଳୀ ଥିଲା ଯେ ଏୟାରବ୍ୟାଗ ଫାଟି ଯାଇଥିଲା । କାରର ପଛ ସିଟରେ ବସିଥିବା ଯୁବକ ଆହତ ହୋଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ଘଟଣାସ୍ଥଳ ନିକଟରେ ଏକ ସ୍ପିଡ୍ ବ୍ରେକର୍ ଆକୃତିର ଡ୍ରେନ୍ ସ୍ଲାବ୍ ତିଆରି କରାଯାଇଛି । ଏହା ରାସ୍ତା ଠାରୁ ପ୍ରାୟ ୧୦ ଇଞ୍ଚ ଉଚ୍ଚ ଅଟେ । ଓଭରସ୍ପିଡ୍ କାରଟି ଏହି ବ୍ରେକର୍ ଯୋଗୁ ଅନିୟନ୍ତ୍ରିତ ହୋଇ ୩ ଫୁଟ ପବନରେ ଡେଇଁ ପଡିଲା ଓ ସିଧାସଳଖ ଛକ ରୋଟାରୀକୁ ଯାଇ ଟକ୍କର ମାରିଥିଲା । ଏହା ପରେ ୧୫ ଫିଟ ଟାଣି ଡ୍ରାଇଭର ପାର୍ଶ୍ୱରେ ଥିବା ଟ୍ରାଫିକ ଆଇଲାଣ୍ଡ ସହିତ ମୁହାଁମୁହିଁ ହୋଇ ଓଲଟି ପଡିଥିଲା । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ।


କୁରୱାଇ (ବିଦିଶା) ନିବାସୀ ଦୀନେଶ ସୋନି ବିଜେପିର ପୂର୍ବତନ ଜିଲ୍ଲା ସଭାପତି । ତାଙ୍କ ପୁଅ ସୌରଭ ସୋନି (୩୦) ମ୍ୟାରେଜ ଗାର୍ଡେନର ମାଲିକ ଥିଲେ । ଶୁକ୍ରବାର ଦିନ ସୌରଭ ଦ୍ୱିତୀୟ ଷ୍ଟପ୍ ତୁଲସୀ ନଗର (ଭୋପାଳ) ରେ ରହୁଥିବା ଭିଣେଇ ମୋହିତ ନରେକର (୩୨) ଙ୍କ ଘରେ ଭାଣିଜୀଙ୍କ ଜନ୍ମଦିନ ପାଳନ କରିବାକୁ ଆସିଥିଲେ । ଘରେ ଜନ୍ମଦିନ ପାଳନ କରିବା ପରେ ଭିଣେଇ ଓ ଶଳା ତାଙ୍କ ବନ୍ଧୁ ବିବେକ ବର୍ମାଙ୍କ ସହ ଇମାମି ଗେଟରେ ଅବସ୍ଥିତ ଜାମିଲ ହୋଟେଲରେ ରାତ୍ରୀ ଭୋଜନ କରିବାକୁ ଯାଇଥିଲେ ।


୩ ଜଣ ଶୁକ୍ରବାର ରାତି ୧୨ଟାରେ ଟିଟି ନଗରରୁ ଘରକୁ ଫେରୁଥିଲେ । ବାଟରେ ତାଙ୍କ କାର ଶିବାଜୀ ନଗର ଛକ ନିକଟରେ ପହଞ୍ଚିଥିବା ବେଳେ ତାଙ୍କ କାର ଡ୍ରେନର ସ୍ଲାବରୁ ବାଉନ୍ସ ହୋଇ ସିଧାସଳଖ ରୋଟାରୀକୁ ଟକ୍କର ଦେଇଥିଲା । ଏହି ୩ ଜଣ 15 ମିନିଟ ପର୍ଯ୍ୟନ୍ତ କାରରେ ଯନ୍ତ୍ରଣାରେ ଛଟପଟ୍ ହେଉଥିଲେ । କିଛି ଲୋକ ସେମାନଙ୍କୁ ଜେପି ହସ୍ପିଟାଲକୁ ନେଇଯାଇଥିଲେ, ଯେଉଁଠାରେ ଡାକ୍ତରମାନେ ଭିଣେଇ ଓ ଶଳାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ବନ୍ଧୁ ଆହତ ହୋଇଛନ୍ତି ।


ଅଧିକ ପଢ଼ନ୍ତୁ:-ଭାରତୀୟ କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ବଡ଼ ଖୁସି ଖବର, ଶେଷରେ ବର୍ତ୍ତମାନ ଏକାଠି ଖେଳିବେ ଟିମ୍ ଇଣ୍ଡିଆର ଏହି ୩ ଖେଳାଳି


ଅଧିକ ପଢ଼ନ୍ତୁ:-କିଡନୀ ପାଇଁ ରାମବାଣ ହେଉଛି ଏସବୁ ଖାଦ୍ୟ, ଲାଭ ଜାଣିଲେ ଆଜିଠୁ ହିଁ ଆରମ୍ଭ କରିବେ ଖାଇବା


ଅଧିକ ପଢ଼ନ୍ତୁ:-ସୂର୍ଯ୍ୟକୁମାର ଯାଦବ ତୁଫାନୀ ଶତକ ଲଗାଇବା ସତ୍ତ୍ୱେ ଟିମ୍ ଇଣ୍ଡିଆରୁ ହେବେ ବାହାର! ଏହି ଖେଳାଳି ନେବେ ତାଙ୍କ ସ୍ଥାନ


ଟିଟି ନଗର ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ଏୟାରବ୍ୟାଗ ଫାଟିଯିବା କାରଣରୁ ଉଭୟଙ୍କ ମୁଣ୍ଡ କାରର ଡ୍ୟାସବୋର୍ଡକୁ ଧକ୍କା ଦେଇଥାଇପାରେ । ଏହା ମୃତ୍ୟୁର କାରଣ ହୋଇଥାଇପାରେ । କାରର ପଛ ସିଟରେ ବସିଥିବା ବିବେକଙ୍କ ବୟାନ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ । ସେ ହାମିଡିଆରେ ଚିକିତ୍ସିତ ହେଉଛନ୍ତି । ଘଟଣା ସମୟରେ ସୌରଭ କାର ଚଳାଉଥିଲେ ।