IND vs SL 1st ODI: ଭାରତୀୟ କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ବଡ଼ ଖୁସି ଖବର, ଶେଷରେ ବର୍ତ୍ତମାନ ଏକାଠି ଖେଳିବେ ଟିମ୍ ଇଣ୍ଡିଆର ଏହି ୩ ଖେଳାଳି
Advertisement

IND vs SL 1st ODI: ଭାରତୀୟ କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ବଡ଼ ଖୁସି ଖବର, ଶେଷରେ ବର୍ତ୍ତମାନ ଏକାଠି ଖେଳିବେ ଟିମ୍ ଇଣ୍ଡିଆର ଏହି ୩ ଖେଳାଳି

IND vs SL 1st ODI: ର୍ତ୍ତମାନ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ । ଏହି ସିରିଜ ଜାନୁଆରୀ ୧୦ରୁ ଆରମ୍ଭ ହେବ । ଏହି ସିରିଜ୍ ସହିତ ଟିମ୍ ଇଣ୍ଡିଆ ମଧ୍ୟ ଦିନିକିଆ ବିଶ୍ୱକପ୍ ୨୦୨୨୩ ପାଇଁ ପ୍ରସ୍ତୁତି ଆରମ୍ଭ କରିବ । ଏହି ସିରିଜ୍ ଭାରତୀୟ ଫ୍ୟାନ୍ସଙ୍କ ପାଇଁ ଅତ୍ୟନ୍ତ ଖାସ୍ ହେବାକୁ ଯାଉଛି । 

IND vs SL 1st ODI: ଭାରତୀୟ କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ବଡ଼ ଖୁସି ଖବର, ଶେଷରେ ବର୍ତ୍ତମାନ ଏକାଠି ଖେଳିବେ ଟିମ୍ ଇଣ୍ଡିଆର ଏହି ୩ ଖେଳାଳି

India vs Sri Lanka 1st ODI: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ୩ ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜ (IND vs SL T20 Series) କୁ ଟିମ୍ ଇଣ୍ଡିଆ (Team India) ୨-୧ରେ ଜିତିଛି । ବର୍ତ୍ତମାନ ଭାରତୀୟ ଦଳ (Indian Cricket Team) ଶ୍ରୀଲଙ୍କା ବିପକ୍ଷରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ (India vs Sri Lanka ODI Series) ଖେଳିବ । ଏହି ସିରିଜ ଜାନୁଆରୀ ୧୦ରୁ ଆରମ୍ଭ ହେବ । ଏହି ସିରିଜ୍ ସହିତ ଟିମ୍ ଇଣ୍ଡିଆ ମଧ୍ୟ ଦିନିକିଆ ବିଶ୍ୱକପ୍ ୨୦୨୨୩ (ODI World Cup 2023) ପାଇଁ ପ୍ରସ୍ତୁତି ଆରମ୍ଭ କରିବ । ଏହି ସିରିଜ୍ ଭାରତୀୟ ଫ୍ୟାନ୍ସଙ୍କ ପାଇଁ ଅତ୍ୟନ୍ତ ଖାସ୍ ହେବାକୁ ଯାଉଛି । 

କାରଣ ଏହି ସିରିଜ (IND vs SL ODI Series) ରେ ଟିମ୍ ଇଣ୍ଡିଆ (Team India) ର ୩ ମ୍ୟାଚ୍ ୱିନର ଖେଳାଳିଙ୍କୁ ଅନେକ ମାସ ପରେ ଏକାଠି ODI ରେ ଖେଳୁଥିବାର ଦେଖିବାକୁ ମିଳିବ । ଏହି ସିରିଜରେ ରୋହିତ ଶର୍ମା (Rohit Sharma) ଙ୍କ ହାତରେ ଟିମ୍ ଇଣ୍ଡିଆର କମାଣ ରହିବ । ଏଥି ସହ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (Virat Kohli) ମଧ୍ୟ ବ୍ରେକ୍ ପରେ ଦଳକୁ ଫେରିବାକୁ ଯାଉଛନ୍ତି । ଏହି ସିରିଜ୍ ପାଇଁ ଚୟନକର୍ତ୍ତା ମାନେ ମାରାତ୍ମକ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା (Jasprit Bumrah) ଙ୍କୁ ମଧ୍ୟ ଦଳରେ ସାମିଲ କରିଛନ୍ତି । 

ଏହି ତିନି ଖେଳାଳି ଶେଷ ଥର ପାଇଁ ୧୪ ଜୁଲାଇ ୨୦୨୨ରେ ଲର୍ଡସରେ ଇଂଲଣ୍ଡ ବିପକ୍ଷରେ ଏକ ODI ଖେଳିଥିଲେ । ଏଥି ସହିତ ପୂର୍ବରୁ ଏହି ଖେଳାଳିମାନେ ଜାନୁଆରୀ ୨୦୨୨ରେ ଅଷ୍ଟ୍ରେଲିଆ ବିପକ୍ଷରେ ଏକାଠି ODI ଖେଳୁଥିବା ଦେଖାଯାଇଥିଲା । ଜସପ୍ରୀତ ବୁମ୍ରା (Jasprit Bumrah) କିଛି ସମୟ ପାଇଁ ଆଘାତ ସହ ସଂଘର୍ଷ କରୁଥିଲେ । ଜସପ୍ରୀତ ବୁମ୍ରା ସେପ୍ଟେମ୍ବର ୨୦୨୨ରେ ଅଷ୍ଟ୍ରେଲିଆ ବିପକ୍ଷରେ ଟିମ୍ ଇଣ୍ଡିଆ ପାଇଁ ତାଙ୍କର ଶେଷ ମ୍ୟାଚ୍ ଖେଳିଥିବାବେଳେ ୧୪ ଜୁଲାଇ ୨୦୨୨ରେ ଇଂଲଣ୍ଡ ବିପକ୍ଷରେ ଭାରତ ପାଇଁ ତାଙ୍କର ଶେଷ ODI ଖେଳିଥିଲେ । 

ଜସପ୍ରୀତ ବୁମ୍ରା (Jasprit Bumrah) ଆହତ କାରଣରୁ ଏସିଆ କପ୍ ୨୦୨୨ (Asia Cup 2022) ଓ ଟି-20 ବିଶ୍ୱକପ ୨୦୨୨ (T20 World Cup 2022) ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ମଧ୍ୟ ଭାରତୀୟ ଦଳର ଅଂଶ ହୋଇନଥିଲେ । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ସହ କେ.ଏଲ୍ ରାହୁଲ (KL Rahul) ମଧ୍ୟ ଏହି ସିରିଜରେ ଦଳକୁ ଫେରିବେ । ଏହି ସମସ୍ତ ତିନି ଖେଳାଳି ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ଟି-20 ସିରିଜରୁ ବିଶ୍ରାମ ନେଇଥିଲେ । ଟିମ୍ ଇଣ୍ଡିଆ ବର୍ତ୍ତମାନ ସଂପୂର୍ଣ୍ଣ ଶକ୍ତି ସହିତ ଏହି ODI ସିରିଜରେ ପଡ଼ିଆରେ ଓହ୍ଲାଇବାକୁ ଯାଉଛି ।

ଅଧିକ ପଢ଼ନ୍ତୁ:-କିଡନୀ ପାଇଁ ରାମବାଣ ହେଉଛି ଏସବୁ ଖାଦ୍ୟ, ଲାଭ ଜାଣିଲେ ଆଜିଠୁ ହିଁ ଆରମ୍ଭ କରିବେ ଖାଇବା

ଅଧିକ ପଢ଼ନ୍ତୁ:-ସୂର୍ଯ୍ୟକୁମାର ଯାଦବ ତୁଫାନୀ ଶତକ ଲଗାଇବା ସତ୍ତ୍ୱେ ଟିମ୍ ଇଣ୍ଡିଆରୁ ହେବେ ବାହାର! ଏହି ଖେଳାଳି ନେବେ ତାଙ୍କ ସ୍ଥାନ

ଅଧିକ ପଢ଼ନ୍ତୁ:-ଋଷଭ ପନ୍ତଙ୍କ ଫ୍ୟାନ୍ସଙ୍କ ପାଇଁ ଖରାପ ଖବର; ଡାକ୍ତର ଦେଲେ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍

 

ଶ୍ରୀଲଙ୍କା ବିପକ୍ଷ  ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ଶୁଭମାନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, କେ.ଏଲ୍ ରାହୁଲ (ୱିକେଟ କିପର), ଇଶାନ କିଶନ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ସର ପଟେଲ, ଜସପ୍ରୀତ ବୁମ୍ରା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ ଏବଂ ଅର୍ଶଦୀପ ସିଂ ।