ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟକୁ ୨.୫୧ କୋଟି ଟଙ୍କା ଦାନ କଲେ ଅମ୍ବାନୀ ପରିବାର
Mukresh Ambani News: ଅମ୍ବାନୀ ପରିବାର ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟକୁ ୨.୫୧ କୋଟି ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି। ଅମ୍ବାନୀ ପରିବାର ରାମ ଲାଲାଙ୍କ ପ୍ରତିମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା ସମାରୋହରେ ମଧ୍ୟ ସାମିଲ ହୋଇଥିଲେ।
Ram Mandir: ଅମ୍ବାନୀ ପରିବାର ରାମ ଜନ୍ମଭୂମି ତିର୍ଥ କ୍ଷେତ୍ର ଟ୍ରଷ୍ଟକୁ ୨.୫୧ କୋଟି ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି। ରିଲାଏନ୍ସ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଓ ତାଙ୍କ ପରିବାର ୨୨ ଜାନୁୟାରୀ ସୋମବାର ଦିନ ଅଯୋଧ୍ୟାରେ ରାମ ଲାଲାଙ୍କ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମଲି ହୋଇଥିଲେ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ତାଙ୍କ ପତ୍ନୀ ନୀତା ଅମ୍ବାନୀ ଓ ସେମାନଙ୍କ ପୁଅ ଏବଂ ଝିଅଙ୍କ ସହ ରାମ ମନ୍ଦିର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଉତ୍ସବରେ ଅନନ୍ତ ଅମ୍ବାନୀ ତାଙ୍କ ପତ୍ନୀ ରାଧିକା ମର୍ଚାଣ୍ଟ ଏବଂ ରିଲାଏନ୍ସ ଜିଓ ସିଇଓ ଆକାଶ ଅମ୍ବାନୀ ତାଙ୍କ ପତ୍ନୀ ଶ୍ଲୋକା ମେହେଟ୍ଟା ଏବଂ ଇଶା ଅମ୍ବାନୀ ତାଙ୍କ ସ୍ୱାମୀ ଓ ପିରାମଲ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆନନ୍ଦ ପିରାମଲ ଯୋଗ ଦେଇଥିଲେ।
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ନୀତା ଅମ୍ବାନୀ 'ଜୟ ଶ୍ରୀ ରାମ' ଜପ କରି ଇଣ୍ଡିଆ ଟୁଡେ ଟିଭିକୁ କହିଛନ୍ତି, ଏହା ଅଭିଭୂତ କରିବା ପରି ମୁହୂର୍ତ୍ତ ଓ ମୁଁ ଅତ୍ୟଧିକ ଆନନ୍ଦିତ ଯେ ମୁଁ ଏହାକୁ ଅନୁଭବ କରିବାକୁ ବ୍ୟକ୍ତିଗତ ଭାବେ ଏଠାକୁ ଆସିଛି ... ଆମ ଭାରତୀୟ ସଂସ୍କୃତି ଓ ପରମ୍ଫରା ପାଇଁ ଆମେ ଗର୍ବିତ। ଏହା ହେଉଛି ଭାରତ। " ମୁକେଶ ଅମ୍ବାନୀ ଇଣ୍ଡିଆ ଟୁଡେ ଟିଭିକୁ କହିଛନ୍ତି ଯେ ସେ ଭାରତର ନୂତନ ଯୁଗର ସାକ୍ଷୀ ହେବାର ସୌଭାଗ୍ୟ ପାଇଛନ୍ତି। ଅମ୍ବାନୀ ପରିବାର ଦ୍ୱାରା ଜାରି ଏକ ବିୟାନରେ କୁହାଯାଇଛି, "ଏହା ଏକ ପବିତ୍ର ପ୍ରୟାସ। ଅଯୋଧ୍ୟାରେ ଥିବା ରାମ ମନ୍ଦିର ଗଭୀର ସାଂସ୍କୃତିକ ମହତ୍ୱ ରହିଛି।"
ମୁକେଶ ଅମ୍ବାନୀଙ୍କୁ ତାଙ୍କ ପରିବାର ସହିତ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହକୁ ଆସିବାକୁ ନିମନ୍ତ୍ରଣ କରାଯାଇଥିଲା। ଆମନ୍ତ୍ରିତ ମନୋନୀତ ବ୍ୟକ୍ତିଙ୍କ ତାଲିକାରେ ୫୦୬ ଏ-ତାଲିକା ଅନ୍ତର୍ଭୁକ୍ତ ଥିଲେ। ଏହି ତାଲିକାରେ ବିଶିଷ୍ଟ ରାଜନେତା, ଅଗ୍ରଣୀ ଶିଳ୍ପପତି, ଶ୍ରେଷ୍ଠ ଚଳଚ୍ଚିତ୍ର ଅଭିନେତା-ଅଭିନେତ୍ରୀ, କ୍ରୀଡ଼ାବିତ୍, କୂଟନୀତିଜ୍ଞ, ବିଚାରପତି ଓ ପୁରୋହିତ ରହିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରିଥିଲେ। ଏହି କାର୍ଯ୍ୟକ୍ରମ ସାରା ଦେଶରେ ସିଧା ପ୍ରସାରଣ କରାଯାଇଥିଲା।