ନୂଆଦିଲ୍ଲୀ:  ପଞ୍ଚଭୂତରେ ବିଲୀନ ହେଲେ ସମାଜବାଦୀ ପାର୍ଟିର ସଂସ୍ଥାପକ ମୁଲାୟମ ସିଂହ ଯାଦବ। ମଙ୍ଗଳବାର ଉତ୍ତର ପ୍ରଦେଶରର ପୈତୃକ ଗାଁ ସେଫାଇରେ ରାଷ୍ଟ୍ରୀୟ ସମ୍ମାନ ସହ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ନେତାଜୀଙ୍କ ଶେଷ ଯାତ୍ରାରେ ଅନେକ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇଥିଲେ। ଶୋକାକୂଳ ପରିବେଶ ମଧ୍ୟରେ ମୁଲାୟମଙ୍କୁ ବିଦାୟ ଦିଆଯାଇଛି। ସୋମବାର ଗୁରୁଗ୍ରାମର ମେହାନ୍ତ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା। ନେତାଜୀ ଦେଶର ଜଣେ ମଜଭୁତ ନେତା ଥିଲେ। ସେ ଧରତ୍ରୀ ପୁତ୍ର, ନେତାଜୀ, କ୍ଷମତା ଆସନର ପେହଲଓ୍ୱାନ ଭଳି ନାମରେ ପରିଚିତ ଥିଲେ। ମୁଲାୟମ ସିଂହଙ୍କ ନାଁ 'ଗରୀବଙ୍କ ସାଥି' ନେତାଙ୍କ ତାଲିକାରେ ଆସିଥାଏ। ସେ ସମାଜବାଦୀ ରାଜନୀତି, ପଛୁଆ ତଥା ଦଳିତ ବର୍ଗଙ୍କ ନେତା ଭାବେ ପରିଗଣିତ ହେଉଥିଲେ।


COMMERCIAL BREAK
SCROLL TO CONTINUE READING

ତେବେ ମୁଲାୟମ ସିଂହଙ୍କ ମୃତ୍ୟୁ ସହିତ ଅନେକ ସଂଯୋଗ ମଧ୍ୟ ସୃଷ୍ଟି ହୋଇଛି। ମୁଲାୟମଙ୍କ ମୃତ୍ୟୁ ହୋଇଛି ଅକ୍ଟୋବର ୧୦ ତାରିଖରେ। ସେହିପରି ମୃତ୍ୟୁରୁ ଗୋଟିଏ ଦିନ ପୂର୍ବ ଅର୍ଥାତ ଅକ୍ଟୋବର ୯ ତାରିଖରେ ବିଏସପିର ସଂସ୍ଥାପକ ମାନ୍ୟବର କାଶୀରାମଙ୍କ ପୁଣ୍ୟତିଥି ଦେଇଛି। କେବଳ ଏତିକି ନୁହେଁ, ସାମାଜିକ ନ୍ୟାୟର ଆଉ ଜଣେ ପୁରୋଧା ରାମବିଳାସ ପାସଓ୍ୱାନଙ୍କ ପୁଣ୍ୟତିଥି ୮ ଅକ୍ଟୋବର ହୋଇଥିବା ବେଳେ ତାଙ୍କର ଦେହାନ୍ତ ୨୦୨୦ ମସିହାରେ ହୋଇଥିଲା। ଏହିଭଳି ଏହି ସାମାଜିକ ନ୍ୟାୟର ତିନି ପୁରୋଧାଙ୍କଙ୍କ ଲଗାତାର ଭାବେ ପଡ଼ି ଆସୁଛି। ମୁଲାୟମ ସିଂହ ପଛୁଆ ତଥା ଦଳିତ ବର୍ଗଙ୍କ ନ୍ୟାୟ ପାଇଁ ଲଢି ଆସୁଥିଲେ। ବୋଧ ହୁଏ ଏଥିପାଇଁ ଏହି ତିନି ନେତାଙ୍କ ମୃତ୍ୟୁରେ ଗୋଟିଏ ସଂଯୋଗ ଦେଖିବାକୁ ମିଳିଥିଲା। 


କେବଳ ଏତିକି ନୁହେଁ, ୧୧ ତାରିଖରେ ଜରୁରୀକାଳିନ ସ୍ଥିତି ବିପକ୍ଷରେ ବିଗୁଲ ବଜାଇଥିବା ଜୟପ୍ରକାଶ ନାରାୟଣଙ୍କ ପୁଣ୍ୟତିଥି ମଧ୍ୟ । ଯଦି ଏହାକୁ ମିଶାଯାଏ ତେବେ ଏହି ଚାରିଦିନ ଯାକ ଏହି ନେତାଙ୍କୁ ଯୋଡ଼ିବାର ଦିନ ଭାବେ ପରିଗଣିତ ହେବ। ଯେଉଁମାନେ ସେମାନଙ୍କର ପୁରୀ ଜୀବନକାଳ ମଧ୍ୟରେ ସାମାଜିକ ନ୍ୟାୟ ପାଇଁ ଲଢେଇ କରିଆସିଛନ୍ତି। ଲୋକତନ୍ତ୍ର ସିପାହୀ ଭାବେ କାମ କରି ଆସିଛନ୍ତି। 


ଉତ୍ତର ପ୍ରଦେଶର ମୁଲାୟମ ସିଂହ ଯାଦବ ଶାସନ କାଳ ରାଜନୀତିରୁ ଊର୍ଦ୍ଧ୍ୱକୁ ଯାଇ ଦେଖାଯାଏ । ତେବେ ରାମମନୋହର ଲୋହିଆ, ଜୟପ୍ରକାଶ ନାରାୟଣଙ୍କ ଭଳି ପ୍ରତିଷ୍ଠିତ ସମାଜସେବୀଙ୍କ ସହିତ କାମ କରିଥିଲେ ମୁଲାୟମ ସିଂହ। ସେମାନଙ୍କ ସହିତ କାମ କରିବା ବେଳେ ସାମ୍ପ୍ରଦାୟିକତା ବିରୋଧରେ ଏକ ସୀମାରେଖା ସୃଷ୍ଚି କରିଥିଲେ। କେବଳ ଏତିକି ନୁହେଁ, ମୁଲାୟମ ସିଂହ ଯାଦବ ସବୁବେଳେ ରାଜନୀତିରେ ବିକଳ୍ପ ପାଇଁ ଖାଲିସ୍ଥାନ ରଖି ଆସିଛନ୍ତି। ସେ ବିଜେପି ସହିତ ରାଜନୈତିକ ଲଢେଇ ମଧ୍ୟ କରିସାରିଛନ୍ତି। ଏହା ବ୍ୟତୀତ ୧୯୯୫ କାଶୀରାମଙ୍କ ସହିତ ମଧ୍ୟ ସରକାର ଗଠନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ।