Ganesh Chaturthi 2023: ସେପ୍ଟମ୍ବର ୧୯ ତାରିଖ ମଙ୍ଗଳବାର ଆନନ୍ଦ ଉଲ୍ଲାସର ସହ ସମଗ୍ର ଦେଶରେ ପାଳିତ ହେଉଛି ଗଣେଶ ପୂଜା। ଏହି ଅବସରରେ ମାୟାନଗରୀରେ ବଢିଛି ଇକୋ ଫ୍ରେଣ୍ଡଲି ଗଣେଶ ମୂର୍ତ୍ତିର ଚାହିଦା। ଗଣେଶ ପୂଜା ଦେଶ ବିଦେଶରେ ପ୍ରସିଦ୍ଧ ମୁମ୍ବାଇ ମହାନଗର ପରିବେଶ ଅନୁକୂଳ ପ୍ରତିମାର ବ୍ୟବହାର ବଢିଥିବାର ଦେଖିବାକୁ ମିଳୁଛି। ଚଳିତ ବର୍ଷ ସହରର ବଡ଼ ବଡ଼ ଗଣେଶ ପେଣ୍ଡାଲ ଠାରେ ପରିବେଶ ଅନୁକୂଳ ବିଶାଳକାୟ ଗଣେଶ ପ୍ରତିମା ସ୍ଥାପିତ ହୋଇଛି।


COMMERCIAL BREAK
SCROLL TO CONTINUE READING

ଚଳିତ ବର୍ଷ ଗଣେଶ ମଣ୍ଡଳ ମୁମ୍ବାଇ (Mumbai Ganesh Mandal) ସହରର ପ୍ରଭାଦେବୀ ଅଞ୍ଚଳରେ ଗଣପତି ବାପ୍ପାଙ୍କ (Mumbai Ganesh Chaturthi 2023) ୨୨ ଫୁଟ ଉଚ୍ଚର ମୂର୍ତ୍ତି ନିର୍ମାଣ କରିଛନ୍ତି। କାଗଜ ଏବଂ କାର୍ଡବୋର୍ଡ ସାହାଯ୍ୟରେ ଏହି ପ୍ରତିମା ନିର୍ମାଣ କରାଯାଇଛି। ଚଳିତ ବର୍ଷ ସମାନ ପେଣ୍ଡାଲ (Mumbai Ganesh Pandal) ଠାରେ ବପ୍ପାଙ୍କ ସାଜସଜ୍ଜାରେ ସମସ୍ତ ପରିବେଶ ଅନୁକୂଳ (Mumbai Eco Friendly Ganesh Idol) ଜିନିଷ ବ୍ୟବହୃତ ହୋଇଛି।


ଗଣେଶଳ ପେଣ୍ଡାଲ ଠାରେ ନିର୍ମିତ ହୋଇଛି ପରିବେଶ ଅନୁକୂଳ ମୂର୍ତ୍ତି
ମୁମ୍ବାଇ ସହରର Elfinstancha ରାଜା ପେଣ୍ଡାଲ ଠାରେ ବିଗତ ୫ ବର୍ଷ ଧରି ପରିବେଶ ଅନୁକୂଳ ମୂର୍ତ୍ତି ନିର୍ମିତ ହୋଇଆସୁଛି। ୧୯୯୨ ମସିହାରୁ ଏଠାରେ ଗଣପତିଙ୍କ (Mumbai Ganesh Puja 2023) ଆରଧନା ହୋଇଆସୁଛି। ତଳିତ ବର୍ଷ ଗଣେଶ ଉତ୍ସବ ଅବସରରେ ଶତ ପ୍ରତିଶତ ପରିବେଶ ଅନୁକୂଳ ମୂର୍ତ୍ତି ନିର୍ମିତ ହୋଇଆସୁଛି। ଚଳିତ ବର୍ଷ ଗଣପତି ବପ୍ପାଙ୍କୁ (Mumbai Ganesh Utsav 2023) ସମୁଦ୍ରର ଶେଶନାଗ ଉପରେ ସ୍ଥାପିତ କରାଯାଇଛି। ଏହି ମୂର୍ତ୍ତିର ସାଜସଜ୍ଜା ସହିତ ଅନେକ ବାର୍ତ୍ତା ମଧ୍ୟ ରଖାଯାଇଛି। ଯେପରି ଭଗବାନଙ୍କୁ ଫୁଲମାଳ ଅର୍ପଣ କରନ୍ତୁ ନାହିଁ। ବରଂ ପୁସ୍ତକ ଏବଂ କଲମ ଦାନ କରନ୍ତୁ। 


ମୁମ୍ବାଇ ସ୍ଥିତ କରୀ ରୋଡ୍ ଅଞ୍ଚଳରେ ଥିବା ପେପର କଲ୍ କର୍ମଶାଳାରେ ସମସ୍ତ ପ୍ରତିମା ପରିବେଶ ଅନୁକୂଳ ଢଙ୍ଗରେ ନିର୍ମାଣ କରାଯାଇଛି। ଏହି କର୍ମଶାଳାର ମାଲିକ ତଥା ଶିଳ୍ପୀ ପରାଗ ପାରଧି କହିଛନ୍ତି ଯେ ବିଗତ କିଛି ବର୍ଷ ତୁଳନାରେ ଚଳିତ ବର୍ଷ ପରିବେଶ ଅନୁକୂଳ ମୂର୍ତ୍ତିର ଚାହିଦା ଅନେକ ମାତ୍ରାରେ ବୃଦ୍ଧି ପାଇଛି। ପ୍ରାୟ ୨୫୦ ଛୋଟ ପ୍ରତିମା ବୁକ୍ ହୋଇସାରିଛି। ସେ ଦଶଟି ବିଶାଳକାୟ ମୂର୍ତ୍ତି ମଧ୍ୟ ବିକ୍ରି କରିସାରିଛନ୍ତି।


୧୦ ମାସ ପୂର୍ବରୁ ହୋଇଥାଏ ପ୍ରତିମା ବୁକିଂ 
ଶିଳ୍ପୀ ପରାଗ ପାରଧିଙ୍କ କହିବା ଅନୁଯାୟୀ, ଏପରି ମୂର୍ତ୍ତି ନିର୍ମାଣ କରିବାକୁ ସମୟ ଲାଗିଥାଏ। ଏହି ମୂର୍ତ୍ତି ବୁକିଂ ଅର୍ଡର ୮-୧୦ ମାସ ପୂର୍ବରୁ ଆସିଥାଏ। ଏହି ମୂର୍ତ୍ତି ପ୍ରାୟ ୩ ଗୁଣା ଅଧିକ ମହଙ୍ଗା। ମୁମ୍ବାଇ ସହରରେ ଆଜି ମଧ୍ୟ ପରିବେଶ ଅନୁକୂଳ ମୂର୍ତ୍ତି ଅଧିକ ବ୍ୟବହୃତ ହୁଏ ନାହିଁ। ହେଲେ ପରିବେଶକୁ ଦୃଷ୍ଟିରେ ରଖି କେବଳ ପରିବେଶ ଉପଯୋଗୀ ଗଣେଶ ମୂର୍ତ୍ତି ବିସର୍ଜନ କରିବାକୁ ସମସ୍ତଙ୍କୁ ଅନୁରୋଧ କରାଯାଇଛି।