Air India:ଥିରୁଅନନ୍ତପୂରମ୍‍ ବିମାନବନ୍ଦରରେ ଜରୁରୀ ପରିସ୍ଥିତି: ଏୟାର ଇଣ୍ଡିଆ ବିମାନରେ ବୋମା
Advertisement
Article Detail0/zeeodisha/odisha2394466

Air India:ଥିରୁଅନନ୍ତପୂରମ୍‍ ବିମାନବନ୍ଦରରେ ଜରୁରୀ ପରିସ୍ଥିତି: ଏୟାର ଇଣ୍ଡିଆ ବିମାନରେ ବୋମା

Air India: କେରଳର ରାଜଧାନୀ  ଥିରୁଅନନ୍ତପୂରମ୍‍ ବିମାନବନ୍ଦରରେ  ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ମୁମ୍ବାଇରୁ ଥରରୁଅନନ୍ତପୂରମଠାରେ ଅବତରଣ କରିଥିବା ଏକ ଏୟାର ଇଣ୍ଡିଆ ବିମାନରେ ବୋମା ଥିବା ଖବର ମିଳିବା ପରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଏହି ଘୋଷଣା କରିଛନ୍ତି।

Air India:ଥିରୁଅନନ୍ତପୂରମ୍‍ ବିମାନବନ୍ଦରରେ ଜରୁରୀ ପରିସ୍ଥିତି: ଏୟାର ଇଣ୍ଡିଆ ବିମାନରେ ବୋମା

ଭୁବନେଶ୍ୱର: କେରଳର ରାଜଧାନୀ  ଥିରୁଅନନ୍ତପୂରମ୍‍ ବିମାନବନ୍ଦରରେ  ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ମୁମ୍ବାଇରୁ ଥରରୁଅନନ୍ତପୂରମଠାରେ ଅବତରଣ କରିଥିବା ଏକ ଏୟାର ଇଣ୍ଡିଆ ବିମାନରେ ବୋମା ଥିବା ଖବର ମିଳିବା ପରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଏହି ଘୋଷଣା କରିଛନ୍ତି। ବିମାନ ବନ୍ଦର ପକ୍ଷରୁ ସମ୍ପୃକ୍ତ ବିମାନକୁ ଅଲଗା ରଖାଯାଇଛି। ବିମାନରେ ୧୩୫ ଯାତ୍ରୀ କେରଳ ଆସୁଥିଲା।  କୌଣସି ଜୀବନ ଉପରେ ବର୍ତ୍ତମାନ ସୁଦ୍ଧା ବିପତ୍ତି ଜଣାପଡ଼ି ନାହିଁ। 

ନ୍ୟୁଜ ସରବରାହ ସଂସ୍ଥା ପିଟିଆଇ ରିପୋର୍ଟ ଅନୁସାରେ ବିମାନର ପାଇଲଟ ଏ ବାବଦରେ ସୂଚନା ଦେବା ପରେ ବିମାନବନ୍ଦର କର୍ତ୍ତୃପକ୍ଷ ସତର୍କତା ମୂଳକ ପଦକ୍ଷେପ ନେଇଛନ୍ତି। ଏହି ବିମାନଟି ସକାଳ ସାଢ଼େ ୭ଟା ବେଳକୁ ବିମାନବନ୍ଦରରେ ଅବତରଣ କରିଥିଲା। ଏହି ସମୟରେ ପାଇଲଟ କଣ୍ଟ୍ରୋଲ ରୁମକୁ ବିମାନରେ ବୋମାଥିବା ଖବର ଜଣାଇଥିଲେ। ଏହାପରେ ବିମାନକୁ ଅଲଗା ପାର୍କିଂ ପାଇଁ ସକାଳ ୭ଟା ୩୬ ମିନିଟରେ ନିର୍ଦ୍ଦେଶ ଦିଆଯାଇ ବିମାନକୁ ଅଲଗା କରି ରଖାଯାଇଥିଲା। ଏହାପରେ ବିମାନରେ ଥିବା ଯାତ୍ରୀଙ୍କୁ ନିରପଦରେ ବାହାର କରିବା କାର୍ଯ୍ୟ ଜାରି ରହିଛି।