ନାଳରେ ଭାସିଯାଇଥିବା ନାବାଳକଙ୍କର ମୃତଦେହ ଉଦ୍ଧାର
Advertisement
Article Detail0/zeeodisha/odisha2394469

ନାଳରେ ଭାସିଯାଇଥିବା ନାବାଳକଙ୍କର ମୃତଦେହ ଉଦ୍ଧାର

Deadbody found: ସ୍ଥାନୀୟ ଲୋକେ ବିଏମ୍‌ସି ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ଓ ବିଏମ୍‌ସିର ଉପସ୍ଥିତିରେ ଦୀର୍ଘ ୪ଘଣ୍ଟା ଧରି ଖୋଜାଖୋଜି ପରେ ପିଲାଟିର ମୃତଦେହ ଉଦ୍ଧାର ହୋଇଥିଲା।

ନାଳରେ ଭାସିଯାଇଥିବା ନାବାଳକଙ୍କର ମୃତଦେହ ଉଦ୍ଧାର

ବ୍ରହ୍ମପୁର: ମୁକୁଳା ଡ୍ରେନ ବିପଦ ସାଜୁଛି। ପୁଣି ମୁକୁଳା ଡ୍ରେନ ନାଳରେ ଭାସିଯାଇ ଜଣେ ୧୦ ବର୍ଷ ନାବାଳକ ମୃତ୍ୟୁ ହୋଇଛି। ଦୀର୍ଘ ୪ ଘଣ୍ଟା ପରେ ନାବାଳକର ମୃତଦେହ ଉଦ୍ଧାର କରାଯାଇଛି। ତେବେ ଲଗାଣ ବର୍ଷାରେ ଭାସି ଯାଇଥିଲା ନାବାଳକ ଜଣଙ୍କ। ମୃତକ ଲକ୍ଷ୍ମୀ ନୃସିଂହ ସାହି ୧୪ନମ୍ବର ଗଳିର ଶେଷ ମୁଣ୍ଡରେ ଥିବା ନାଳରୁ ସାଇରାମଙ୍କ ମୃତଦେହ ଉଦ୍ଧାର ହୋଇଛି। 

ତେବେ ଟିଉସନ ସାରି ଘରକୁ ଆସିବା ପରେ ସାଇକେଲ ଧରି ଘରୁ ବାହାରକୁ ଯିବା ବେଳେ ନାଳରେ ଖସି ପଡ଼ିଥିଲେ। ଗତକାଲି ରାତି ୮ଟା ବେଳେ ସାଇକେଲ ଚଳାଇ ଆସୁଥିବା ସାଇରାମ ପାତ୍ର ହଠାତ୍ ରାସ୍ତା କଡ ନାଳରେ ପଡିଯାଇଥିଲେ । ପ୍ରବଳ ବର୍ଷା ଯୋଗୁଁ ନାଳ ପାଣି ରାସ୍ତା ଉପରକୁ ମାଡ଼ି ଆସିଥିଲା। ଫଳରେ ରାସ୍ତା ଓ ନାଳ ଜଣାପଡ଼ୁ ନଥିଲା। ପାଣିର ପ୍ରଖର ସ୍ରୋତରେ ସେ ଭାସି ଯାଇଥିଲେ। ନିକଟରେ ଥିବା କିଛି ଯୁବକ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇପାରି ନ ଥିଲେ। ପରେ କେବଳ ତାଙ୍କ ସାଇକେଲ ଟି ହିଁ ମିଳିଥିଲା। ସ୍ଥାନୀୟ ଲୋକେ ବିଏମ୍‌ସି ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ ଓ ବିଏମ୍‌ସିର ଉପସ୍ଥିତିରେ ଦୀର୍ଘ ୪ଘଣ୍ଟା ଧରି ଖୋଜାଖୋଜି ପରେ ପିଲାଟିର ମୃତଦେହ ଉଦ୍ଧାର ହୋଇଥିଲା। ପିଲାଟିର ମୃତଦେହ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡ଼ିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।