Netplus Broadband Service: JioFiber ଓ Airtel Xstream Fiber ବହୁତ ଲୋକପ୍ରିୟ ଇଣ୍ଟରନେଟ୍ ସର୍ଭିସ୍ ପ୍ରୋଭାଇଡର । ଏହା କମ୍ ମୂଲ୍ୟରେ ଅଧିକ ଡାଟା ଓ ହାଇ ସ୍ପିଡ୍ ଇଣ୍ଟରନେଟ୍ ସେବା ଯୋଗାଇଥାଏ । କିନ୍ତୁ ବଜାରରେ ଅନ୍ୟ ଏକ ଇଣ୍ଟରନେଟ୍ ସର୍ଭିସ ପ୍ରୋଭାଇଡର ଆସିଛି । ଏହି ସର୍ଭିସ ପ୍ରୋଭାଇଡର ବହୁତ ବଡ଼ ପ୍ଲାନ୍ସ ନେଇ ଆସିଛି । ଆମେ ନେଟପ୍ଲସ୍ ବ୍ରଡବ୍ୟାଣ୍ଡ (Netplus Broadband Service) ବିଷୟରେ କଥା ହେଉଛୁ । ନେଟପ୍ଲସ୍ ବ୍ରଡବ୍ୟାଣ୍ଡ ସେବା (Netplus Broadband Service) ହରିୟାଣା, ପଞ୍ଜାବ, ହିମାଚଳ ପ୍ରଦେଶ, ଜାମ୍ମୁ କାଶ୍ମୀର, ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଉପଲବ୍ଧ ଅଛି ।


COMMERCIAL BREAK
SCROLL TO CONTINUE READING

ନେଟପ୍ଲସ୍ ବ୍ରଡବ୍ୟାଣ୍ଡ (Netplus Broadband Service) ଦୁଇମାସ ପାଇଁ ମାଗଣା ସେବା ପ୍ରଦାନ କରୁଛି । ଏହି ପ୍ଲାନରେ 1GBPS ପର୍ଯ୍ୟନ୍ତ ସ୍ପିଡ୍ ମିଳିପାରେ । ଏହି ପ୍ଲାନରେ ଅସୀମିତ ଡାଟା (Unlimited Data) ପ୍ରଦାନ କରାଯାଇଛି । ଯଦି ଆପଣ ଏହି ନେଟପ୍ଲସ୍ ବ୍ରଡବ୍ୟାଣ୍ଡ (Netplus Broadband Service) କୌଣସି ପ୍ଲାନ ନିଅନ୍ତି, ତେବେ ଆପଣ ଏହାକୁ ୨ ମାସ ପାଇଁ ମାଗଣାରେ ପାଇବେ । ଯଦି ଉପଭୋକ୍ତା ନେଟପ୍ଲସ୍ ବ୍ରଡବ୍ୟାଣ୍ଡ (Netplus Broadband Service) ର ୨ ମାସ ମାଗଣା ସେବା ନେବାକୁ ଚାହାଁନ୍ତି, ତେବେ ତାଙ୍କୁ ଦୀର୍ଘକାଳୀନ ବୈଧତା ସହିତ ଏକ ପ୍ଲାନ୍ ନେବାକୁ ପଡିବ ।


 ଯଦି ଗ୍ରାହକ ନେଟପ୍ଲସ୍ ବ୍ରଡବ୍ୟାଣ୍ଡ (Netplus Broadband Service) ର ୫ ମାସର ପ୍ଲାନ୍ ନିଅନ୍ତି, ତେବେ ତାଙ୍କୁ ୧ ମାସ ମାଗଣା ସେବା ମିଳିବ । ଯଦି ସେ ୧୦ ମାସର ନେଟପ୍ଲସ୍ ବ୍ରଡବ୍ୟାଣ୍ଡ (Netplus Broadband Service) ର ପ୍ଲାନ୍ ନିଅନ୍ତି, ତେବେ ତାଙ୍କୁ ୨ ମାସ ମାଗଣା ସେବା ମିଳିବ । ଅର୍ଥାତ ୧୦ ମାସର ଟଙ୍କା ଦେଇ ଗ୍ରାହକ ପୂରା ବର୍ଷ ପାଇଁ ନେଟପ୍ଲସ୍ ବ୍ରଡବ୍ୟାଣ୍ଡ (Netplus Broadband Service) ପ୍ଲାନର ଲାଭ ଉଠାଇପାରିବେ ।


ଅଧିକ ପଢ଼ନ୍ତୁ:-ଆଜି କୋହଲି ନିଜ ନାମରେ କରିବେ ଏହି ମହାରେକର୍ଡ! ଦୁନିଆର କୌଣସି ଆକ୍ଟିଭ ବ୍ୟାଟ୍ସମ୍ୟାନ୍ କରିପାରିନାହାଁନ୍ତି ଏପରି


ଅଧିକ ପଢ଼ନ୍ତୁ:-ହଠାତ୍ କ୍ରିକେଟରରୁ ଅବସର ନେଲେ ଏହି ଘାତକ ଖେଳାଳି


ଅଧିକ ପଢ଼ନ୍ତୁ:-ପୁଟିନ ଜୀବିତ ନା ମୃତ? ଜେଲେନସ୍କି କଲେ ଏହି ବଡ଼ ଦାବି


 


ନେଟପ୍ଲସ୍ ବ୍ରଡବ୍ୟାଣ୍ଡ (Netplus Broadband Service) OTT ସୁବିଧା ସହିତ ଓ OTT ସୁବିଧା ବିନା ଆସିଥାଏ । ନେଟପ୍ଲସ୍ ବ୍ରଡବ୍ୟାଣ୍ଡ (Netplus Broadband Service) ର ବେସିକ୍ ପ୍ଲାନର ମୂଲ୍ୟ ୪୯୯ ଟଙ୍କା । ନେଟପ୍ଲସର ଏହି ପ୍ଲାନରେ ଅସୀମିତ ଡାଟା ଓ କଲିଂ ସୁବିଧା ଉପଲବ୍ଧ ଅଛି । ଏହି ପ୍ଲାନରେ 100Mbps ର ସ୍ପିଡ ମଧ୍ୟ ମିଳିଥାଏ । ପ୍ଲାନରେ ଟ୍ୟାକ୍ସ ଅନ୍ତର୍ଭୁକ୍ତ ନାହିଁ । ଯଦି ଆପଣ ପ୍ଲାନ୍ ନିଅନ୍ତି ତେବେ ଆପଣଙ୍କୁ ୪୯୯+ ଟ୍ୟାକ୍ସ ଦେବାକୁ ପଡ଼ିବ । ଆପଣଙ୍କୁ କହି ରଖୁଛୁ ଯେ, ଅନ୍ୟ କୌଣସି ଇଣ୍ଟରନେଟ୍ ସେବା ପ୍ରଦାନକାରୀ 100mbps ପ୍ଲାନ ଏତେ ଶସ୍ତାରେ ପ୍ରଦାନ କରନ୍ତି ନାହିଁ । ଏୟାରଟେଲ (Airtel) ଓ ଜିଓ (Jio) ର 100Mbps ପ୍ଲାନ ଯଥାକ୍ରମେ ୭୯୯ ଟଙ୍କା ଓ ୭୯୯ ଟଙ୍କା ରହିଛି । ଏହା ତୁଳନାରେ ନେଟପ୍ଲସ୍ ବ୍ରଡବ୍ୟାଣ୍ଡ (Netplus Broadband Service) ବହୁତ ବଡ ଅଫର ଦେଉଛି