New Born Baby: ପୁରୀ: ଶ୍ରୀ ଲୋକନାଥଙ୍କଠାରେ ପାଣି ଢାଳି ଫେରୁଥିବା ବେଳେ ଏକ କାଉଁଡ଼ିଆ ଦଳ ଜଣେ ନବଜାତ ଶିଶୁଙ୍କୁ ଉଦ୍ଧାର କରିଛନ୍ତି। ପୁରୀର ରେଳଫାଟକ ପାଖରେ ପରିତ୍ୟକ୍ତ ହୋଇ ପଡ଼ିଥିବା ଏହି ଶିଶୁଙ୍କୁ  ଦେଖିବା ପରେ ଏହି ଦଳ ଶିଶୁ ଟିକୁ ତୁରନ୍ତ ଡାକ୍ରଖାନାରେ ପହଞ୍ଚାଇଥିଲେ। ପୁଲିସକୁ ଏ ସମ୍ପର୍କରେ ଜଣାଇ ସେମାନେ ନିଜ ଘରକୁ ଫେରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଶିଶୁକୁ ଉଦ୍ଧାର କରିଥିବା ଜ୍ଞାନେନ୍ଦ୍ର ସ୍ୱାଇଁ କହିଛନ୍ତି,  ଆଜି ଶ୍ରାବଣ ସୋମବାର ଥିବାରୁ ସେମାନେ ଶ୍ରୀ ଲୋକନାଥଙ୍କ ପାଖରେ ଜଳ ଲାଗି କରି ଘରକୁ ଫେରୁଥିଲେ। ପାଣି ଭାର ନେଇ ଶ୍ରୀ ଲୋକନାଥଙ୍କ ନିକଟକୁ ଯାଇଥିଲେ। ସେଠାରୁ ଫେରିବା ସମୟରେ ଆଲ୍ଫାଗେଟ୍‍ ଠାରେ ଏକ ନବଜାତ ଶିଶୁ ପରିତ୍ୟକ୍ତ ହୋଇ ପଡ଼ି ରହିଥିଲା। ତାଙ୍କ ପାଖରେ କେହି ନଥିଲେ। ଶିଶୁଟି ଉପରେ ଆଘାତ ଆସିବ ବୋଲି ଆଶଙ୍କା କରି ସେଠାରୁ ତାଙ୍କୁ ଉଦ୍ଧାର କରି ପୁରୀ ଶିଶୁ ଭବନ ନେଇ ଆସିଥିଲେ। ଏଠାରେ ପୁଲିସକୁ ମଧ୍ୟ ସେ ବାରବଦରେ ଜଣାଇ ପ୍ରଶାସନକୁ ଶିଶୁକୁ ହସ୍ତାନ୍ତର କରିଛନ୍ତି। 


ଶ୍ରୀ ସ୍ୱାଇଁଙ୍କ ଘର କାକଟପୁରରେ। ସେ ତାଙ୍କ ବନ୍ଧୁ ଭକ୍ତ ଚରଣ ବେହେରା, ଜ୍ୟୋତିରଞ୍ଜନ ସେନାପତି, ବିଷ୍ଣୁ ଚରଣ ମହାରଣାଙ୍କ ସହ ପାଣିଭାର ନେଇ ଯାଇଥିଲେ ଏବଂ ସମସ୍ତ ସାଙ୍ଗଙ୍କ ସହାୟତାରେ ଏହି କାର୍ଯ୍ୟ ହୋଇଥିବା ସେ କହିଛନ୍ତି।