Nikki Murder Case In Odia: ନିକି ହତ୍ୟାକାଣ୍ତ ଘଟଣା (Nikki Murder Case)। ଗିରଫ ହୋଇଥିବା ହତ୍ୟାକାଣ୍ତର ମାଷ୍ଟର ମାଇଣ୍ତ ତଥା ବୟଫ୍ରେଣ୍ତ  ସାହିଲ (sahil gahlot) ପୋଲିସ ଆଗର ସତ ଓଗାଳିଛି ।  ହତ୍ୟାକାଣ୍ତର ୧୨ ଘଣ୍ଟା ପୂର୍ବରୁ (12 hours)ସେ ପ୍ରେମିକା ନିକି(Nikki) ସହ କଣ ସବୁ କରିଥିଲା।  ପୋଲିସ ଆଗରେ (delhi police)ଦେଇଥିବା ବୟାନ ବେଶ ଚାଞ୍ଚଲ୍ୟକର ଥିଲା । ଅଭିଯୁକ୍ତ ପୋଲିସକୁ କହିଛି ଯେ, ଦ୍ବି ପହରେ ବିଚ୍ ରାସ୍ତା ଉପରେ ସେ ନିଜ ପ୍ରେମିକାକୁ ହତ୍ୟା କରିଥିଲା ।  ହତ୍ୟା ପରେ କାରରେ ବସାଇଥିଲା । ଏବଂ ବିନା ଭୟରେ ସେ ଗୋଟିଏ ରାତିର କାର ସେ ମୃତଦେହ (deadbody) ସହ ରହିଥିଲେ । ପରଦିନ ସକାଳେ (Mitraon of Najafgarh )  ନାଜାଫଗଡ ସ୍ଥିତ ମିଡ୍ରଗାଓଁ ଠାରେ ଏକ ଚିହ୍ନା ଢାବାରେ ପ୍ରେମିକାର(Nikki yadav) ମୃତଦେହକୁ ଫ୍ରିଜରେ ରଖିଥିଲା।


COMMERCIAL BREAK
SCROLL TO CONTINUE READING

ହତ୍ୟା ଦିନ କ’ଣ ହେଲା?
 ଫେବୃଆରୀ ୯ ରେ, ସାହିଲ ଗେହଲୋଟ୍ ନାଜାଫଗଡ ନିକଟରେ ନିକଟରେ ଅନ୍ୟଏକ ଝିଅ ସହ ନିର୍ବନ୍ଧ ହୋଇଥିଲା। ସାହିଲ (sahil gahlot) ମଧ୍ୟ ଏହି ଫଟୋକୁ ନିଜ ସୋସିଆଲ ମିଡିଆରେ ସେୟାର କରିଥିଲେ। ଯାହାକୁ ଦେଖି ରାଗିଯାଇଥିଲେ ନିକ୍କି । ଏବଂ ସାହିଲଙ୍କ ସହ ଦେଖା କରିବାକୁ ଜିଦ୍ କରିଥିଲେ। ପରେ ସାହିଲ ତାଙ୍କ ନିର୍ବନ୍ଧ କାର୍ଯ୍ୟକ୍ରମ ଶେଷ କରିବା ପରେ ପରଦିନ ଅର୍ଥାତ ଦ୍ବିପହରେ ନିକିଙ୍କ ପାଖକୁ ବିନ୍ଧପୁର(Bindapur) ଅଭିମୁଖେ ଯାଇଥିଲେ । ସେଠାରେ ନିକିଙ୍କୁ ଗାଡିରେ ବସାଇ ଦୂର ସ୍ଥାନକୁ ନେଇଥିଲେ।  କାର ଭିତରେ ସାହିଲଙ୍କ ନିର୍ବନ୍ଧ କଥାକୁ ନେଇ ଉଭୟଙ୍କ ମଧ୍ୟ ଝଗଡା ହୋଇଥିଲା। ଝଗଡା ଧିରେ ଧିରେ ଉଗ୍ର ରୂପ ନେଇଥିଲା । ପରେ ସେଇଠାରେ ହିଁ  ନିକ୍କିଙ୍କୁ ହତ୍ୟାର ଷଡଯନ୍ତ୍ର ରଚିଥିଲା ସାହିଲ୍ (sahil gahlot) । ପରେ ନିକଙ୍କୁ ମନାଇବା ପାଇଁ ଗୋଆ ଯିବାର ପ୍ଲାନ୍ କରିଥିଲା ସାହିଲ୍ । ସାହିଲଙ୍କ ମନରେ ଥିବା ପ୍ରତିହିଂସାର ନିଆଁକୁ ବୁଝିପାରି ନ ଥିଲେ ନିକ୍କି । ସେ ମଧ୍ୟ ଏଥିରେ ରାଜି ହୋଇଯାଇଥିଲେ। ଉଭୟ ବିଳମ୍ବିତ ରାତିରେ ନିଜାମୁଦ୍ଦିନରେ ପହଞ୍ଚଥିଲେ। କିନ୍ତୁ ସାହିଲଙ୍କ ଘର ଲୋକେ ସାହିଲଙ୍କୁ  ବାରମ୍ବାର କଲ କରୁଥିବାରୁ ନିକ୍କି ରାଗି ଯାଉଥିଲେ। ଏହା ଦେଖି ସାହିଲ୍ ମୋବାଇଲର ଡାଟା କେବୁଲରେ ନିକିଙ୍କ ଗଳା ଚିପି (Nikki Murder Case)ଦେଇଥିଲା । ଘଟଣାସ୍ଥଳରେ ହିଁ ତାର ମୃତ୍ୟୁ ହୋଇଥିଲା।  ଏସବୁ କଥା ନିଜେ ପୋଲିସ ଆଗର କହିଛି ଅଭିଯୁକ୍ତ। 


Also Read : Indian Railways: ପୁଣି ୫୦୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ କଲା ରେଳବାଇ, ଜାଣନ୍ତୁ ତାଲିକାରେ ରହିଛି ଓଡ଼ିଶାର କେତୋଟି ଟ୍ରେନ?


Also Read : Rpf Jawan Save man Life: ପୁଣି ମାନବିକତା ଦେଖାଇଲେ ଖାକି ବର୍ଦ୍ଦି ପିନ୍ଧା ହିରୋ, ମରଣ ମୁହଁରୁ ବଞ୍ଚାଇଲେ ଜୀବନ


ସାହିଲ ଆର୍ଯ୍ୟ ସମାଜ ମନ୍ଦିରରେ ନିକିଙ୍କୁ ବିବାହ କରିଥିଲେ: 
ନିକି ଯାଦବ ସାହିଲ ଗେହଲୋଟଙ୍କ ଲାଇଭ-ଇନ୍ ପାର୍ଟନର ନଥିଲେ,ବରଂ ସେ ତାଙ୍କ ପତ୍ନଥିଲେ । ସାହିଲ ଗେହଲୋଟ୍ ଏବଂ ନିକ୍କି ଯାଦବ ୨୦୨୦  ଅକ୍ଟୋବରରେ ବିବାହ କରିଥିଲେ। ଉଭୟ ନୋଏଡାରେ ଅବସ୍ଥିତ ଏକ ମନ୍ଦିରରେ ବିବାହ କରିଥିଲେ। ସାହିଲଙ୍କ ପରିବାର ଉଭୟଙ୍କ ଏହି ବିବାହକୁ ବିରୋଧ କରୁଥିଲେ।


ନିକ୍କି ଯାଦବଙ୍କୁ କାହିଁକି ହତ୍ୟା କରାଯାଇଥିଲା?
ସାହିଲ-ନିକିଙ୍କ  ବିବାହକୁ ସାହିଲଙ୍କ ପରିବାର ସ୍ୱୀକୃତି ଦେଉନଥିଲେ। ସାହିଲଙ୍କ ପରିବାର ଡିସେମ୍ବର ୨୦୨୨ରେ ତାଙ୍କ ବିବାହ ସ୍ଥିର କରିଥିଲେ। ସାହିଲ ବିବାହିତ ଏବଂ ନିକି ତାଙ୍କ ପତ୍ନୀ ବୋଲି ସାହିଲଙ୍କ ସହ ନିର୍ବନ୍ଧ ହୋଇଥିବା କନ୍ୟା ପକ୍ଷ ଜାଣି ନଥିଲେ। ଯେତେବେଳେ ପୋଲିସ ବିବାହ ପ୍ରମାଣପତ୍ର ପାଇଲା, ସେତେବେଳେ ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ସାହିଲ ଏକ ଡାଟା କେବୁଲରେ ସାହାର୍ଯ୍ୟରେ ନିକ୍କିଙ୍କୁ ହତ୍ୟା (Nikki Murder Case)କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।


Also Read : Viral News: ଯୁବକଙ୍କ ଅଜବ କାରନାମା, ବାହା ନ ହେବା ପାଇଁ ନିଜକୁ ହସପିଟାଲରେ କରାଇଲେ ଆଡମିଟ୍