Indian Railways: ପୁଣି ୫୦୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ କଲା ରେଳବାଇ, ଜାଣନ୍ତୁ ତାଲିକାରେ ରହିଛି ଓଡ଼ିଶାର କେତୋଟି ଟ୍ରେନ?
Advertisement
Article Detail0/zeeodisha/odisha1579102

Indian Railways: ପୁଣି ୫୦୦ରୁ ଊର୍ଦ୍ଧ୍ୱ ଟ୍ରେନ ବାତିଲ କଲା ରେଳବାଇ, ଜାଣନ୍ତୁ ତାଲିକାରେ ରହିଛି ଓଡ଼ିଶାର କେତୋଟି ଟ୍ରେନ?

Indian Railways News In Odia : ଭାରତୀୟ ରେଳବାଇ (indian railways) ଆଜି ମୋଟ ୫୭୪ ଟ୍ରେନ୍ ବାତିଲ କରିଛି। ଏହି ଟ୍ରନ୍ ବାତିଲ (indian railways canceled) ଯୋଗୁଁ ୟୁପି ଓ ବିହାରର ଅଧିକାଂଶ ଯାତ୍ରୀ ପ୍ରଭାବିତ ହେବେ । ଲଷ୍ନୌ (lucknow )ବିଭାଗର ରେଳ ଅଧିକାରୀ କହିଛନ୍ତି ଯେ, ଟ୍ରାକ ଏବଂ ଟ୍ରେନର ରକ୍ଷଣାବେକ୍ଷଣ ପାଇଁ ଏହି ଟ୍ରେନଗୁଡିକ ବାତିଲ କରାଯାଇଛି ଏବଂ କିଛି ଟ୍ରେନକୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ବାତିଲ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି , ଆଗକୁ ହୋଲି ଆସୁଛି,ଟ୍ରେନ ଟ୍ରାକ୍ ସଂଖ୍ୟା ବଢାଇବାର ଯୋଜନା ରହିଛି। 

ସୌଜନ୍ୟ- ସୋସିଆଲ ମିଡିଆ

Indian Railways News In Odia : ଭାରତୀୟ ରେଳବାଇ (indian railways) ଆଜି ମୋଟ ୫୭୪ ଟ୍ରେନ୍ ବାତିଲ କରିଛି।  ଏହି ଟ୍ରନ୍ ବାତିଲ (indian railways canceled) ଯୋଗୁଁ ୟୁପି ଓ ବିହାରର ଅଧିକାଂଶ ଯାତ୍ରୀ ପ୍ରଭାବିତ ହେବେ । ଲଷ୍ନୌ (lucknow )ବିଭାଗର ରେଳ ଅଧିକାରୀ କହିଛନ୍ତି ଯେ, ଟ୍ରାକ ଏବଂ ଟ୍ରେନର ରକ୍ଷଣାବେକ୍ଷଣ ପାଇଁ ଏହି ଟ୍ରେନଗୁଡିକ ବାତିଲ କରାଯାଇଛି ଏବଂ କିଛି ଟ୍ରେନକୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ବାତିଲ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି , ଆଗକୁ ହୋଲି ଆସୁଛି,ଟ୍ରେନ ଟ୍ରାକ୍ ସଂଖ୍ୟା ବଢାଇବାର ଯୋଜନା ରହିଛି। ଟ୍ରାକ ମରାମତି ଏବଂ ନୂଆ ଟ୍ରାକ୍ ତିଆରି ପାଇଁ ଟ୍ରେନ୍ଗୁଡ଼ିକୁ ବାତିଲ କରାଯାଉଛି। ସୂଚନାନୁସାରେ, ହୋଲି ପୂର୍ବରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ରେଳବାଇ ଅନେକ ଟ୍ରେନକୁ ବାତିଲ କରିଦେଇଛି। ଯେଉଁମାନେ ଟିକେଟ୍ ବୁକ୍ କରିଛନ୍ତି ସେମାନଙ୍କ ଟଙ୍କା ଫେରସ୍ତ ହେବ ବୋଲି ରେଳବାଇ କହିଛି।

ସୂଚନାନୁସାରେ, ରେଳପଥ ମରାମତି ଓ ଟ୍ରାକ ବଢାଇବା ପାଇଁ ରେଳବାଇ (Indian Railways) ଏଭଳି ନିଷ୍ପତି ନେଇଛି। (non-interlocking) ଅଣ-ଲକ୍ ଏବଂ ଟ୍ରାକ୍ ଦ୍ୱିଗୁଣିତ କାର୍ଯ୍ୟ ହେତୁ ଭାରତୀୟ ରେଳବାଇ ମଧ୍ୟ ମାଲାନିରୁ ଗୋରଖପୁର ମାର୍ଗକୁ ଅନେକ ଟ୍ରେନର ଗତିପଥ ପରିବର୍ତ୍ତନ କରିଛି। ଏଥିସହିତ ବିହାର ଯାଉଥିବା କିଛି ଟ୍ରେନକୁ ମଧ୍ୟ ଫେବୃଆରୀ ୨୦ ପାଇଁ ବାତିଲ କରାଯାଇଛି।

ଆଜି ମୋଟ ୫୭୪ ଟ୍ରେନ୍ ବାତିଲ ହୋଇଛି: ଏହା ବ୍ୟତୀତ ଭାରତୀୟ ରେଳବାଇର ୱେବସାଇଟ୍ ଅନୁଯାୟୀ ଆଜି ୪୯୮ ଟ୍ରେନ୍ ସଂପୂର୍ଣ୍ଣ ବାତିଲ ହୋଇଛି। ଏହା ବ୍ୟତୀତ ୭୬ ଟି ଟ୍ରେନ୍ ଆଂଶିକ ବାତିଲ ହୋଇଛି। ରେଳବାଇ ଆଜି ମଧ୍ୟ ୨୧ ଟି ଟ୍ରେନକୁ ରିସିଡ୍ୟୁଲ (rescheduled) କରିଛି । କେବଳ ଏତିକି ନୁହେଁ,ଆଜି ୭ ଟି ଟ୍ରେନର ଗତିପଥକୁ ମଧ୍ୟ ପରିବର୍ତ୍ତନ କରାଯାଇଛି ।

Also Read : Wedding News: ନାତୁଣୀ ବୟସର ଯୁବତୀଙ୍କୁ ବିବାହ କଲେ ୬ଟି ଛୁଆର ବାପା, ଜାଣନ୍ତୁ ଏହି ନିଆରା ବାହାଘର ବିଷୟରେ...

Also Read :  Viral News: ଯୁବକଙ୍କ ଅଜବ କାରନାମା, ବାହା ନ ହେବା ପାଇଁ ନିଜକୁ ହସପିଟାଲରେ କରାଇଲେ ଆଡମିଟ୍

ଏହି ଟ୍ରେନ୍ ଗୁଡିକର ରୁଟରେ ହୋଇଛି ପରିବର୍ତ୍ତନ :
ଟ୍ରେନ୍ ନମ୍ବର ୦୨୫୬୪ ନୂଆଦିଲ୍ଲୀ-ବାରୁନି ସ୍ପେଶାଲ ଟ୍ରେନ୍ (୨୦ଫେବୃଆରୀ ରୁ ୨ ମାର୍ଚ୍ଚ)
ଟ୍ରେନ୍ ନମ୍ବର ୦୨୫୭୦ ଦରଭଙ୍ଗା ସ୍ପେଶାଲ ଟ୍ରେନ୍ (୨୧ ଫେବୃଆରୀ ରୁ ୩ ମାର୍ଚ୍ଚ)
ଟ୍ରେନ୍ ନମ୍ବର ୦୨୫୬୯ ଦରଭଙ୍ଗା -ନୂଆଦିଲ୍ଲୀ ସ୍ପେଶାଲ ଟ୍ରେନ୍ (୨୧ ଫେବୃଆରୀ ରୁ ୩ ମାର୍ଚ୍ଚ)
ଟ୍ରେନ୍ ନମ୍ବର ୦୨୫୬୩ ବାରାଉନି-ନୂଆଦିଲ୍ଲୀ ସ୍ପେଶାଲ ଟ୍ରେନ୍(ଫେବୃଆରୀ ୨୦ ରୁ ମାର୍ଚ୍ଚ ୨)
ଟ୍ରେନ୍ ନମ୍ବର ୧୨୫୯୧ ଗୋରଖପୁର-ୟେସନ୍ତପୁର ଏକ୍ସପ୍ରେସ (୨୫ ଫେବୃଆରୀ ୨୦୨୩)
ଟ୍ରେନ୍ ନମ୍ବର ୧୨୫୬୬ ନୂଆଦିଲ୍ଲୀ-ଦରଭଙ୍ଗା ଏକ୍ସପ୍ରେସ (୨୭ ଫେବୃଆରୀ ରୁ ୨ମାର୍ଚ୍ଚ,୨୦୨୩)
ଟ୍ରେନ୍ ନମ୍ବର  ୨୨୯୨୨ ଗୋରଖପୁର-ବାନ୍ଦ୍ରା ଟର୍ମିନାସ୍ ଏକ୍ସପ୍ରେସ (ଫେବୃଆରୀ ୨୮)
ଟ୍ରେନ୍ ନମ୍ବର ୦୫୦୮୭ ମାଇଲାନିରୁ ଡାଲିଗାନି ଏକ୍ସପ୍ରେସ (୧ ରୁ ୩ ମାର୍ଚ୍ଚ )

ଏହି ଟ୍ରେନଗୁଡିକ ବାତିଲ ହୋଇଛି:

ଟ୍ରେନ୍ ନମ୍ବର ୦୫୪୯୨ ମାଲାନି-ସୀତାପୁର ଏକ୍ସପ୍ରେସ (ମାର୍ଚ୍ଚ ୧ରୁ ମାର୍ଚ୍ଚ ୩)
ଟ୍ରେନ୍ ନମ୍ବର ୨୨୫୩୧ ଚାପ୍ରା ମଥୁରା ଏକ୍ସପ୍ରେସ (୨୦, ୨୪, ୨୭ ଫେବୃଆରୀ,୧ ଏବଂ ୩ ମାର୍ଚ୍ଚ)
ଟ୍ରେନ୍ ନମ୍ବର  ୨୨୫୩୨ ମଥୁରା ଚାପ୍ରା ଏକ୍ସପ୍ରେସ (୨୦, ୨୪, ୨୭ ଫେବୃଆରୀ,୧ ଏବଂ ୩ ମାର୍ଚ୍ଚ)
ଟ୍ରେନ୍ ନମ୍ବର ୧୫୦୧୦ ମାଇଲାନି ଗୋରଖପୁର ଏକ୍ସପ୍ରେସ (ଫେବୃଆରୀ ୨୧ - ମାର୍ଚ୍ଚ ୪)
ଟ୍ରେନ୍ ନମ୍ବର ୧୫୦୦୯ ଗୋରଖପୁର ମାଇଲାନି ଏକ୍ସପ୍ରେସ (ଫେବୃଆରୀ ୨୦ ରୁ ମାର୍ଚ୍ଚ ୩)
ଟ୍ରେନ୍ ନମ୍ବର  ୦୫୦୮୫  ମାଲାନି ଜଙ୍କସନ୍ ଏକ୍ସପ୍ରେସ୍ (ମାର୍ଚ୍ଚ ୧ରୁ ମାର୍ଚ୍ଚ ୩)
ଟ୍ରେନ୍ ନମ୍ବର ୦୫୦୮୬ ଏଲଜେଏନ-ଏମଏଲଏନ୍(LJN-MLN)ଏକ୍ସପ୍ରେସ୍ (ମାର୍ଚ୍ଚ ୧ ରୁ ମାର୍ଚ୍ଚ ୩)
ଟ୍ରେନ୍ ନମ୍ବର ୦୫୪୯୧ ମାଇଲାନି-ସୀତାପୁର ଏକ୍ସପ୍ରେସ (ମାର୍ଚ୍ଚ ୧ ରୁ ମାର୍ଚ୍ଚ ୩)
ଟ୍ରେନ୍ ନମ୍ବର ୧୫୦୬୯ ଗୋରଖପୁର-ଆୟଶବାଗ ଏକ୍ସପ୍ରେସ (୨୦ ଫେବୃଆରୀ ରୁ ୪ ମାର୍ଚ୍ଚ)
ଟ୍ରେନ୍ ନମ୍ବର ୧୨୫୩୨ ଲକ୍ଷ୍ନୌ ଜଙ୍କସନ - ଗୋରଖପୁର ଏକ୍ସପ୍ରେସ (ଫେବୃଆରୀ ୨୦ ରୁ ମାର୍ଚ୍ଚ ୩)
ଟ୍ରେନ୍ ନମ୍ବର ୧୫୦୫୪ ଲକ୍ଷ୍ନୌ ଜଙ୍କସନ -ଚାପ୍ରା ଏକ୍ସପ୍ରେସ (ଫେବୃଆରୀ ୨୬ ରୁ ମାର୍ଚ୍ଚ ୨)

Also Read : Health Tips: ବଜାୟ ରହିବ ଯୁବାବସ୍ଥା, ତ୍ବଚାରେ ଚମକ ଆଣେ ଏହି ସବୁ ଫଳ ଓ ପନିପରିବା ଜୁସ୍

Also Read : Urfi Javed: ଥମିନି ବିବାଦ, ପୁଣି ଟାନ୍ସପରେଣ୍ଟ ବିକିନିରେ ନଜର ଆସିଲେ ଉର୍ଫି