ଭୁବନେଶ୍ୱର: ଫ୍ରିକ୍ୱେନ୍ସୀ ମଡ୍ୟୁଲେଟେଡ୍‍ ବା ଏଫ୍‍ଏମ୍‍ ରେଡିଓକୁ ଅପରିଚିତ ସହରରେ ପରିଚିତ କରିବା ଲାଗି ଭାରତ ସରକାର ଫ୍ରିକ୍ୱେନ୍ସୀ ବା ତରଙ୍ଗ ନିଲାମ କରିବାବାକୁ ବିଜ୍ଞପ୍ତି ଆହ୍ୱାନ କରିଛନ୍ତି। ଏହି ଅନୁସାରେ ଦେଶର ୨୩୪ଟି ଅଣ ପରିଚିତ ସହରରେ ୭୩୦ଟି ପୂଆ ଘରୋଇ ଏଫ୍‍ଏମ୍‍ ଖୋଲିବ। ୨୦୨୨ର ଟ୍ରାଇ ନିୟମାବଳୀ ଅନୁସାରେ ଏହାର ମୂଲ୍ୟ ନିର୍ଦ୍ଧାରଣ ରାଯାଇଛି। ଏହା ଏଫ୍‍ଏମ୍‍ ରେଡିଓ ତୃତୀୟ ପର୍ଯ୍ୟାୟର ତୃତୀୟ ବ୍ୟାଚ୍‍ ନିଲାମ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ବିଜ୍ଞପ୍ତି ଅନୁସାରେ ୧୮ ନଭେବ୍ମର ଯାଏ ଆବେଦନ କରାଯାଇପାରିବ। 


COMMERCIAL BREAK
SCROLL TO CONTINUE READING

ଏହି ନିଲାମ ପ୍ରକ୍ରିୟାରେ ଓଡ଼ିଶାରେ ୧୯ଟି ଏଫ୍‍ଏମ୍‍ ରେଡିଓ ଷ୍ଟେସନ୍‍ ଖୋଲିବାକୁ ନିଲାମ ଆହ୍‍ୱାନ କରାଯାଇଛି । ଏଗୁଡ଼ିକ ୬ଟି ସହରରେ ହେବ।  ୫୦ ଲକ୍ଷ ନେଟଓ୍ୱର୍ଥ ଥିବା କମ୍ପାନୀ ଏହି ନିଲାମ ପ୍ରକ୍ର୍ରିୟାରେ ଭାଗ ନେଇପାରିବ। ଏହି ୧୯ ରେଡିଓ ଷ୍ଟେସନରୁ ବ୍ରହ୍ମପୁରରେ ସର୍ବାଧିକ ୪ଟି, ବାଲେଶ୍ୱରରେ ୩, ବାରିପଦାରେ ୩, ଭଦ୍ରକରେ ୩ ପୁରୀରେ ୩ ଏବଂ ସମ୍ବଲପୁରରେ ୩ଟି ଏଫ୍‍ଏମ୍‍ ରେଡିଓ ଷ୍ଟେସନ ଖୋଲିବାକୁ ନିଲାମ ହେବ। 


ଏହି ଷ୍ଟାସନଗୁଡ଼ିକ ବାର୍ଷିକ ଦେୟ ଅଲଗା ଅଲଗା ରହିବ। ଯେଉଁ ରେଡିଓ ଷ୍ଟେସନ୍‍ର ଯେତିକି ବାର୍ଷିକ ଆୟ ତା’ର ୪ ପ୍ରତିଶତକୁ ଲାଇସେନ୍ସ ଦେୟ ଭାବେ ଗ୍ରହଣ କରାଯିବ।


Also Read- ବୈଜୟନ୍ତ ପଣ୍ଡାଙ୍କୁ ଦିଲ୍ଲୀ ନିର୍ବାଚନ ଦାୟିତ୍ବ ଦେଲା ବିଜେପି


Also Read- Mangal Gochar 2024: ୫ ଦିନ ପରେ କର୍କଟରେ ମଙ୍ଗଳ ଚଳନ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଭାଗ୍ୟ