ବୈଜୟନ୍ତ ପଣ୍ଡାଙ୍କୁ ଦିଲ୍ଲୀ ନିର୍ବାଚନ ଦାୟିତ୍ବ ଦେଲା ବିଜେପି
Advertisement
Article Detail0/zeeodisha/odisha2473732

ବୈଜୟନ୍ତ ପଣ୍ଡାଙ୍କୁ ଦିଲ୍ଲୀ ନିର୍ବାଚନ ଦାୟିତ୍ବ ଦେଲା ବିଜେପି

ରାଜଧାନୀ ଦିଲ୍ଲୀରେ ଆଗକୁ ନିର୍ବାଚନ ହେବ ତେଣୁ ବିଜେପି ଦିଲ୍ଲୀରେ ନିଜ ସ୍ଥିତିକୁ ମଜବୁତ କରିବା ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛି । ଭୋଟରଙ୍କ ନିକଟରେ ପହଞ୍ଚି ଭୋଟ ବ୍ୟାଙ୍କକୁ ମଜବୁତ କରିବା ପାଇଁ ସମସ୍ତ ଦଳ ଏବେ ଅଣ୍ଟା ଭିଡିଛନ୍ତି । 

ବୈଜୟନ୍ତ ପଣ୍ଡାଙ୍କୁ ଦିଲ୍ଲୀ ନିର୍ବାଚନ ଦାୟିତ୍ବ ଦେଲା ବିଜେପି

ନୂଆଦିଲ୍ଲୀ: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜେପି ପକ୍ଷରୁ ଏକ ନୂଆ ତଥା ବଡ଼ ଦାୟିତ୍ୱ ଦିଆଯାଇଛି ।  ଦିଲ୍ଲୀ ନିର୍ବାଚନ ଇନ୍‌ଚାର୍ଜ ଭାବେ ଦଳ ତାଙ୍କୁ ନିଯୁକ୍ତ କରିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ଏନେଇ ଘୋଷଣା କରିଛନ୍ତି । ଏଥିସହ ସାଂସଦ ଅତୁଲ ଗର୍ଗଙ୍କୁ ମଧ୍ୟ ସହକାରୀ ଇନଚାର୍ଜ ଭାବେ ଦାୟିତ୍ୱ ଦିଆଯାଇଛି ।

ରାଜଧାନୀ ଦିଲ୍ଲୀରେ ଆଗକୁ ନିର୍ବାଚନ ହେବ ତେଣୁ ବିଜେପି ଦିଲ୍ଲୀରେ ନିଜ ସ୍ଥିତିକୁ ମଜବୁତ କରିବା ପାଇଁ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛି । ଭୋଟରଙ୍କ ନିକଟରେ ପହଞ୍ଚି ଭୋଟ ବ୍ୟାଙ୍କକୁ ମଜବୁତ କରିବା ପାଇଁ ସମସ୍ତ ଦଳ ଏବେ ଅଣ୍ଟା ଭିଡିଛନ୍ତି । ଅନ୍ୟପଟେ, ବର୍ତ୍ତମାନ ଦିଲ୍ଲୀରେ କ୍ଷମତାରେ ରହିଥିବା ଆମ ଆଦମୀ ପାର୍ଟି (ଆପ୍) ପକ୍ଷରୁ ମଧ୍ୟ ଜୋରଦାର ପ୍ରଚାର ଆରମ୍ଭ ହୋଇଗଲାଣି । ବିଭିନ୍ନ ସ୍ଥାନରେ ରୋଡ୍ ଶୋ ଏବଂ ସଭା କରାଯାଉଥିବା ଦେଖିବାକୁ ମିଳିଛି ।

Also Read- Mangal Gochar 2024: ୫ ଦିନ ପରେ କର୍କଟରେ ମଙ୍ଗଳ ଚଳନ, ଜାଣନ୍ତୁ କେମିତି ରହିବ ଆପଣଙ୍କ ଭାଗ୍ୟ

Also Read- ମହାରାଷ୍ଟ୍ର, ଝାଡ଼ଖଣ୍ଡ ପାଇଁ ନିର୍ବାଚନ ତାରିଖ ଘୋଷଣା କଲେ ECI