Odisha News In Odia: ପୁଣି ସର୍ବଭାରତୀୟ ସ୍ତରରେ ଚମକିଲେ ଓଡ଼ିଆ(Odia) । ରାଜ୍ୟ ପାଇଁ ଆଣିଲେ ଗର୍ବ । ବିଭିନ୍ନ ସମୟରେ ବିଭିନ୍ନ ସମ୍ମାନଜନକ ପଦପଦବୀରେ ଓଡ଼ିଆ(Odia) ମାନେ ଅବସ୍ଥାପିତ ହୋଇ ରାଜ୍ୟର ଗୌରବ ବଢ଼ାଇଛନ୍ତି । ଗତ କିଛି ଦିନ ତଳେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି ଏଲଆଇସିର ଅଧ୍ୟକ୍ଷ ନିଯୁକ୍ତ ହୋଇଥିଲେ । ଏବେ ଆଉ ଜଣେ ଓଡ଼ିଆଙ୍କୁ ଜାତୀୟ ସ୍ତରର ଏକ ଗୁରୁତ୍ବପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରାଯାଇଛି। ଓଡ଼ିଆ ବୈଜ୍ଞାନିକ ଡକ୍ଟର ଅଜିତ କୁମାର ମହାନ୍ତିଙ୍କୁ(Odia Scientist Ajit Kumar Mohanty )  ‘ଆଣବିକ ଶକ୍ତି ବିଭାଗ’ର ସଚିବ ଏବଂ ‘ଆଣବିକ ଶକ୍ତି କମିସନ୍‌’ର (Atomic Energy Commission) ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ଶନିବାର ଦିନ କେନ୍ଦ୍ର କ୍ୟାବିନେଟ୍‌ର ନିଯୁକ୍ତି କମିଟି ଡକ୍ଟର ମହାନ୍ତିଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି। 


COMMERCIAL BREAK
SCROLL TO CONTINUE READING


ଅଜିତ (Dr. Ajit Kumar Mohanty) ବର୍ତ୍ତମାନ ‘ଭାବା ଆଟମିକ୍‌ ରିସର୍ଚ ସେଣ୍ଟର୍‌’ର ନିର୍ଦ୍ଦେଶକ ଅଛନ୍ତି (Director of Bhabha Atomic Research Centre (BARC)। ଡକ୍ଟର ଅଜିତ କୁମାର ମହାନ୍ତି ୨୦୧୯ରୁ ଭାବା(BARC) ଆଟମିକ ରିସର୍ଚ୍ଚ ସେଣ୍ଟରର ନିର୍ଦ୍ଦେଶକ(Director) ଭାବେ କାର୍ଯ୍ୟରତ ଅଛନ୍ତି। ୨୦୨୫ ଅକ୍ଟୋବର ୧୦ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ରହିଥିବା ବେଳେ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ ବୋଲି କ୍ୟାବିନେଟ୍‌ ନିଯୁକ୍ତି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।


Also Read: Sambalpur News: ସମ୍ବଲପୁର ହିଂସା ପୂର୍ବରୁ ସତର୍କ କରାଇଥିଲେ ଗୁଇନ୍ଦା ବିଭାଗ, ସାମ୍ନାକୁ ଆସିଲା ଏସପିଙ୍କୁ ଲେଖାଯାଥିବା ଚିଠି


Also Read: Gas Leak: ଗ୍ୟାସ୍ ଲିକ୍ ଯୋଗୁଁ ଅକାଳରେ ଚାଲିଗଲା ୯ ଶ୍ରମିକଙ୍କ ଜୀବନ, ଏକାଧିକ ଗୁରୁତର


Also Read: IAS: ଆଇଏଏସ୍ ଅଧିକାରୀ ଉଦିତ୍ ପ୍ରକାଶ ରାୟଙ୍କୁ ଝଟକା, ତାଙ୍କ ବିରୋଧରେ ଜାରି ହେଲା ଏମିତି ନୋଟିସ୍


ଅଜିତ କୁମାର ମହାନ୍ତିଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନ ସମ୍ପର୍କରେ ଆଉ କିଛି ରୋଚକ କଥା :


ବ୍ୟକ୍ତିଗତ ଜୀବନ ଏବଂ ଶିକ୍ଷା:
ଅଜିତ ୧୯୫୯ ମସିହାରେ ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ । ଅଜିତ ମହାନ୍ତିଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ । ୧୯୭୯ ମସିହାରେ ସେ ମୟୂରଭଞ୍ଜର ମହାରାଜା ପୂର୍ଣଚନ୍ଦ୍ର ଭଞ୍ଜଦେଓ ମହାବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ଲାଭ କରିଥିଲେ । ୧୯୮୧ ମସିହାରେ କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସେ ସ୍ନାତକୋତ୍ତର ଲାଭ କରିଥିଲେ । ଅଜିତ, ୟୁନିଭର୍ସିଟି ଅଫ ମୁମ୍ବାଇରୁ ୧୯୮୩ ମସିହାରେ ଡକ୍ଟରେଟ ଉପାଧି ଲାଭ କରିଥିଲେ । ସେହି ୧୯୮୩ ମସିହାରେ ସେ ୨୬ତମ ବିଏଆରସି ତାଲିମ ବିଦ୍ୟାଳୟରୁ ମଧ୍ୟ ଉତ୍ତୀର୍ଣ୍ଣ ହୋଇଥିଲେ । 


ପେଶା:
୧୯୮୩ ମସିହାରେ ସେ ବିଏଆରସିର ଆଣବିକ ପଦାର୍ଥ ବିଜ୍ଞାନ ବିଭାଗରେ ଯୋଗ ଦେଇଥିଲେ । ୧୨ ମାର୍ଚ୍ଚ ୨୦୧୯ ମସିହାରେ ସେ ଭାରତର ବହୁମୁଖୀ ଆଣବିକ ଗବେଷଣା କେନ୍ଦ୍ର, ‘ଭାବା ଆଣବିକ ଗବେଷଣା କେନ୍ଦ୍ର (BARC)’ର ନିର୍ଦ୍ଦେଶକ ରୂପେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ୧୯୮୮ରେ ଇଣ୍ଡିଆନ୍‌ ଫିଜିକ୍ସ ସୋସାଇଟି ପକ୍ଷରୁ ୟଙ୍ଗ ଫିଜିସିଷ୍ଟ ଆଓ୍ଵାର୍ଡ, ୧୯୯୧ରେ ଇଣ୍ଡିଆନ୍‌ ନ୍ୟାସନାଲ୍‌ ସାଇନ୍ସ ଏକାଡେମୀ ପକ୍ଷରୁ ଯୁବ ବିଜ୍ଞାନୀ ପୁରସ୍କାର ପାଇଥିଲେ ଅଜିତ ମହାନ୍ତି ।


ଏ-ହା ପୂର୍ବରୁ କେନ୍ଦ୍ରରରେ ଅନେକ ବଡ଼ ବଡ଼ ପଦବୀରେ ଓଡ଼ିଆମାନେ ନିଯୁକ୍ତ ହୋଇଛନ୍ତି। ୨୦୧୮ ଡିସେମ୍ବରରୁ ଶକ୍ତିକାନ୍ତ ଦାସ ଆର୍‌ବିଆଇ ଗଭର୍ଣ୍ଣର ଥିବା ବେଳେ, ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗରେ ମୃତ୍ୟୁଞ୍ଜୟ ମହାପାତ୍ର ଡିଜି ଭାବେ ଦାୟିତ୍ୱ ସମ୍ବାଳୁଛନ୍ତି।


Also Read: Horoscope Today: ଏହି ୩ଟି ରାଶି ଉପରକୁ ମାଡି଼ ଆସିବ ସଙ୍କଟ! ଜାଣନ୍ତୁ କେମିତି ରହିବ ରବିବାର


Also Read: JEE Result 2023: ପ୍ରକାଶ ପାଇଲା ଜେଇଇ ମେନ ରେଜଲ୍ଟ, ପ୍ରିୟଙ୍କା ସର ଓଡ଼ିଶା ଟପ୍ପର


Also Read: Stone Wear Rules: ମୁଦି ପିନ୍ଧିବା ଆଗରୁ ଜାଣିନିଅନ୍ତୁ ଏସବୁ ଜରୁରୀ କଥା, ନଚେତ୍ ଲାଭ ବଦଳରେ ହେବ କ୍ଷତି