Odisha Assembly News: ଭୁବନେଶ୍ୱର: ଦାରିଙ୍ଗିବାଡି ବ୍ଲକରେ ଆମ୍ବ ଟାକୁଆ ଖାଇ ୩ ଜଣ ମୃତ୍ୟୁ ଘଟଣାକୁ ଓଡ଼ିଶା (Odisha) ପାଇଁ ଏକ କଳଙ୍କ। ଏଭଳି ଦୃଶ୍ୟ ଦୀର୍ଘ ୨୦ ବର୍ଷ ପୂର୍ବରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଥିଲା। ଏଭଳି ପ୍ରସଙ୍ଗକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ (Naveen Patnaik) ଗୁରୁତର ସହ ନେଇଥିଲେ। ଫଳରେ ରାଜ୍ୟରେ ଖାଦ୍ୟ ସୁରକ୍ଷା ଯୋଜନା ଆଣିଥିଲେ। ନବୀନ ବାବୁଙ୍କ ଏହି ନିଷ୍ପତ୍ତିକୁ ରାଜ୍ୟ ତଥା କେନ୍ଦ୍ର ସରକାର ପ୍ରଶଂସା କରିଥିଲେ ବୋଲି ବିଜେଡ଼ିର ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ (Goutam Buddha Das) ଆଜି ଗୃହରେ କହିଥିଲେ। 


COMMERCIAL BREAK
SCROLL TO CONTINUE READING

ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁ ପ୍ରସଙ୍ଗରେ ଶୀତକାଳୀନ ଅଧିବେଶନ ଆରମ୍ଭରୁ ସରକାରଙ୍କୁ ଘେରିଛନ୍ତି ବିରୋଧି। ଉଭୟ କଂଗ୍ରେସ ଓ ବିଜେଡ଼ି ଆମ୍ବଟାକୁଆ ଖାଇ ମୃତ୍ୟୁ ଘଟଣାରେ ସରକାରଙ୍କୁ ହରଡ଼ଘଣାରେ ପକାଇବାକୁ ଚେଷ୍ଟା କରିଛନ୍ତି। ଉଭୟ କଂଗ୍ରେସ ଓ ବିଜେଡି଼ ଆମ୍ବଟାକୁଆ ଖାଇ ମୃତ୍ୟୁ ଘଟଣାରେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପୂର୍ବ ସରକାର ଖାଦ୍ୟ ସୁରକ୍ଷା ଯୋଜନା ଲାଗୁ କରି ଏଭଳି ଦୃଶ୍ୟ ଇତିହାସ ପାଲଟିଥିଲା ବୋଲି ବିଜେଡି କହିଥିଲା। 


Also Read: Odisha Budget: ଉପସ୍ଥାପିତ ହେଲା ୨୦୨୪-୨୫ ବର୍ଷ ପାଇଁ ଅତିରିକ୍ତ ବଜେଟ


Also Read: Guru Margi 2025: ୧୨ ବର୍ଷ ପରେ ୨୦୨୫ରେ ୫ ରାଶିର ଭାଗ୍ୟ ଖୋଲିବେ ଦେବଗୁରୁ ବୃହସ୍ପତି, ଭୋଗିବେ ରାଜକୀୟ ସୁଖ


ଶ୍ରୀ ଦାସ ଆହୁରି ମଧ୍ୟ କହିଥିଲେ ୨୦ ବର୍ଷ ପୂର୍ବରୁ ଭୋକର ଜ୍ୱାଳା ସହ୍ୟ କରି ନପାରି ଆମ୍ବ ଟାକୁଆ ଜାଉ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଖାଉଥିଲେ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧିନ ବିଜେଡି ସରକାରକୁ ଆସିବା ପରେ ଏହି ପ୍ରସଙ୍ଗକୁ ଗୁରୁତର ସହ ନେଇଥିଲେ। ଶ୍ରୀ ଦାସ ଆହୁରି ମଧ୍ୟ କହିଥିଲେ କି ଗୋଟିଏ ସମୟରେ ଏହି ଖାଦ୍ୟ ଅଭାବ ଜନିତ ମୃତ୍ୟୁ ଖବରକାଗଜର ଶିରୋନାମା ପାଲଟୁଥିଲା। ମାତ୍ର ତାହା ଏବେ ଇତିହାସ ପାଲଟିଛି। ନବୀନ ବାବୁ ୨ ଟଙ୍କିଆ ଚାଉଳ ଯୋଜନା ଲାଗୁ କରିବା ସହିତ କିପରି ରାଜ୍ୟରେ ଖାଦ୍ୟ ଅଭାବ ଜନିତ ମୃତ୍ୟୁ ନ ହେବ ତାହା ଉପରେ ମଧ୍ୟ ଗୁରୁତର ଦେଉଥିଲେ। ଖାଦ୍ୟ ସଂକଟ ରାଜ୍ୟ ଭାବେ ପରିଚିତ ହେଉଥିବା ଓଡ଼ିଶା ବଳକା ଖାଦ୍ୟ ଭାବେ ଗୌରବ ସାଉଣ୍ଟିଥିଲା ବୋଲି ଶ୍ରୀ ଦାସ ଆଜି ଗୃହରେ କହିଥିଲେ। 


ରାଜ୍ୟ ସରକାରଙ୍କୁ ସମାଲୋଚନା କରି ସେ ଆହୁରି ମଧ୍ୟ କହିଥିଲେ କି ଲଜ୍ଜ୍ୟାର ସହ କହିବାକୁ ପଡ଼ୁଛି ଯେ ଏହି ନୂଆ ସରକାର ଆସୁ ଆସୁ ରାଜ୍ୟରେ ଆମ୍ବ ଟାକୁଆ ଖାଇ ଲୋକଙ୍କ ମୃତ୍ୟୁ ହୋଇଛି। ଯାହା ଅତ୍ୟନ୍ତ ଲଜ୍ଜ୍ୟାଜନକ ବିଷୟ। ଏହି ଘଟଣାକୁ ଏକ ସାଂଘାତିକ ଘଟଣା କହିବା ସହ ସେ ଆହୁରି ମଧ୍ୟ କହିଥିଲେ କି ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ କୌଣସି ମନ୍ତ୍ରୀ ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳକୁ ଯାଇନାହାନ୍ତି। ମୁଖ୍ୟମନ୍ତ୍ରୀ ଘଟଣାକୁ ଏପର୍ଯ୍ୟନ୍ତ ଯାଇନାହାନ୍ତି। ଏପରିକି ଖାଦ୍ୟ ଯୋଗାଣ ମନ୍ତ୍ରୀ କିମ୍ବା ସ୍ୱାସ୍ଥ୍ୟ ମନ୍ତ୍ରୀ ଘଟଣାସ୍ଥଳକୁ ଯାଇନାହାନ୍ତି। ଯାହା ସରକାରଙ୍କ ଖାମଖିଆଲି ମନୋଭାବକୁ ପଦାରେ ପକାଇଛି। ସରକାର ଆଦୌ ସମ୍ବେଦନଶୀଳ ନାହାନ୍ତି। ଘଟଣାକୁ ଗୁରୁତର ସହ ନେଇ ନାହାନ୍ତି। ଆମ୍ବଟାକୁଆ ଏକ ପାରମ୍ପରିକ ଖାଦ୍ୟ ବୋଲି କହି ଆଦିବାସୀଙ୍କ ସ୍ୱାଭିମାନଙ୍କୁ ଆଘାତ ଦିଆଯାଉଛି ବୋଲି ବିଧାୟକ ଶ୍ରୀ ଦାସ କହିଥିଲେ।


ମନ୍ତ୍ରୀଙ୍କ ଏହି ବୟାନ ପରେ ସେ ସରକାରଙ୍କୁ ପ୍ରଶ୍ନ କରିଥିଲେ। ସେ କହିଥିଲେ ମୁଖ୍ୟମନ୍ତ୍ରୀ ତ ଆଦିବାସୀ ବର୍ଗର। ମହାମହୀମ ରାଷ୍ଟ୍ରପତି ମଧ୍ୟ ସେହି ବର୍ଗରୁ ଆସିଛନ୍ତି। ସେ କେବେ ଆମ୍ବ ଟାକୁଆ ଜାଉ କରି ଖାଇଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି। ଏଭଳି କଥା କହି ସମଗ୍ର ଦେଶର ଆଦିବାସୀ ବର୍ଗ, ମହାମହିମ ରାଷ୍ଟ୍ରପତି ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଏମାନେ ଏହି ପ୍ରସଙ୍ଗରେ ତାତ୍ସଲ୍ୟ କରୁଥିବା ନେଇ ଶ୍ରୀ ଦାସ ଅଭିଯୋଗ ଆଣିଛନ୍ତି। ଏହା ସହିତ ସେ ଆହୁରି ମଧ୍ୟ ଦାବି କରିଛନ୍ତି କି ଏହି ଘଟଣାରେ ଆଦିବାସୀଙ୍କ ନିକଟରେ ସରକାର କ୍ଷମା ମାଗନ୍ତୁ। ସରକାରଙ୍କର ସମ୍ବେଦନହୀନତାକୁ ବିଜେଡ଼ି ନିନ୍ଦା କରୁଛି। ଆଦିବାସୀଙ୍କୁ କିପରି ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯିବ ସେ ନେଇ ପଦକ୍ଷେପ ନିଅନ୍ତୁ। ସେମାନଙ୍କ ନିକଟରେ କିପରି ଯଥାଶୀଘ୍ର ଚାଉଳ ପହଞ୍ଚି ପାରିବ ତାହାର ବ୍ୟବସ୍ଥା କରନ୍ତୁ ବୋଲି ବିଧାୟକ ଗୌତମବୁଦ୍ଧ ଦାସ କହିଥିଲେ। 


 



ସେହିପରି ଜୟପୁରର କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ସରକାରଙ୍କୁ ଏହି ପ୍ରସଙ୍ଗରେ କଡ଼ା ଭାଷାରେ ସମାଲୋଚନା କରିଥିଲେ। ଉପମୁଖ୍ୟମନ୍ତ୍ରୀଙ୍କ ଏହି ଟିପ୍ପଣୀକୁ ନିନ୍ଦା କରିଥିଲେ ତାରାପ୍ରସାଦ ବାହିନୀପତି। ସେ କହିଥିଲେ କି ଉପମୁଖ୍ୟମନ୍ତ୍ରୀ କେବେ ଆଦିବାସୀଙ୍କ ସହିତ ମିଶିନାହାନ୍ତି। ତାଙ୍କ ସହିତ ବସିନାହାନ୍ତି କିମ୍ବା ତାଙ୍କ ଜୀବନଶୈଳୀରେ ସାମିଲ ହୋଇନାହାନ୍ତି। କେନ୍ଦ୍ରରେ କଂଗ୍ରେସ ସରକାର ଥିବା ସମୟରେ ଏହି ଖାଦ୍ୟ ସୁରକ୍ଷା ଯୋଜନାକୁ ଲାଗୁ କରାଯାଇଥିଲା। ଏହି ଯୋଜନା ଅଧିନରେ 5 କିଲୋ ଚାଉଳ ଏବେବି ଦିଆଯାଉଛି। କିନ୍ତୁ ସରକାର ସଠିକ ସମୟରେ ମୃତକଙ୍କ ପରିବାରକୁ ଚାଉଳ ଯୋଗାଇ ପାରିନାହାନ୍ତି। ଯାହା ଫଳରେ ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବୋଲି ଶ୍ରୀ ବାହିନୀପତି କହିଛନ୍ତି।