Advertisement
Photo Details/zeeodisha/odisha2531929
Zee OdishaPhotosGuru Margi 2025: ୧୨ ବର୍ଷ ପରେ ୨୦୨୫ରେ ୫ ରାଶିର ଭାଗ୍ୟ ଖୋଲିବେ ଦେବଗୁରୁ ବୃହସ୍ପତି, ଭୋଗିବେ ରାଜକୀୟ ସୁଖ
photoDetails0hindi

Guru Margi 2025: ୧୨ ବର୍ଷ ପରେ ୨୦୨୫ରେ ୫ ରାଶିର ଭାଗ୍ୟ ଖୋଲିବେ ଦେବଗୁରୁ ବୃହସ୍ପତି, ଭୋଗିବେ ରାଜକୀୟ ସୁଖ

Guru Margi 2025: ବୈଦିକ ଜ୍ୟୋତିଷ ଅନୁଯାୟୀ ଜ୍ଞାନ ବୁଦ୍ଧିର ଗ୍ରହ କୁହାଯାଉଥିବା ବୃହସ୍ପତି ୧୨ ବର୍ଷ ପରେ ମାର୍ଗି ହେବାକୁ ଯାଉଛନ୍ତି। ଏହାର ପ୍ରଭାବ ୫ଟି ରାଶି ଉପରେ ପଡିବାକୁ ଯାଉଛି। ରାଶି ଚିହ୍ନ, ଚାକିରି, ବ୍ୟବସାୟ, ବିବାହ ଏବଂ ପ୍ରେମ କ୍ଷେତ୍ରରେ ସଫଳତା ପାଇବାକୁ ଯାଉଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶିଶୁ, ପବିତ୍ର ସ୍ଥାନ, ବଡ଼ ଭାଇ, ବୃଦ୍ଧି, ଧନ, ଶିକ୍ଷା, ଶିକ୍ଷକ, ଧାର୍ମିକ କାର୍ଯ୍ୟ, ଶୁଭ କାର୍ଯ୍ୟ, ଦାନ ଏବଂ ଗୁଣ ଇତ୍ୟାଦି ପାଇଁ ଶାସକ ଗ୍ରହ ହେଉଛନ୍ତି ବୃହସ୍ପତି। ଗୁରୁବାର ଦିନ ପୂଜା କରିବା ବ୍ୟତୀତ ହଳଦିଆ ରଙ୍ଗ ପିନ୍ଧି ଏବଂ ବୟସ୍କଙ୍କୁ ସମ୍ମାନ ଦେଇ ଦେବଗୁରୁ ବୃହସ୍ପତିଙ୍କ ଆଶୀର୍ବାଦ ପାଇପାରିବେ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ୨୦୨୫ରେ ଦେବଗୁରୁ ମହାରାଶି ପରିବର୍ତ୍ତନ କରିବେ। ୧୪ ମଇ ୨୦୨୫ରେ ଦେବଗୁରୁ ବୃଷ ରାଶିରୁ ବାହାରି ମିଥୁନ ରାଶିରେ ପ୍ରବେଶ କରିବେ। ଏହି ପରିବର୍ତ୍ତନ ପାଖାପାଖି ୧୨ ବର୍ଷ ପରେ ହେବାକୁ ଯାଉଛି। ଏହାର ପ୍ରଭାବରେ ୫ ରାଶିଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। 

1/5

ମେଷ ରାଶି ମେଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବୃହସ୍ପତିଙ୍କ ମାର୍ଗି ବେଶ ଲାଭଦାୟକ ହେବାକୁ ଯାଉଛି। ବ୍ୟବସାୟରେ ବୃଦ୍ଧି ହେବାକୁ ଯାଉଛି। ସମାଜରେ ମାନ ସମ୍ମାନ ବୃଦ୍ଧି ହେବ। ଅଟକି ଥିବା କାର୍ଯ୍ୟ ଶେଷ ହେବ। ବୟସ୍କଙ୍କୁ ସମ୍ମାନ ଦେଲେ ସଫଳତା ହାସଲ ହେବ। ପରିଶ୍ରମର ଫଳ ନିଶ୍ଚିତ ଭାବେ ମିଳିବାକୁ ଯାଉଛି। 

2/5

ବୃଷ ରାଶି ୨୦୨୫ରେ ଦେବଗୁରୁଙ୍କ ରାଶି ପରିବର୍ତ୍ତନ ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବେଶ ଫଳପ୍ରଦ ହେବ। ଆୟରେ ବୃଦ୍ଧି ହେବ। ଏହାସହିତ ବ୍ୟବସାୟରେ ମଧ୍ୟ ଉନ୍ନତି ଆସିବ। ପ୍ରେମ ବିବାହର ଯୋଗ ରହିଛି। ନୂଆ ଲୋକଙ୍କ ସହିତ ସାକ୍ଷାତ ହୋଇପାରେ। ମାନ ସମ୍ମାନ ବୃଦ୍ଧି ହେବ। 

3/5

କର୍କଟ ରାଶି କର୍କଟ ରାଶିର ବ୍ୟକ୍ତିବିଶେଷଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ପ୍ରେମ ସମ୍ପର୍କ ମଜବୁତ ହେବ। ଚାକିରିଆମାନଙ୍କର ପଦୋନ୍ନତି ଓ ଦରମା ବୃଦ୍ଧି ଯୋଗ ରହିଛି। ବୁଝିବିଚାରି କାର୍ଯ୍ୟ କରି ସଠିକ ନିଷ୍ପତ୍ତି ନେବାରେ ସଫଳହେବେ। ଏହା ଫଳରେ ଆପଣଙ୍କର ମାନ ସମ୍ମାନରେ ବୃଦ୍ଧି ହେବ। 

4/5

ବିଛା ରାଶି ଜୀବନସାଥୀଙ୍କ ସହିତ ସମ୍ପର୍କ ମଜବୁତ ହେବ। ମିଳାମିଶା ସମୟ ଅତିବାହିତ ହେବ। ଚିନ୍ତାମୁକ୍ତ ଓ ମନ ପ୍ରସନ୍ନ ରହିବ। ବୟସ୍କଙ୍କୁ ସମ୍ମାନ ଦେବା ଆପଣଙ୍କ ପାଇଁ ଲାଭ ଦାୟକ ହୋଇପାରେ। ବ୍ୟବସାୟୀମାନଙ୍କର ଉତ୍ତରୋତ୍ତର ଉନ୍ନତି ହୋଇପାରେ। ଚାକିରିଆ ମାନଙ୍କ ପାଇଁ ଭଲ ସମୟ ଆସିବାକୁ ଯାଉଛି। ଗୁରୁ କୃପା ବଳରେ ସୁଖ ସୁବିଧା ମିଳିବାକୁ ଯାଉଛି। 

5/5

ମୀନ ରାଶି ମୀନ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଲାଭଦାୟକ ସମୟ ଆସିବାକୁ ଯାଉଛି। ତରବରିଆ ଭାବେ ନିଆଯାଇଥିବା ନିଷ୍ପତ୍ତି ମହଙ୍ଗା ସାବ୍ୟସ୍ତ ହୋଇପାରେ। ତେଣୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ସଫଳତା ହାସ କରିବେ। ମାନସମ୍ମାନରେ ବୃଦ୍ଧି ହେବ। ବିଦେଶ ଯାତ୍ରାର ଯୋଗ ରହିଛି। ସାମାଜିକ କାର୍ଯ୍ୟ ଆପଣଙ୍କ ପାଇଁ ଲାଭଦାୟକ ହେବ। ସଫଳତାର ନୂଆ ସିଢି ଚଢିବେ। 

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ,ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।