Odisha Congress: ପାଖେଇ ଆସୁଛି ନିର୍ବାଚନ। ମେ ୧୩ ରେ ପ୍ରଥମ ଭୋଟ ଦେବ ଓଡ଼ିଶା । ହେଲେ ଏବେ ଯାଏଁ ରଣନୀତିରେ ସ୍ପଷ୍ଟ ହୋଇପାରୁନି କଂଗ୍ରେସ । ପୁଣିଥରେ କଂଗ୍ରେସ ୫ଟି ଆସନରେ ବିଧାନସଭା ପ୍ରାର୍ଥୀ ବଦଳାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଜଳେଶ୍ବର, ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। 


  • COMMERCIAL BREAK
    SCROLL TO CONTINUE READING

    ଜଳେଶ୍ଵରରୁ ଦେବୀପ୍ରସନ୍ନ ଚାନ୍ଦଙ୍କ ସ୍ଥାନରେ ସୁଦର୍ଶନ ଦାସଙ୍କୁ ଟିକେଟ୍ ଦେଇଛି ଦଳ

  • ଏଣେ ବରୀରେ ଆରତୀ ଦେଓଙ୍କ ସ୍ଥାନରେ ଦେବାଶିଷ ନାୟକଙ୍କୁ ଟିକେଟ୍ ଦେଇଛି କଂଗ୍ରେସ

  • ଠିକ୍ ସେହିପରି ଆଠମଲ୍ଲିକରେ ହିମାଂଶୁ ଚାଉଳିଆଙ୍କୁ କଂଗ୍ରେସ ପ୍ରାର୍ଥୀ କରାଯାଇଛି

  • ଆଠଗଡ଼ରେ ସୁଦର୍ଶନ ସାହୁ ଓ ପୁରୀରେ ଉମାବଲ୍ଲଭ ରଥଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ

  • ଏଣେ ନୀଳଗିରିରେ ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି ଦଳ 

  • Also Read: ଦେଢଶାଶୂ ପ୍ରେମରେ ପଡ଼ିଗଲା ସ୍ୱାମୀ, ରାସ୍ତା ମଝିରେ ସ୍ତ୍ରୀକୁ ମାରିବାକୁ ଉଦ୍ୟମ