Booster Dose Vaccination in Odisha: ଏବେ ପୁଣି ଥରେ ସକ୍ରିୟ ହୋଇଉଠିଛି କୋରୋନା ଭାଇରାସ। ଏବେ କୋରୋନା ଭୂତାଣୁର ନୂଆ ଭାରିଏଣ୍ଟ BF.7 ଲୋକଙ୍କ ଲାଗି ଚିନ୍ତା ବଢାଇ ଦେଇଛି। ରାଜ୍ୟରେ ଓମିକ୍ରନ ସବ ଭାରିଏଣ୍ଟ BF.7 ମାମଲା ଚିହ୍ନଟ ପରେ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇ ଉଠିଛି। କୋରୋନା ମୁକାବିଲା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ରାଜ୍ୟ ଉଦ୍ଦେଶ୍ୟରେ ଜଣାଇ ଦେଇଛି କେନ୍ଦ୍ର। 
ଏହି ନୂଆ କୋଭିଡ଼ ଭାରିଏଣ୍ଟ ସଂକ୍ରମଣକୁ ରୋକିବା ପାଇଁ ବୁଷ୍ଟରଡୋଜ ନେବା ଉପରେ ଗୁରୁତ୍ୱାରୋପ କରାଯାଉଛି।  


COMMERCIAL BREAK
SCROLL TO CONTINUE READING

ହେଲେ ବୁଷ୍ଟରଡୋଜ ପ୍ରଦାନ କରିବା କ୍ଷେତ୍ରରେ ଓଡ଼ିଶା ପଛରେ ପଡ଼ିଯାଇଥିବା ଜଣାପଡୁଛି। ବର୍ତ୍ତମାନ ପର୍ଯ୍ୟନ୍ତ ରଜ୍ୟର ଯୋଗ୍ୟ ଜନସଂଖ୍ୟାର ୫୯ ପ୍ରତିଶତ ଲୋକ କୋରୋନା  ମହମାରୀର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ଟିକାକରଣ କରିନାହାଁନ୍ତି। ଅର୍ଥାତ ଏହି ୫୯ ପ୍ରତିଶତ ଲୋକ ବୁଷ୍ଟରଡୋଜ ନେଇନାହାଁନ୍ତି। ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଅନୁରୋଧ ଜଣାଇଛନ୍ତି। ଏ ସମ୍ପର୍କରେ ଜଣେ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି। 


ରାଜ୍ୟରେ ବୁଷ୍ଟରଡୋଜ ଟିକାକରଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। ଏନେଇ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ ୩.୨୫ କୋଟି ଯୋଗ୍ୟ ଜନସଂଖ୍ୟା ମଧ୍ୟରୁ କେବଳ ୪୧ ପ୍ରତିଶତ ଲୋକ ବୁଷ୍ଟର ଡୋଜ ନେଇଛନ୍ତି। ଅବଶିଷ୍ଟ 59 ପ୍ରତିଶତ ଲୋକଙ୍କୁ ଯଥାଶୀଘ୍ର ମାଗଣା ଡୋଜ ଯୋଗାଇ ଦିଆଯିବା ଆବଶ୍ୟକ। ନଭେମ୍ବର ୨୮ ତାରିଖ ପର ଠାରୁ ରାଜ୍ୟରେ ଓଡିଶା ସରକାରଙ୍କ ପ୍ରାୟୋଜିତ କୌଣସି ଟିକାକରଣ ଅଭିଯାନ କାର୍ଯ୍ୟକାରୀ କରାଯାଇ ନାହିଁ। ହେଲେ ଘରୋଇ ଚିକିତ୍ସାଳୟକୁ ଟିକା ଯୋଗାଇ ଦିଆଯାଉଛି।


ସେହିପରି ସ୍ୱାସ୍ଥ୍ୟ ସଚିବ ଶାଲିନୀ ପଣ୍ଡିତ କହିଛନ୍ତି ଯେ ବିଗତ ଦୁଇ ମାସ ଧରି ପ୍ରତି ଦିନ ରାଜ୍ୟରେ କୋଭିଡ୧୯ ସମ୍ପର୍କିତ ୧୦ ନୂଆ ମାମଲା ସାମ୍ନାକୁ ଆସୁଛି। ରାଜ୍ୟରେ ଆବଶ୍ୟକୀୟ ସଂଖ୍ୟକ କୋରୋନା ପରୀକ୍ଷା କରାଯାଉଛି। ମାସ୍କ ପିନ୍ଧିବା ଏବଂ ହାତର ସ୍ୱଚ୍ଛତା ଅଭ୍ୟାସ ସମେତ ଉପଯୁକ୍ତ କୋଭିଡ ଆଚରଣ ଅନୁସରଣ କରିବାକୁ ଓଡିଶା ସରକାର ନିବେଦନ କରିଛନ୍ତି। ଗତ ସପ୍ତାହରୁ ସରକାର କୋଭିଡ ପାଇଁ ପ୍ରସ୍ତୁତି ସମ୍ପର୍କରେ ବିଭିନ୍ନ ରାଜ୍ୟଙ୍କ ସହ ତଥ୍ୟର ଆଦାନ ପ୍ରଦାନ କରୁଛନ୍ତି। ନୂଆ ଭାରିଏଣ୍ଟ BF.7 ଉପରେ ସରକାର ସତର୍କ ନଜର ରଖିଛନ୍ତି। ଏହାର ମୁକାବିଲା କରିବା ପାଇଁ କଠୋର ପଦକ୍ଷେପ ନେବା ସମ୍ପର୍କରେ ପ୍ରଶାସନିକ ସ୍ତରରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବିଚାର କରାଯାଇନାହିଁ।   


ବଢୁଥିବା କୋଭିଡ୧୯ ସଂକ୍ରମଣ ମାମଲା ମଧ୍ୟରେ କିପରି ପରୀକ୍ଷା କରାଯିବ ସେ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଏବ ଗଣଶିକ୍ଷ ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଏନେଇ ମନ୍ତ୍ରୀ କହିଛନ୍ତି  କୋଭିଡ଼୧୯ ସହ ଜଡିତ ପ୍ରୋଟୋକଲ ପାଳନ କରି ଆସନ୍ତା ବର୍ଷ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଇଁ ବୋର୍ଡ ପରୀକ୍ଷା କରିବାର ବ୍ୟବସ୍ଥା କରାଯାଉଛି। କ୍ଲାସରୁମ ମଧ୍ୟରେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତାର ନିୟମ ପାଳନ କରିବା ପାଇଁ ମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ନିବେଦନ କରିଛନ୍ତି।