Tunnel Rescue: ସୂର୍ଯ୍ୟନାରାୟଣ ମହାନ୍ତି- ଉତ୍ତରାଖଣ୍ଡ ରାଜ୍ୟର ଉତ୍ତରକାଶୀରେ ଚାଲୁଥିବା ଟନେଲ କାମରେ ଫସିଥିବା ଓଡି଼ଶାର ପାଞ୍ଚ ଜଣ ଶ୍ରମିକଙ୍କୁ ମାନସିକ ସହାୟତା ସହିତ ସେମାନଙ୍କର ମନୋବଳ ବଢ଼ାଇବା ପାଇଁ ମନ୍ତ୍ରୀ ସାରଦା ନାୟକ ପହଞ୍ଚିଛନ୍ତି । କିଛି ଶ୍ରମିକଙ୍କ ପରିବାର ସହିତ ରାଜ୍ୟ ଶ୍ରମମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ନାୟକ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିବା ସହିତ କେନ୍ଦ୍ର ମନ୍ତ୍ରୀ ଭି କେ ସିଂହଙ୍କ ସହିତ ଆଲୋଚନା କରିଛନ୍ତି । ଟନେଲରୁ ବାହାରିଲା ପରେ କେଉଁଭଳି ସେମାନେ ଓଡି଼ଶା ଫେରିବେ ସେନେଇ ଆଲୋଚନା କରିଛନ୍ତି ମନ୍ତ୍ରୀ। 


COMMERCIAL BREAK
SCROLL TO CONTINUE READING

ଶ୍ରମିକଙ୍କ ଘରଲୋକଙ୍କ ସହିତ କିଭଳି ଯୋଗାଯୋଗ କରିବେ ଏ ନେଇ ତାଙ୍କ ସହାୟତା ଦୃଷ୍ଟି ରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଉତ୍ତରକାଶୀରେ ଯାଇ ପହଞ୍ଚିଛନ୍ତି ଓଡି଼ଶା ସରକାର ଶ୍ରମମନ୍ତ୍ରୀ ଶ୍ରୀ ନାୟକ (Sarada Prasad Nayak) । ପ୍ରଥମେ ଓଡ଼ିଶାରୁ ନୂଆଦିଲ୍ଲୀ ଓ ପରେ ଚାଲିଥିବା ସିଲ୍କୟାରାରେ କିଛି ଶ୍ରମିକଙ୍କ ପରିବାର ସହିତ ଶ୍ରୀ ନାୟକ ପହଞ୍ଚିଛନ୍ତି । ଏହା ସହିତ ସେଠାରେ ଚାଲୁଥିବା ସହାୟତା ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି । ଶ୍ରୀ ନାୟକ ୫ଜଣ ଶ୍ରମିକଙ୍କ ମଧ୍ୟରୁ ୩ ଜଣଙ୍କ କଥା ହୋଇ ସେମାନଙ୍କ ମନୋବଳକୁ ବଢ଼ାଇଛନ୍ତି ।


ସୂଚନାନୁସାରେ, ଦୀର୍ଘ ୧୭ ଦିନ ହେଲା ଗଭୀର ଟନେଲ ମଧ୍ୟରେ ଫସି ରହିଛନ୍ତି ଶ୍ରମିକ । ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲ୍ (Uttarkashi Tunnel) ଉଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଥିବା ବେଳେ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ଆଗାମୀ କିଛି କ୍ଷଣ ମଧ୍ୟରେ ଶେଷ ହୋଇପାରେ । ମିଳିଥିବା ସୂଚନା ମୁତାବକ ୫୪ ମିଟର ପର୍ଯ୍ୟନ୍ତ ଖନନ କାର୍ଯ୍ୟ ସଫଳତାର ସହ କରାଯାଇଛି ଏବଂ ଆଉ ମାତ୍ର ତିନି ମିଟର ଖନନ କାର୍ଯ୍ୟ (Excavation) ବାକି ଅଛି। ସ୍ୱତନ୍ତ୍ର ଖନନକାରୀମାନେ ଖନନ କାର୍ଯ୍ୟ ଜୋରଦାର ଭାବରେ ଖନନ କାର୍ଯ୍ୟ ଚଳାଉଛନ୍ତି । ଯେକୌଣସି ସମୟରେ ବର୍ତ୍ତମାନ ଶ୍ରମିକମାନେ ବାହାରକୁ ବାହାରିବାର ଖବର ଆସିପାରେ ବୋଲି କୁହାଯାଉଛି ।


ଘଟଣାସ୍ଥଳରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି (Pushkar Singh Dhami) ରହିଥିବା ବେଳେ ଟନେଲ ବାହାରେ ଓ ଭିତରେ ଆମ୍ବୁଲାନ୍ସ, ମେଡିକାଲ ଟିମ୍ ସଜାଗ ରହିଛି। ସବୁ ପରିଶ୍ରମରେ ପାଣି ପଡିଯିବା ପରେ ଶେଷ ଆଶା ରାଟ୍ ହୋଲ ମାଇନିଂ ଉପରେ ଭରଷା କରାଯାଇଥିଲା। ଟନେଲରେ ଥିବା ଆବର୍ଜନା ତଥା ପଥର ଗୁଣ୍ଡକୁ  ହାତରେ ସଫା କରାଯାଉଛି। ଯଦି ବି କୌଣସି ବାଧା ବା ପ୍ରତିବନ୍ଧକ ଦେଖାଯାଏ, ତେବେ ଏହାକୁ ବି ମେସିନ୍ ଦ୍ୱାରା କାଟି ଦିଆଯିବ ଏବଂ ତା’ପରେ ମେସିନ୍ ଭିତରେ ପାଇପ୍ ଭର୍ତ୍ତି କରାଯାଇଛି । ଶ୍ରମିକମାନଙ୍କୁ ପାଇପ୍ ମାଧ୍ୟମରେ ରନ୍ଧା ଓ ଶୁଖିଲା ଖାଦ୍ୟ ଏବଂ ଔଷଧ ଯୋଗାଇ ଦିଆଯାଉଛି। ଟନେଲ ଭିତରୁ ବାହାରିବା କ୍ଷଣି ପ୍ରାଥମିକ ଚିକିତ୍ସା ସହ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯିବ । ସେପଟେ ୪୧ ଶ୍ରମିକଙ୍କ ମଧ୍ୟରେ ଥିବା ୫ ଓଡ଼ିଆ ଶ୍ରମିକଙ୍କ ପରିବାର ବର୍ଗବି ତାଙ୍କ ଫେରିବା ବାଟକୁ ଅନାଇ ବସିଛନ୍ତି। 


Also Read: Virat Kohli: ବିରାଟଙ୍କ ଆଖି ନାକରେ ପଡ଼ିଲା ଷ୍ଟିଚ୍, ଫଟୋ ସେୟାର କରି କହିଲେ...


Also Read: Crime News: ନିଜ ଝିଅକୁ ପୁରୁଷ ବନ୍ଧୁ ଦ୍ୱାରା ଯୌନଶୋଷଣ ମାମଲା, ଅଭିଯୁକ୍ତା ମା'କୁ ୪୦ ବର୍ଷର ଜେଲଦଣ୍ଡ