Angul News In Odia:  ଆଜି ସାବିତ୍ରୀ ବ୍ରତ(Savitri Brata) । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ପ୍ରତ୍ୟକ ହିନ୍ଦୁ ସଧବା ମହିଳା । ସାବିତ୍ରୀଙ୍କ (Savitri) ପତିଭକ୍ତିକୁ ମନେ ପକାଇ ପୂଜାର୍ଚ୍ଚନା କରୁଛନ୍ତି। ସକାଳ ହେଉ ହେଉ ମଥାରେ ସିନ୍ଦୁର, ହାତରେ ନୂଆ ଚୁଡି, ରଙ୍ଗ ବେରଙ୍ଗ ଶାଢୀରେ ସଜେଇ ହୋଇ କେହି କେହି ସଧବା ମହିଳା ମନ୍ଦିରରେ ପହଞ୍ଚିଛନ୍ତି ତ ଆଉ କେହି ଘରେ ପୂଜା କରନ୍ତି । କିନ୍ତୁ ଆଜି ଜଣେ ଏଭଳି ସାବିତ୍ରୀଙ୍କ କଥା କହିବୁ ଯେକି ନିଜ ସ୍ବାମୀଙ୍କୁ ଜମ ମୁହଁରୁ ନୁହେଁ ବରଂ ୧୦ ବର୍ଷ ପରେ ଫେରି ପାଇଛନ୍ତି। ଏଭଳି ଜଣେ ମହିଳା ହେଉଛନ୍ତି ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ଯତିନ୍ଦ୍ର ବେହେରାଙ୍କ (Jatindra Behera) ସ୍ତ୍ରୀ ଆରତୀ ବେହେରା  (Arati Behera)। ଆରତୀଙ୍କ ସ୍ବାମୀ ଦିର୍ଘ ୧୦ (10 years) ବର୍ଷ ହେବ କୁଆଡେ ଚାଲି ଯାଇଥିଲେ । ହେଲେ ଆଜି ଏଭଳି ଏକ ପବିତ୍ର ଦିନରେ ସେ ଘରକୁ ଫେରିଛନ୍ତି । ସାବିତ୍ରୀ ବ୍ରତରେ ନିଜ ହଜିଲା ସ୍ବାମୀଙ୍କୁ ପାଖରେ ପାଇଁ ଆରତୀଙ୍କ ଖୁସି କହିଲେ ନସରେ। ସେପଟେ ଯତିଦ୍ରଙ୍କ ପିଲାମାନେ ମଧ୍ୟ ବାପାଙ୍କୁ ଦିର୍ଘ ବର୍ଷ ପରେ ପାଇଁ ଆତ୍ମ ବିଭୋର ହୋଇ ପଡି଼ଛନ୍ତି। 


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁସାରେ, ଅନୁଗୁଳ (Angul) ଜିଲ୍ଲା ଛେଣ୍ଡିପଦାର ( Chhendipada in Angul)ଯତିନ୍ଦ୍ର ବେହେରା ୨୦୧୩ ମସିହା ଅକ୍ଟୋବର ମାସରେ ଘରେ ନିଜ ଝିଅର ଜନ୍ମଦିନ ପାଳନ ସମୟରେ ଘର କେଉଁ ଆଡୁ ଚାଲି ଯାଇଥିଲେ।  ବହୁତ ଖୋଜାଖୋଜି ପରେ ବି ତାଙ୍କର କୌଣସି ପତ୍ତା ମିଳି ନ ଥିଲା । ଏନେଇ ପରିବାର ଲୋକେ, ଯତିନ୍ଦ୍ରଙ୍କ ନିଖୋଜ ନେଇ ଥାନାରେ ମଧ୍ୟ ଏତଲା ଦେଇଥିଲେ । ପୋଲିସ୍ ମଧ୍ୟ ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲା । କିନ୍ତୁ ତାଙ୍କର କୌଣସି ପତ୍ତା ମିଳି ନଥିଲା। ରୋଜଗାରିଆ ପୁଅର ନିଖୋଜ ଖବର ପାଇଁ ବିଛଣା ଧରି ପକାଇଥିଲେ ଯତୀନ୍ଦ୍ରଙ୍କ ମା’ ଯଶୋଦା । ସ୍ତ୍ରୀ ମଧ୍ୟ ସ୍ବାମୀଙ୍କୁ ନିଖୋଜ ହେବା ଦିନ ଠାରୁ ଆଖିରୁ ଲୁହ ଶୁଖୁ ନ ଥିଲା । ପିଲାମାନେ ମଧ୍ୟ ବାପା ନିଖୋଜ ହେବାର ଖବର ଶୁଣି ଭାଙ୍ଗି ପଡିଥିଲେ। 


ଏହାବି ପଢନ୍ତୁ : Road Accident: ପିକନିକ୍ ସାରି ଘରକୁ ଫେରୁଥିଲେ ୫ ସାଙ୍ଗ, ଧକ୍କା ଦେଲା ଟ୍ରକ୍ ଘଟଣାସ୍ଥଳରେ ଆଖି ବୁଜିଲେ ୩


ଏହାବି ପଢନ୍ତୁ : Sambalpur Crime News: ପ୍ରେମିକକୁ ମାରିଦେଲେ ପ୍ରେମିକାର ଘର ଲୋକେ ! ଜାଣନ୍ତୁ କ'ଣ ରହିଛି ପୂରା ମାମଲା?


ତେବେ ସ୍ୱାମୀ ଘରୁ ଚାଲିଯିବା ପରେ ଯତିନ୍ଦ୍ରଙ୍କ ପତ୍ନୀ ଏକାକୀ ୧୮ ମାସର ପୁଅ, ୫ ବର୍ଷ ଝିଅ ଓ ଶାଶୁଙ୍କ ଦାୟିତ୍ୱ ସମ୍ଭାଳିବା ସହ ଘର ଚଳାଉ ଥିଲେ। ତେବେ,  କୁହାଯାଉଛି କି, ଯତିନ୍ଦ୍ରଙ୍କ ମାନସିକ ଅବସ୍ଥା ଠିକ୍ ନଥିବାରୁ ସେ ମଧ୍ୟ ପ୍ରଦେଶ ଚାଲି ଯାଇଥିଲେ। ସେଠାରେ ଏକ ଢାବାରେ କାମ କରୁଥିଲେ। ଏହି ସମୟର ସେଠାରେ ଯତିନ୍ଦ୍ର ଜଣେ ଓଡ଼ିଆ ଟ୍ରକ ଡ୍ରାଇଭରଙ୍କ ସହ ଭେଟ ହୋଇଥିଲା। ପରେ  ଯତିନ୍ଦ୍ର ତାଙ୍କ ସହ ଘଟିଥିବା ସମସ୍ତ କଥାକୁ ସେ ଓଡି଼ଆ ଡ୍ରାଇଭରଙ୍କୁ କହିଥିଲେ। ପରେ ଓଡ଼ିଆ ଡ୍ରାଇଭର ଜଣକ ତାଙ୍କୁ ସାହାର୍ଯ୍ୟ ପାଇଁ ସହାୟତାର ହାତ ବଢାଇଥିଲେ। ପରେ, ଦୀର୍ଘ ୧୦ ବର୍ଷ ପରେ ପରିବାର ଲୋକଙ୍କ ଉଦ୍ଦେଶ୍ୟରେ ଯତିନ୍ଦ୍ର ଚିଠି ଏକ ଚିଠି ଲେଖିଥିଲେ । ସମ୍ପୃକ୍ତ ଟ୍ରକ୍‌ ଡ୍ରାଇଭର ତାଙ୍କର ଏହି ଚିଠିକୁ ତାଙ୍କ ପରିବାର ଲୋକଙ୍କ ନିକଟରେ ପହଞ୍ଚାଇ ଥିଲେ। ପରିବାର ଲୋକେ ଏହି ଚିଠି ପାଇବା ପରେ,ଛେଣ୍ଡିପଦା ପଞ୍ଚାୟତର ସରପଞ୍ଚଙ୍କୁ ଯୋଗାଯୋଗ କରିଥିଲେ। ଛେଣ୍ତିପଦା ସରପଞ୍ଚ ଏନେଇ ସ୍ଥାନୀୟ ଥାନାକୁ ଜଣାଇଥିଲେ। ଏନେଇ ପୋଲିସ୍ ଆରମ୍ଭ କରିଥିଲା ତଦନ୍ତ ପରେ ପୋଲିସର ଏକ ଟିମ୍ ଓ ଯତିନ୍ଦ୍ରଙ୍କ ପରିବାର ସଦସ୍ୟଙ୍କ ସହ  ମଧ୍ୟ ପ୍ରଦେଶ ଯାଇଥିଲେ । ସେଠାରୁ ଯତିନ୍ଦ୍ରଙ୍କୁ ଉଦ୍ଧାର କରି ଅନୁଗଳକୁ ଫେରିଥିଲେ। ସେପଟେ, ଏନେଇ ପ୍ରତିକ୍ରିୟା ରଖିଛନ୍ତି ଯତିନ୍ଦ୍ର ସେ କହିଛନ୍ତି,ମୁଁ କେବେବି ମୋ ଜୀବନରେ ନିଜ ପରିବାରକୁ ଛାଡି ଯିବିନି।