IAS Reshuffle in Odisha 2024: ଜାନୁଆରୀ ୨୨ ତାରିଖ ସୋମବାର ଆଇଏଏସ ସ୍ତରରେ ଏକ ବଡ଼ ଧରଣର ଅଦଳ ବଦଳ କରିଛନ୍ତି ଓଡ଼ିଶା ସରକାର। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। କାହାକୁ କେଉଁ ଦାୟିତ୍ୱ ମିଳିଛି ସେ ସମ୍ପର୍କରେ ଜାଣନ୍ତୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନର ଭାବେ କାର୍ଯ୍ୟରତ ତେମଜେନୱାପାଙ୍ଗଙ୍କୁ ସାଧାରଣ ଉଦ୍ୟୋଗ ବିଭାଗ ସଚିବ ଭାବେ ନିଯୁକ୍ତ କରାଯାଇଛି। ସେହିପରି ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ସଚିବ ଭାବେ କାର୍ଯ୍ୟରତ ରହିଥିବା ଶ୍ରୀକାନ୍ତ ପୃଷ୍ଟିଙ୍କୁ ଉତ୍ତାରଞ୍ଚଳ ରାଜସ୍ୱ କମିଶନର ଭାବେ ନିଯୁକ୍ତ କରାଯାଇଛି। ଅନ୍ୟପଟେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟରତ ରଞ୍ଜନ କୁମାର ଦାସଙ୍କୁ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଭାବେ ଭାବେ ନିଯୁକ୍ତ କରାଯାଇଛି। ପୁରୀ ଜିଲ୍ଲାପାଳ ରହିଥିବା ସମର୍ଥ ବର୍ମାଙ୍କୁ ଶ୍ରୀମନ୍ଦିର ପ୍ରଶାସନର ଅତିରିକ୍ତ ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ କରାଯାଇଛି। କେନ୍ଦୁଝର ଜିଲ୍ଲାପାଳ ଆଶୀଷ ଠାକରେଙ୍କୁ ମୟୁରଭଞ୍ଜ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ଖୋର୍ଦ୍ଧ ଜିଲ୍ଲାପାଳ ରହିଥିବା କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କୁ ଲଘୁ ଖଣିଜ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ମୟୂରଭଞ୍ଜ ଜିଲ୍ଲାପାଳ ରହିଥିବା ବିନୀତ ଭରଦ୍ୱାଜଙ୍କୁ କଟକ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

କଟକ ମହାନଗର ନିଗମ କମିଶନର ନିଖିଲ ପବନ କଲ୍ୟାଣଙ୍କୁ ଗ୍ରାମ୍ୟ ଉନ୍ନୟନ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ରାଜ୍ୟ ନିର୍ବାଚନ ଆୟୋଗ ସଚିବ ଦାୟିତ୍ୱରେ ରହିଥିବା ବିଜୟ କୁମାର ଦାସଙ୍କୁ ପୁରୀ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କୁ ସମାଜ କଲ୍ୟାଣ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ବଲାଙ୍ଗୀର ଜିଲ୍ଲାପାଳ ଦାୟିତ୍ୱରେ ରହିଥିବା ଚଞ୍ଚଳ ରାଣାଙ୍କୁ ଖୋର୍ଦ୍ଧ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ରାୟଗଡ଼ ଜିଲ୍ଲାପାଳ ଦାୟିତ୍ୱରେ ରହିଥିବା ସ୍ୱଧାଦେବ ସିଂହଙ୍କୁ ନୟାଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ଅନୁଗୋଳ ଜିଲ୍ଲାପାଳ ଦାୟିତ୍ୱରେ ରହିଥିବା ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ କଟକ ମହାନଗର ନିଗମ କମିଶନର ଭାବେ ନିଯୁକ୍ତ କରାଯାଇଛି।


ଯାଜପୁର ଜିଲ୍ଲାପାଳ ଦାୟିତ୍ୱରେ ରହିଥିବା ଚକ୍ରବର୍ତ୍ତୀ ସିଂହ ରାଠୋରଙ୍କୁ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଯୁଗ୍ମ ସଚିବ ଭାବେ ନିଯୁକ୍ତ କରାଯାଇଛି। କୋରାପୁଟ ଜିଲ୍ଲାପାଳ ଦାୟିତ୍ୱରେ ରହିଥିବା ଅବଦଲ ଅଖତରଙ୍କୁ ଅନୁଗୋଳ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ସମାଜ କଲ୍ୟାଣ ନିର୍ଦ୍ଦେଶକ ଦାୟିତ୍ୱରେ ରହିଥିବା ଲିଙ୍ଗରାଜ ପଣ୍ଡାଙ୍କୁ ସମନ୍ୱୟ ବିଭାଗ ଯୁଗ୍ମ ସଚିବ ଭାବେ ନିଯୁକ୍ତ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଦାୟିତ୍ୱରେ ରହିଥିବା ଅମୃତ ଋତୁରାଜଙ୍କୁ ଶ୍ରମ ଏବଂ ନିୟୋଜନ ବିଭାଗ କମିଶନର ଭାବେ ନିଯୁକ୍ତ କରାଯାଇଛି। ସମ୍ବଲପୁର ଜିଲ୍ଲାପାଳ ଦାୟିତ୍ୱରେ ରହିଥିବା ଅନ୍ୟନ୍ୟା ଦାସଙ୍କୁ ହସ୍ତତନ୍ତ ଏବଂ ବୟନ ଶିଳ୍ପ ଯୁଗ୍ମ ସଚିବ ଭାବେ ନିଯୁକ୍ତ କରାଯାଇଛି। ମାଲକାନଗିରି ଜିଲ୍ଲାପାଳ ଦାୟିତ୍ୱରେ ରହିଥିବା ବିଶାଳ ସିଂହଙ୍କୁ କେନ୍ଦୁଝର ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି।


ରାଉରକେଲା ମହାନଗର ନିଗମ କମିଶନର, ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ ସିଇଓ, ରାଉରକେଲା ଅତିରିକ୍ତ ଜିଲ୍ଲପାଳ, ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ ସଚିବ ଦାୟିତ୍ୱରେ ରହିଥିବା ଡକ୍ଟର ଶୁଭଙ୍କର ମହାପାତ୍ରଙ୍କୁ ଯାଜପୁର ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ଗଞ୍ଜାମ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱରେ ରହିଥିବା ଭି.କୀର୍ତ୍ତି ଭାସନଙ୍କୁ କୋରାପୁଟ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ ଅତିରିକ୍ତ କମିଶନର ଦାୟିତ୍ୱରେ ରହିଥିବା ମୟୂର ସୂର୍ଯ୍ୟାଂଶୀ ବିକାଶଙ୍କୁ କେନ୍ଦ୍ରପଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ବ୍ରହ୍ମପୁର ମହାନଗର ନିଗମ କମିଶନର ଦାୟିତ୍ୱରେ ରହିଥିବା ସୋନାଲ ଜେ. ଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ୱରେ ରହିଥିବା ସୁନୀଲ ଅକ୍ଷୟ ଅଗ୍ରୱାଲଙ୍କୁ  ସମ୍ବଲପୁର ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ବରଗଡ଼ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱରେ ରହିଥିବା ଆଦିତ୍ୟ ଗୋୟଲଙ୍କୁ ବରଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି।


ନବରଙ୍ଗପୁର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱରେ ରହିଥିବା ଆନ୍ୟ ଦାସଙ୍କୁ ସୋନପୁର ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱରେ ମନୋଜ ସତ୍ୟବାନ ମହାଜନଙ୍କୁ ରାୟଗଡ଼ ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। କଳାହାଣ୍ଡି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱରେ ରହିଥିବା ପ୍ରକାଶ ସଚିନ ପାୱାରଙ୍କୁ  ମାଲକାନଗିରି ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି।


କୋରାପୁଟ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦାୟିତ୍ୱରେ ରହିଥିବା ଗୌରବ ଶିବାଜୀ ଇସଲୱାରଙ୍କୁ ବଲାଙ୍ଗୀର ଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ବ୍ରହ୍ମପୁର ଉପଜିଲ୍ଲାପାଳ ଦାୟିତ୍ୱରେ ରହିଥିବା ସି,. ଆଶୁତୋଷ କୁଲକର୍ଣ୍ଣୀଙ୍କ ରାଉରକେଲା ମହାନଗର ନିଗମ କମିଶନର ଭାବେ ନିଯୁକ୍ତ କରାଯାଇଛି। ବାଲିଗୁଡ଼ା ଉପଜିଲ୍ଲାପାଳ ତଥା ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମଧୁମିତାଙ୍କୁ ବ୍ରହ୍ମପୁର ମହାନଗର ନିଗମ କମିଶନର ଭାବେ ନିଯୁକ୍ତ କରାଯାଇଛି। କୁଚିଣ୍ଡା ଉପଜିଲ୍ଲାପାଳ ତଥା କୁଚିଣ୍ଡା ବିଜ୍ଞାପିତ ଅଞ୍ଚଳ ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମଧୁମିତାଙ୍କୁ ବିଭୂତି ଭୂଷଣ ନାୟକଙ୍କୁ ମୟୂରଭଞ୍ଜ ଅତିରିକ୍ତ ଜିଲ୍ପପାଳ ଭାବେ ନିଯୁକ୍ତ କରାଯାଇଛି। ୨୦୨୧ ବ୍ୟଚ ଆଇଏଏସ ଅଧିକାରୀ ଧିନୀ ଦାସ୍ତଗାରଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ସେହିପରି ୨୦୨୧ ବ୍ୟଚ ଆଇଏଏସ ଅଧିକାରୀ ରିନା ପ୍ରଧାନଙ୍କୁ ବାଲିଗୁଡ଼ା ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ଅନ୍ୟପଟେ ୨୦୨୧ ବ୍ୟଚ ଆଇଏଏସ ଅଧିକାରୀ ପାର୍ଥମେଶ ଅରବିନ୍ଦ ରାଜସିର୍କେଙ୍କୁ ବାଲେଶ୍ୱର ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। 


୨୦୨୧ ବ୍ୟଚ ଆଇଏଏସ ଅଧିକାରୀ କିରଣଦୀପ କୌର ସହୋଟା ଗୁଣପୁର ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ସେହିପରି ୨୦୨୧ ବ୍ୟଚ ଆଇଏଏସ ଅଧିକାରୀ ରିହାନ ଖତ୍ରୀ ଟିଟଲାଗଡ଼ ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ଅନ୍ୟପଟେ ୨୦୨୧ ବ୍ୟଚ ଆଇଏଏସ ଧିମାମ ଚକମାଙ୍କୁ ଧର୍ମଗଡ଼ ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି। ସୋନପୁର ବୌଦ୍ଧ ଜିଲ୍ଲପାଳ ଦାୟିତ୍ୱରେ ରହିଥିବା ବରିଷ୍ଠ ଓଏଏସ ଅଧିକାରୀ ବିମଳେନ୍ଦୁ ରାୟଙ୍କୁ ଉଦ୍ୟୋଗ କାର୍ଯ୍ୟଦକ୍ଷତା ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ବୌଦ୍ଧ ଜିଲ୍ଲପାଳ ଦାୟିତ୍ୱରେ ରହିଥିବା ବରିଷ୍ଠ ଓଏଏସ ଅଧିକାରୀ ନୃସିଂହ ଚରଣ ସ୍ୱାଇଁଙ୍କୁ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। କଟକ ଜିଲ୍ଲପାଳ ଦାୟିତ୍ୱରେ ରହିଥିବା ବରିଷ୍ଠ ଓଏଏସ ଅଧିକାରୀ ନରହରି ସେଠୀଙ୍କୁ ଜଳ ସମ୍ପଦ ବିଭାଗ ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଛି।