Weather Update: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ଆଜି ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା
Advertisement
Article Detail0/zeeodisha/odisha2561566

Weather Update: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ଆଜି ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

Weather Update: ରାଜ୍ୟରେ ଜାରି ରହିଛି ଶୀତ ଲହରୀ।  ପୂରା ରାଜ୍ୟ ହାଡଭଙ୍ଗା ଶୀତରେ ଥରୁଛି। ଅନେକ ସହରର ୧୦ ଡିଗ୍ରୀ ସେଲସିୟସ୍ ତଳକୁ ଖସି ଆସିଛି ତାପମାତ୍ରା । 

Weather Update: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ଆଜି ଏହିସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

Weather Update: ରାଜ୍ୟରେ ଜାରି ରହିଛି ଶୀତ ଲହରୀ।  ପୂରା ରାଜ୍ୟ ହାଡଭଙ୍ଗା ଶୀତରେ ଥରୁଛି। ଅନେକ ସହରର ୧୦ ଡିଗ୍ରୀ ସେଲସିୟସ୍ ତଳକୁ ଖସି ଆସିଛି ତାପମାତ୍ରା । ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତର ଲହରୀ ଜାରି ରହିଥିଲା ବେଳେ  ସକାଳୁ  ସକାଳୁ ଅଧିକ ଥଣ୍ତା ଅନୁଭୂତ ହୋଇଥିଲା।  ଜି. ଉଦୟଗିରିରେ ପାରଦ ୫ ଡିଗ୍ରୀ ତଳକୁ  ଖସିଛି। ଏଠାରେ ପାରଦ ୪.୮ ଡିଗ୍ରୀ ରେକର୍ଡ଼ ହୋଇଛି। ୧୨ ସହରର ରାତି ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି।  ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୫.୭ ଡିଗ୍ରୀ ଓ ଫୁଲବାଣୀରେ ୭ ଡିଗ୍ରୀ ରେକର୍ଡ଼ ହୋଇଛି। 

ALSO READ: Today Horoscope: ଆଜି ଏହି ରାଶିଙ୍କୁ ହେବ ଲାଭ ହିଁ ଲାଭ, ସମସ୍ୟା ଭୋଗିବେ ଏମାନେ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?

ହେଲେ ଆଜି ମଧ୍ୟ ଥଣ୍ତାର ପ୍ରଭାବ ଦେଖିବାକୁ ମିଳିବ। ରାଜ୍ୟର ସବୁ ଅଞ୍ଚଳରେ ରାତି ତାପମାତ୍ରା ବଢିବ। ୧୭ ରୁ ୨୦ ତାରିଖ ଯାଏଁ ରାତି ତାପମାତ୍ରା ୪ ରୁ  ୬ ଡିଗ୍ରୀ ବଢିବ। ଭୁବନେଶ୍ବର ସମେତ ଉପକୂଳ ଓଡି଼ଶାରେ ଆଜି ରାତି ତାପମାତ୍ରା  ୨ ରୁ ୩ ଡିଗ୍ରୀ ବଢିବ। ୧୮ ତାରିଖ ପରେ, ଏସବୁ ସ୍ଥାନରେ ଆଉ ୩ ଡିଗ୍ରୀ ବଢିବ। ୨୦ ତାରିଖ ଯାଏଁ ତାପମାତ୍ରା ପ୍ରାୟ ୬ ଡିଗ୍ରୀ ବଢିବ। ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡି଼ଶାରେ ଆଜି ରାତିରୁ ତାପମାତ୍ରା ୨ ଡିଗ୍ରୀ ବଢିବ। ୧୯ ତାରିଖ ରାତିରେ ଆଉ ୨ ଡିଗ୍ରୀ ବଢିବ। ୨୦ ତାରିଖ ପରେ ରାତିରେ ଆଉ ୧ ଡିଗ୍ରୀ ବଢିବ। ୨୧ ରୁ ପୁଣି ଶୀତ ଲେଉଟିବ। 

ସେପଟେ,ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି।  ଏଥିପାଇଁ ୧୯ ଓ ୨୦ ତାରିଖରେ ପାଗ ମେଘୁଆ ରହିବ।  କିଛି ସ୍ଥାନରେ ହାଲୁକା ଓ ବୁନ୍ଦା ବୁନ୍ଦା ବର୍ଷା ହୋଇପାରେ। ଆଜିରାତିରୁ ତାପମାତ୍ରା କ୍ରମଶଃ ବଢିବ। ଆଜି ଗଂଜାମ ଓ ଗଜପତିରେ ହାଲୁକା ବର୍ଷା ହୋଇପାରେ। ୧୮ ଓ ୧୯ ତାରିଖରେ ବିଭିନ୍ନ ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି।  ଆସନ୍ତାକାଲି ଗଜପତି, ଗଂଜାମ , ପୁରୀରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ୧୯ ତାରିଖରେ ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଂଜାମ, ଗଜପତି, ରାୟଗଡା, କୋରାପୁଟ୍, ମାଲକାନଗିରି ଓ ନବରଙ୍ଗପୁରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କୋରାପୁଟ୍ ଓ କନ୍ଧମାଳରେ ଘନ କୁହୁଡି ମଧ୍ୟ ଦୃଶ୍ୟମାନ ହୋଇପାରେ।