Saudi Arabia News: ବିବାହକୁ ନେଇ ଅନେକ ସମୟରେ ଭିନ୍ନ ଭିନ୍ନ ଖବର ଆସିଥାଏ । ଆଜିକାଲି ଅନେକ ଯୁବକ ଯୁବତୀ ବିଳମ୍ୱରେ ବିବାହ (Late Marriage) କରୁଥିବା ଦେଖିବାକୁ ମିଳୁଛି । ଅନେକ ସମୟରେ ବିବାହ ବିଚ୍ଛେଦ ତଥା ଛାଡପତ୍ର (ଛାଡପତ୍ର) ଖବର ମଧ୍ୟ ସାମ୍ନାକୁ ଆସୁଛି । ଛାଡପତ୍ର ପରେ ମଧ୍ୟ ଅନେକ ବ୍ୟକ୍ତି ଆଉଥରେ ବିବାହ କରୁଛନ୍ତି । କିନ୍ତୁ ଏବେ ଯେଉଁ ଘଟଣା ସମ୍ପର୍କରେ ଆପଣଙ୍କୁ କହିବୁ ତାହା ଖୁବ୍ ଭିନ୍ନ । ସାଉଦି ଆରବରେ ରହୁଥିବା ଜଣେ ୯୦ ବର୍ଷିୟ ବ୍ୟକ୍ତି ବର୍ତ୍ତମାନ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କନ ନାମକୁ ଶୁଣି ମଧ୍ୟ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ତାଙ୍କ ନାଟି ବହୁତ ବଡ଼ । ବୃଦ୍ଧଙ୍କ ନାଁ ହେଉଛି ନାସିର ବିନ୍ ଡାହିମ୍ ବିନ୍ ୱାକ୍ ଅଲ୍ ମୁର୍ସିଡି ଅଲ୍ ଓଟିବି । ତେବେ ତାଙ୍କର ଏହି ବିବାହ ହେଉଛି ୫ ନମ୍ୱର । ଅର୍ଥାତ ପଞ୍ଚମ ଥର ପାଇଁ ସେ ପରିଣତ ବୟସରେ ବିବାହ (Old age marriage) କରିଛନ୍ତି । ଏହା ପଛରେ ମଧ୍ୟ ଭିନ୍ନ ଏକ କାରଣ ରହିଛି । ତାଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆ (Social media)ରେ ମଧ୍ୟ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ବିବାହ କରି ବେଶ୍ ଖୁସି ଥିବା ପ୍ରକାଶ ନଜର ଆସିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଭାଇରାଲ ଭିଡିଓ (Viral video)ରେ ଦେଖିବାକୁ ମିଳିଛି ଯେ, ନାସିର ବିନ୍ ଡାହିମଙ୍କ ନାତି ତାଙ୍କୁ ବିବାହ ପାଇଁ ଅଭିନନ୍ଦନ (Best wishes) ଜଣାଇଛନ୍ତି। ଏହି ସମୟରେ ନାତି କୁହନ୍ତି ଯେ, ମୁଁ ମୋର ଜେଜେବାପାଙ୍କର ସୁଖୀ ଦାମ୍ପତ୍ୟ ଜୀବନ କାମନା କରୁଛି। ସାଉଦି ଆରବରେ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେବାବେଳେ ବୃଦ୍ଧ ଜଣକ ବିବାହ ପଛର ଉଦ୍ଦେଶ୍ୟ ସର୍ବସମ୍ମୁଖରେ କହିଥିଲେ। ଇସଲାମର ନୀତିକୁ ବଜାୟ ରଖିବା ସହ ବିବାହକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ବିଷୟରେ ସେ ଗଣମାଧ୍ୟମ ସାମ୍ନାରେ କହିଥିଲେ ।


ସାକ୍ଷାତକାରରେ ନାସିର ବିନ୍ ଡାହିମ୍ ହସି ହସି କହିଥିଲେ ଯେ ମୁଁ ପୁଣି ବିବାହ କରିବାକୁ ଚାହୁଁଛି । ବିବାହ କଲେ ଭିନ୍ନ ଏକ ଖୁସି ମିଳିଥାଏ । ସାଂସାରିକ ସୁଖ ସହ ମୋର ଉତ୍ତମ ସ୍ୱାସ୍ଥ୍ୟର ରହସ୍ୟ ହେଉଛି ବିବାହ ବୋଲି ସେ ମତ ପ୍ରକାଶ କରିଥିଲେ । ଯେଉଁ ଯୁବକମାନେ ବିବାହ କରିବାକୁ ମନା କରନ୍ତି ମୁଁ ସେମାନଙ୍କୁ ବିବାହ କରିବାକୁ ଅନୁରୋଧ କରେ ବୋଲି ଗଣମାଧ୍ୟମରେ ସେ ପ୍ରକାଶ କରିଛନ୍ତି । ବୟସକୁ ଖାତିର ନକରି ବିବାହର ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ସମ୍ପର୍କରେ ସେ ଆଲୋଚନା କରିଛନ୍ତି । ସେ ଏହା ମଧ୍ୟ କହିଥିଲେ ଯେ, ଏହି ବୟସରେ ହନିମୁନ୍‌କୁ ଯିବାକୁ ମଧ୍ୟ ମତେ ଖୁସି ଲାଗେ । ବିବାହ ଶାରୀରିକ ସୁଖର ଏକ ମାଧ୍ୟମ ଏବଂ ବୃଦ୍ଧାବସ୍ଥା ସହ ବିବାହର କୌଣସି ସମ୍ପର୍କ ନାହିଁ ।
 
ବୃଦ୍ଧ ୫ ସନ୍ତାନର ପିତା 
ସାଉଦି ଆରବରେ ରହୁଥିବା ୯୦ ବର୍ଷିୟ ନାସିର ବିନ୍ ଡାହିମ୍ ବିନ୍ ୱାହାକ୍ ଅଲ୍ ମୁର୍ସିଡି ଅଲ୍ ଓଟିବି ୫ଟି ସନ୍ତାନର ପିତା ହୋଇ ମଧ୍ୟ ପୁଣିଥରେ ବିବାହ କରିଛନ୍ତି । କିନ୍ତୁ ଆପଣଙ୍କୁ କହିରଖୁଛୁ ଯେ, ୫ ପିଲାଙ୍କ ମଧ୍ୟରୁ ତାଙ୍କର ଗୋଟିଏ ପିଲାର ମୃତ୍ୟୁ ହୋଇଛି। ସାକ୍ଷାତକାର ସମୟରେ ସେ ତାଙ୍କ ପରିବାର ବିଷୟରେ ମଧ୍ୟ ଅନେକ କିଛି କହିଥିଲେ । ଏକଥା ମଧ୍ୟ ପ୍ରକାଶ କରିଥିଲେ ଯେ, ମୋର ପିଲାମାନଙ୍କର ପିଲା ଅର୍ଥାତ ମୋର ନାତି ନାତୁଣି ମଧ୍ୟ ଅଛନ୍ତି । କିନ୍ତୁ ତଥାପି ମୁଁ ଅଧିକ ସନ୍ତାନ ପାଇବାକୁ ଇଚ୍ଛା ରଖିଛି ।


Also Read- ପୋଟଳ ଚାଷ କରି ବେଶ୍ ଲାଭବାନ ଏହି କୃଷକ: ଚାଷରେ ବ୍ୟବହାର କରନ୍ତି ପ୍ରାକୃତିକ ଖତ