Old Pension Scheme: ପୁରୁଣା ପେନସନ ଯୋଜନା (Old Pension Scheme) କୁ ନେଇ ଆଜିକାଲି ଅନେକ ଚର୍ଚ୍ଚା ଚାଲିଛି । ଦେଶର ଅନେକ ରାଜ୍ୟରେ ପୁରୁଣା ପେନସନ ଯୋଜନା (OPS) କୁ ପୁନଃ ଲାଗୁ କରାଯାଇଛି । ଏଥିମଧ୍ୟରେ ରାଜସ୍ଥାନ, ଛତିଶଗଡ, ଝାଡ଼ଖଣ୍ଡ, ପଞ୍ଜାବ ଏବଂ ହିମାଚଳ ପ୍ରଦେଶ ଭଳି ରାଜ୍ୟ ସାମିଲ ରହିଛି । ଏହି ରାଜ୍ୟଗୁଡ଼ିକ ପୁଣି ଥରେ ପୁରୁଣା ପେନସନ୍ ଯୋଜନା ଆରମ୍ଭ କରିଛନ୍ତି ଓ ଜାତୀୟ ପେନସନ୍ ସିଷ୍ଟମ୍ ଅର୍ଥାତ୍ NPS କୁ ବନ୍ଦ କରିଦେଇଛନ୍ତି । ସେପଟେ ପୁରୁଣା ପେନସନ ଯୋଜନାକୁ ନେଇ କେନ୍ଦ୍ର ସରକାର ଓ ଅନ୍ୟ ରାଜ୍ୟ ସରକାର କ’ଣ ପଦକ୍ଷେପ ଗ୍ରହଣ କରିବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ପୁରୁଣା ପେନ୍ସନ୍ ଯୋଜନା କ’ଣ? ଏହା ନୂଆ ପେନସନ୍ (National Pension System) ଅପେକ୍ଷା କେମିତ ଅଧିକ ଲାଭଦାୟକ...


COMMERCIAL BREAK
SCROLL TO CONTINUE READING

ପୁରୁଣା ପେନସନ୍ ସ୍କିମ୍ (Old Pension Scheme) ଅନୁଯାୟୀ ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ତରଫରୁ ଅବସର ପରେ ପୂରା ପେନସନ୍ ରାଶି (Pension Amount) ପ୍ରଦାନ କରାଯାଇଥାଏ । ଯଦିଓ ୨୦୦୪ରେ ତତ୍କକାଳୀନ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ପୁରୁଣା ପେନସନ ଯୋଜନା (OPS) ବନ୍ଦ କରାଯାଇଥିଲା । ଏହାପରେ ଅଟଳ ବିହାରୀ ବାଜପେୟୀ ସରକାର ଜାତୀୟ ପେନସନ୍ ବ୍ୟବସ୍ଥା (National Pension System) ଆରମ୍ଭ କରିଥିଲେ । ପୁରୁଣା ପେନସନ ଯୋଜନା ଅଧୀନରେ ପେନସନ ପରିମାଣ ସରକାରଙ୍କ କୋଷରୁ ପ୍ରଦାନ କରାଯାଇଥାଏ । ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତ୍ୟୁପରେ ତାଙ୍କ ପରିବାର ସଦସ୍ୟ ନିୟମ ଅନୁଯାୟୀ ପେନସନ୍ ରାଶି ପାଇଥାନ୍ତି । ଏହି ଯୋଜନାରେ କର୍ମଚାରୀଙ୍କ ବେତନରୁ କୌଣସି ରାଶି କଟାଯାଏ ନାହିଁ ।


ପୁରୁଣା ପେନସନ୍ ସ୍କିମ୍  (Old Pension Scheme) ଅନୁଯାୟୀ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ବର୍ଷକୁ ଦୁଇଥର ମହଙ୍ଗା ରିଲିଫ୍ (DR) ର ଲାଭ ପାଆନ୍ତି । ପୁରୁଣା ପେନସନ୍ ଯୋଜନା ଅନୁଯାୟୀ, ଶେଷ ବେତନର ପ୍ରାୟ ୫୦ ପ୍ରତିଶତ ପେନସନ୍ ଭାବରେ ପ୍ରଦାନ କରାଯାଇଥାଏ । ନିୟମ ଅନୁଯାୟୀ, କେବଳ ସରକାରୀ କର୍ମଚାରୀମାନେ ଅବସର ପରେ ପୁରୁଣା ପେନସନ୍ ଯୋଜନା ଅଧୀନରେ ପେନସନ ପାଇବାକୁ ଯୋଗ୍ୟ ହୋଇଥା'ନ୍ତି । ପୁରୁଣା ପେନସନ ଯୋଜନା ଅଧୀନରେ ଜେନେରାଲ୍ ପ୍ରୋଭିଡେଣ୍ଟ୍ ପାଣ୍ଠି (GPF) ର ଏକ ବ୍ୟବସ୍ଥା ଥିଲା । GPF କେବଳ ଭାରତର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଉପଲବ୍ଧ । ମୂଳତଃ ଏହା ସମସ୍ତ ସରକାରୀ କର୍ମଚାରୀଙ୍କୁ ସେମାନଙ୍କର ବେତନର ଏକ ନିର୍ଦ୍ଦିଷ୍ଟ ପ୍ରତିଶତ ଜିପିଏଫ୍ ଯୋଗଦାନ କରିବାକୁ ଅନୁମତି ଦେଇଥାଏ ।


ଅଧିକ ପଢ଼ନ୍ତୁ:-ହୋଲି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ସରକାର ଦେଲେ ମହଙ୍ଗା ଭତ୍ତାର ଉପହାର, ଜାଣନ୍ତୁ କେତେ ବଢ଼ିଲା?


ଅଧିକ ପଢ଼ନ୍ତୁ:-ସାବଧାନ! ଅଧିକ ପାରାସିଟାମୋଲ ନେଉଛନ୍ତି କି? ଜାଣନ୍ତୁ ଏହାର ସଠିକ୍ ବ୍ୟବହାର ଓ ସାଇଡ୍ ଇଫେକ୍ଟ


ଅଧିକ ପଢ଼ନ୍ତୁ:-ପୁରୀ ଜଗନ୍ନାଥ ମନ୍ଦିର ଉପରେ ହୋଇଛି ୧୭ ଥର ଆକ୍ରମଣ, କ'ଣ ଆପଣ ଜାଣିଛନ୍ତି ଏହା ବିଷୟରେ...


ନୂତନ ପେନସନ ଯୋଜନା କ’ଣ?


ନୂତନ ପେନସନ ଯୋଜନା ବେସିକ୍ ବେତନ ଓ ଡିଏର ୧୦ ପ୍ରତିଶତ ଅଂଶ କଟାଇଥାଏ । ଜାତୀୟ ପେନସନ୍ ସ୍କିମ୍ (NPS) ସମ୍ପୁର୍ଣ୍ଣ ଭାବରେ ଷ୍ଟକ୍ ମାର୍କେଟର ଗତିବିଧି ଉପରେ ଆଧାରିତ । ଏଥିରେ ୬୦ ବର୍ଷ ପରେ ପେନସନ ପାଇବାକୁ ହେଲେ NPS ପାଣ୍ଠିର ୪୦ ପ୍ରତିଶତ ନିବେଶ କରିବାକୁ ପଡ଼ିଥାଏ । ଅର୍ଥାତ୍ ଆପଣଙ୍କ ୬୦ ପ୍ରତିଶତ ଅର୍ଥରୁ ପେନସନ ମିଳିଥାଏ । ଏହି ଯୋଜନାରେ ଅବସର ପରେ ପେନସନର କୌଣସି ଗ୍ୟାରେଣ୍ଟି ନାହିଁ । କିମ୍ବା ସମ୍ପର୍କୀୟଙ୍କ ପାଇଁ କୌଣସି ସୁବିଧା ନାହିଁ । ଏଥିରେ DA ବୃଦ୍ଧି ପାଇଁ କୌଣସି ବ୍ୟବସ୍ଥା ନାହିଁ ।