Paracetamol Side Effects: ସାବଧାନ! ଅଧିକ ପାରାସିଟାମୋଲ ନେଉଛନ୍ତି କି? ଜାଣନ୍ତୁ ଏହାର ସଠିକ୍ ବ୍ୟବହାର ଓ ସାଇଡ୍ ଇଫେକ୍ଟ
Advertisement

Paracetamol Side Effects: ସାବଧାନ! ଅଧିକ ପାରାସିଟାମୋଲ ନେଉଛନ୍ତି କି? ଜାଣନ୍ତୁ ଏହାର ସଠିକ୍ ବ୍ୟବହାର ଓ ସାଇଡ୍ ଇଫେକ୍ଟ

Paracetamol Side Effects: ସାମାନ୍ୟ ମୁଣ୍ଡବିନ୍ଧା କିମ୍ବା ସାମାନ୍ୟ ଜ୍ୱର ହେଲେ, ପ୍ରତ୍ୟେକ କ୍ଷେତ୍ରରେ ଲୋକମାନେ କଲପୋଲ (Calpol), କ୍ରୋସିନ୍ (Crocin), ଡୋଲୋ (Dolo) ଭଳି ପାରାସିଟାମୋଲ ଔଷଧ ସେବନ କରନ୍ତି । କିନ୍ତୁ ଅଧିକାଂଶ ଲୋକ ଏହାର ସଠିକ ମାତ୍ରା ବିଷୟରେ ଜାଣନ୍ତି ନାହିଁ । ପାରାସିଟାମୋଲରେ ଷ୍ଟେରଏଡ ଥାଏ, ତେଣୁ ଏହାର ଅନୁପଯୁକ୍ତ ଡୋଜ ଆପଣଙ୍କୁ ବହୁତ କ୍ଷତି ପହଞ୍ଚାଇପାରେ ।

Paracetamol Side Effects: ସାବଧାନ! ଅଧିକ ପାରାସିଟାମୋଲ ନେଉଛନ୍ତି କି? ଜାଣନ୍ତୁ ଏହାର ସଠିକ୍ ବ୍ୟବହାର ଓ ସାଇଡ୍ ଇଫେକ୍ଟ

Paracetamol Side Effects: ଭାରତର ଅଧିକାଂଶ ଲୋକ ପାରାସିଟାମୋଲ (Paracetamol) ବ୍ୟବହାର କରନ୍ତି । କୋଭିଡ-19 (COVID-19) ର ଏହି ଯୁଗରେ ଜ୍ୱର, ଶରୀର ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଅଧିକାଂଶ ଲୋକ ପାରାସିଟାମୋଲ ଔଷଧ ସେବନ କରନ୍ତି । ସାମାନ୍ୟ ମୁଣ୍ଡବିନ୍ଧା (Headache) କିମ୍ବା ସାମାନ୍ୟ ଜ୍ୱର (Fiver) ହେଲେ, ପ୍ରତ୍ୟେକ କ୍ଷେତ୍ରରେ ଲୋକମାନେ କଲପୋଲ (Calpol), କ୍ରୋସିନ୍ (Crocin), ଡୋଲୋ (Dolo) ଭଳି ପାରାସିଟାମୋଲ ଔଷଧ ସେବନ କରନ୍ତି । କିନ୍ତୁ ଅଧିକାଂଶ ଲୋକ ଏହାର ସଠିକ ମାତ୍ରା ବିଷୟରେ ଜାଣନ୍ତି ନାହିଁ । ପାରାସିଟାମୋଲରେ ଷ୍ଟେରଏଡ ଥାଏ, ତେଣୁ ଏହାର ଅନୁପଯୁକ୍ତ ଡୋଜ ଆପଣଙ୍କୁ ବହୁତ କ୍ଷତି ପହଞ୍ଚାଇପାରେ । ଜ୍ୱର, ମାଇଗ୍ରେନ, ପିରିୟଡ ଯନ୍ତ୍ରଣା, ମୁଣ୍ଡବିନ୍ଧା, ଦାନ୍ତ ଯନ୍ତ୍ରଣା, ଶରୀରରେ ଯନ୍ତ୍ରଣା ଭଳି ପରିସ୍ଥିତିରେ ପାରାସିଟାମୋଲ ସାଧାରଣତଃ ବ୍ୟବହୃତ ହୁଏ । ଏହା କଲପୋଲ (Calpol), କ୍ରୋସିନ୍ (Crocin), ଡୋଲୋ (Dolo), ସୁମୋ ଏଲ୍ (Sumo L), କାବିମୋଲ୍ (Kabimol), ପାସିମୋଲ୍ (Pacimol) ଭଳି ଅନେକ ନାମରେ ଔଷଧ ଦୋକାନରେ ମିଳିଥାଏ ।

ଜାଣନ୍ତୁ ଉପଯୁକ୍ତ ଔଷଧର ମାତ୍ରା  

Drugs.com ଅନୁଯାୟୀ, ଯଦି ସାମାନ୍ୟ ବୟସ୍କ ବ୍ୟକ୍ତିଙ୍କୁ ଜ୍ୱର ହୁଏ, ତେବେ ଆମେରିକାର ଗାଇଡଲାଇନ ଅନୁଯାୟୀ, ୩୨୫ ମିଗ୍ରାରୁ ୬୫୦ ମିଗ୍ରା ପର୍ଯ୍ୟନ୍ତ ପାରାସିଟାମୋଲର ମାତ୍ରା ୪ରୁ ୬ ଘଣ୍ଟାର ଅବଧି ମଧ୍ୟରେ ଦିଆଯାଇପାରେ । ଯଦି ବ୍ୟବଧାନ ୮ ଘଣ୍ଟା ପର୍ଯ୍ୟନ୍ତ ଥାଏ ତେବେ ତାଙ୍କୁ ୧୦୦୦ ମିଗ୍ରା ପର୍ଯ୍ୟନ୍ତ ଔଷଧ ଦିଆଯାଇପାରେ । ଅବଶ୍ୟ, ବ୍ୟକ୍ତିର ପୂର୍ବ ରୋଗ, ଓଜନ, ଉଚ୍ଚତା, ପରିବେଶ ଆଧାରରେ ଏହାର ମାତ୍ରା ମଧ୍ୟ ସ୍ଥିର କରାଯାଏ । ଗାଇଡଲାଇନ ଅନୁଯାୟୀ, ଜ୍ୱରରେ ୫୦୦ ମିଗ୍ରା ପାରାସିଟାମୋଲ (Paracetamol) କୁ ୬ ଘଣ୍ଟା ପରେ ସେବନ କରାଯିବା ଉଚିତ । ଛୋଟ ପିଲାମାନଙ୍କୁ ପାରାସିଟାମଲ୍ ଦେବା ସମୟରେ ଅତି ସତର୍କ ହେବା ଆବଶ୍ୟକ । ଯଦି ଶିଶୁକୁ ଜ୍ୱର ହୁଏ ଓ ତା'ର ବୟସ ଏକ ମାସରୁ କମ୍ ହୁଏ, ତେବେ ତାକୁ ୧୦ରୁ ୧୫ ମିଗ୍ରା ପାରାସିଟାମଲ ପ୍ରତି କିଲୋ ଓଜନ ହିସାବରେ ୪ରୁ ୬ ଘଣ୍ଟା ବ୍ୟବଧାନରେ ଦିଆଯାଇଥାଏ । ସେହିପରି ୧୨ ବର୍ଷ ବୟସ ପର୍ଯ୍ୟନ୍ତ ଛୋଟ ପିଲାଙ୍କୁ ଏହି ମାତ୍ରା ହିସାବରେ ୬ ରୁ ୮ ଘଣ୍ଟା ବ୍ୟବଧାନରେ ଆଯିବା ଆବଶ୍ୟକ ।

ଯନ୍ତ୍ରଣାରେ ପାରାସିଟାମଲର ସଠିକ ମାତ୍ରା

ଯଦି କେହି ୧୮ ବର୍ଷରୁ ଅଧିକ ବୟସର ଅଛନ୍ତି ଓ ଶରୀରରେ ଯନ୍ତ୍ରଣା ହୁଏ ତେବେ ୩୨୫ରୁ ୬୫୦ ମିଗ୍ରା ପାରାସିଟାମୋଲ (Paracetamol) ଔଷଧ ୪ରୁ ୬ ଘଣ୍ଟା ବ୍ୟବଧାନରେ ଗ୍ରହଣ କରାଯିବା ଉଚିତ । ଏଥି ସହିତ ୬ରୁ ୮ ଘଣ୍ଟା ବ୍ୟବଧାନରେ ଏକ ହଜାର ମିଗ୍ରା ଔଷଧ ସେବନ କରିବା ଉଚିତ୍ । ଯନ୍ତ୍ରଣାରୁ ମୁକ୍ତି ପାଇଁ ୪ରୁ ୬ ଘଣ୍ଟା ବ୍ୟବଧାନରେ ୫୦୦ ମିଗ୍ରା ଔଷଧ ଖାଇବା ଉଚିତ୍ । ଅନ୍ୟପକ୍ଷରେ, ଏକ ଛୋଟ ପିଲା ୬ରୁ ୮ ଘଣ୍ଟା ବ୍ୟବଧାନରେ ଶରୀରର ଓଜନ ହିସାବରେ ୧୦ରୁ ୧୫ ମିଗ୍ରା ନେବା ଉଚିତ୍ ।

ଜାଣନ୍ତୁ କେତେବେଳେ ପାରାସିଟାମୋଲ ସେବନ କରିବା ଉଚିତ ନୁହେଁ

ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଆପଣ ଜ୍ୱରରେ ତିନି ଦିନ ଧରି ପାରାସିଟାମୋଲ ଔଷଧ ସେବନ କରୁଛନ୍ତି ଓ ଜ୍ୱର କମ ହେଉନାହିଁ, ତେବେ ତୁରନ୍ତ ଏହାକୁ ଛାଡି ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ । କୌଣସି ପ୍ରକାର ଯନ୍ତ୍ରଣାରେ ୧୦ ଦିନରୁ ଅଧିକ ସମୟ ପାଇଁ ପାରାସିଟାମୋଲ (Paracetamol) ସେବନ କରାଯିବା ଉଚିତ ନୁହେଁ । ଏହା ବ୍ୟତୀତ ଯକୃତ ଜନିତ ସମସ୍ୟା, କିଡନୀ ସମସ୍ୟା, ମଦ୍ୟପାନ ସମସ୍ୟା ଏବଂ ଅଳ୍ପ ଓଜନ ସ୍ଥିତିରେ ପାରାସିଟାମୋଲକୁ ଡାକ୍ତରଙ୍କ ପରାମର୍ଶ ବିନା ଗ୍ରହଣ କରାଯିବା ଉଚିତ୍ ନୁହେଁ ।

ଅଧିକ ପଢ଼ନ୍ତୁ:-ପୁରୀ ଜଗନ୍ନାଥ ମନ୍ଦିର ଉପରେ ହୋଇଛି ୧୭ ଥର ଆକ୍ରମଣ, କ'ଣ ଆପଣ ଜାଣିଛନ୍ତି ଏହା ବିଷୟରେ...

ଏହା ବି ପଢ଼ନ୍ତୁ:-ପ୍ରଧାନମନ୍ତ୍ରୀ ଥିବା ସମୟରେ ଇନ୍ଦିରା ଗାନ୍ଧୀଙ୍କୁ ଜଗନ୍ନାଥ ମନ୍ଦିରକୁ ମିଳି ନଥିଲା ଏଣ୍ଟ୍ରି, ଏଥର ମୁସଲମାନ ଅଧିକାରୀଙ୍କ ପ୍ରବେଶକୁ ନେଇ ବିବାଦ

ପାରାସିଟାମୋଲ୍ ଓଭରଡୋଜର ପାର୍ଶ୍ୱ ପ୍ରତିକ୍ରିୟା 

ପାରାସିଟାମୋଲ (Paracetamol) ର ଅଧିକ ମାତ୍ରା ସେବନ ଯୋଗୁଁ ବେଳେବେଳେ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ହୋଇପାରେ । ଆଲର୍ଜି, ଚର୍ମ ଜନତି ସମସ୍ୟା, ରକ୍ତ ବ୍ୟାଧି ଭଳି ସମସ୍ୟା ହୋଇପାରେ । ଏହା ବ୍ୟତୀତ ପାରାସିଟାମୋଲର ଭୁଲ ବ୍ୟବହାର ଯୋଗୁଁ ଯକୃତ ଓ କିଡନୀ ନଷ୍ଟ ହେବାର ଆଶଙ୍କା ଥାଏ । ପାରାସେମୋଲର ମାତ୍ରାଧିକ ଡୋଜ୍ ଯୋଗୁଁ ଝାଡ଼ା, ଅତ୍ୟଧିକ ଝାଳ ବାହାରିବା, ଭୋକ କମିବା, ଅସ୍ଥିରତା, ବାନ୍ତି, ପେଟ ଯନ୍ତ୍ରଣା, ଫୁଲିବା, ଯନ୍ତ୍ରଣା, ପେଟ ଯନ୍ତ୍ରଣା ପରି ସମସ୍ୟା ମଧ୍ୟ ଦେଖାଦେଇପାରେ ।

Disclaimer: Zee Odisha News ଏହି ପ୍ରବନ୍ଧରେ ଉଲ୍ଲେଖ କରାଯାଇଥିବା ବିଧି, ପଦ୍ଧତି ଏବଂ ଦାବିକୁ ନିଶ୍ଚିତ କରେ ନାହିଁ । ଏହାକୁ କେବଳ ପରାମର୍ଶ ଭାବରେ ନିଅନ୍ତୁ । ଏହିପରି କୌଣସି ଚିକିତ୍ସା /ଔଷଧ / ଡାଏଟ୍ ଅନୁସରଣ କରିବା ପୂର୍ବରୁ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।