Free Schemes: ସ୍ୱାଧିନତା ଦିବସରେ ଲୋକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ଗେହଲଟ ସରକାର (CM Ashok Gehlot) । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମାଗଣା ଅନ୍ନପୂର୍ଣ୍ଣା ଖାଦ୍ୟ ସମଗ୍ରୀ ପ୍ୟାକେଟ୍ ଲୋକଙ୍କୁ ବଣ୍ଟନ ହେବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଜୟପୁର (Jaipur) ବିର୍ଲା ଅଡିଟୋରିୟମରେ ନିଜେ ହିତାଧିକାରୀଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରିବା ସହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଏହି ଯୋଜନା ଅଧୀନରେ ରାଜସ୍ଥାନରେ ପ୍ରତି ମାସରେ ୧ କୋଟିରୁ ଅଧିକ ପରିବାରଙ୍କୁ ମାଗଣା ଗହମ ସହିତ ଅନ୍ନପୂର୍ଣ୍ଣା ଖାଦ୍ୟ ସମଗ୍ରୀ ପ୍ୟାକେଟ (Annapurna Food Packet) ମିଳିବ । ଉକ୍ତ ଅନ୍ନପୂର୍ଣ୍ଣା ଖାଦ୍ୟ ସାମଗ୍ରୀ ପ୍ୟାକେଟରେ ଡାଲି, ଚିନି, ଲୁଣ, ସୋୟାବିନ୍ ବିଶୋଧିତ ତେଲ ଓ ମସଲା ମଧ୍ୟ ରହିବ ।


COMMERCIAL BREAK
SCROLL TO CONTINUE READING

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀମାନେ ସେମାନଙ୍କର ଅଧିକାରର ପାଇବା ପାଇଁ ପ୍ରତି ମାସରେ ଧାଡିରେ ଛିଡାହୋଇ ଗହମ ନେଇଥା’ନ୍ତି । ବର୍ତ୍ତମାନ ଗେହଲୋଟ୍ ସରକାର ଏକ ନୂଆ ନିଷ୍ପତ୍ତି ନେଇ ମୁଦ୍ରାସ୍ଫୀତି ଶିବିରରେ ପଞ୍ଜୀକୃତ ହୋଇଥିବା ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା (NFSA) ର ପରିବାରକୁ ୧ କୋଟି ୪ ଲକ୍ଷରୁ ଅଧିକ ପରିବାରକୁ ମାଗଣାରେ ଗହମ ସହିତ ପ୍ରତି ପରିବାର ପାଇଁ ମାଗଣା ଅନ୍ନପୂର୍ଣ୍ଣା ଖାଦ୍ୟ ପ୍ୟାକେଟ୍ ସାମଗ୍ରୀ ପ୍ରଦାନ କରିବେ ।


ଚଳିତ ସ୍ୱାଧୀନତା ଦିବସ ଅବସରରେ ସିଏମ ଗେହଲଟ ଲୋକଙ୍କୁ ଏହି ଯୋଜନା ଭେଟିଦେବେ । ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ଫଟୋ ମଧ୍ୟ ଉକ୍ତ ଖାଦ୍ୟ ସାମଗ୍ରୀ ପ୍ୟାକେଟ ଗୁଡିକରେ ଦେଖିବାକୁ ମିଳିବ । ତେବେ କେତେ ପରିମାଣର ସାମଗ୍ରୀ ମିଳିବ ତାହା ମଧ୍ୟ ଆପଣ ଜାଣିରଖନ୍ତୁ । ହିତାଧିକାରୀଙ୍କୁ ୧ ଲିଟର ସୋୟାବିନ୍ ତେଲ , ଏକ କେଜି ଆୟୋଡାଇଜଡ୍ ପ୍ୟାକେଟ୍ ଲୁଣ, ୧ କିଲୋଗ୍ରାମ ଚିନି ପ୍ୟାକେଟ୍, ଏକ କେଜିର ଡାଲି ପ୍ୟାକେଟ୍, ଏଥିସହ ମସଲା ଭାବରେ ପ୍ରତି ମାସରେ ୧୦୦ ଗ୍ରାମ ଧନିଆ ପାଉଡର ଥଳି, ୧୦୦ ଗ୍ରାମ ଲଙ୍କା ଗୁଣ୍ଡ ଇତ୍ୟାଦି ମିଳିବ । ସବୁଠୁ ଖାସ୍ କଥା ହେଉଛି ଏହି ଯୋଜନା ଆରମ୍ଭ ପୂର୍ବରୁ ରାଜ୍ୟର ସମସ୍ତ ରାସନ କେନ୍ଦ୍ର ଗୁଡିକୁ ସୁସଜ୍ଜିତ କରାଯାଇଛି । ରାସନ ଦୋକାନ ଗୁଡିକୁ ଗୋଲାପି ରଙ୍ଗରେ ସଜାଯାଇଥିବାରୁ ଖୁବ ସୁନ୍ଦର ମଧ୍ୟ ଦେଖାଯାଉଛି । ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଜଣାଇବା ପାଇଁ ପ୍ରଚାର ପ୍ରସାର ପାଇଁ ହୋଡିଂ ଓ ବ୍ୟାନର ମଧ୍ୟ ଅନେକ ସ୍ଥାନରେ ଲଗାଯାଇଛି । ଏଥିସହ ଆଞ୍ଚଳିକ ସ୍ତରରେ ବିଜ୍ଞାପନ ମଧ୍ୟ ଦିଆଯାଉଛି । ଏଥିସହିତ ସ୍ୱାଧିନତା ଦିବସ ଅବସରରେ ପଞ୍ଜୀକୃତ ବୃଦ୍ଧ ମହିଳାଙ୍କୁ ପତାକା ଉତ୍ତଳନର ଦାୟିତ୍ୱ ଦିଆଯାଇଛି । ସମସ୍ତ ଗ୍ରାହକଙ୍କୁ ସରକାରଙ୍କ ପକ୍ଷରୁ ମିଠା ବଣ୍ଟାଯିବାର କାର୍ଯ୍ୟକ୍ରମ ରହିଛି । ତେବେ ମିଳିଥିବା ସୂଚନା ମୁତାବକ ଗ୍ରାହକଙ୍କୁ ଯେଉଁ ଖାଦ୍ୟ ସାମଗ୍ରୀ ପ୍ୟାକେଟ୍ ମିଳିବ ତାହାର ଦାମ ୩୫୯ ଟଙ୍କା ହେବ । ରାସନ ସାମଗ୍ରୀ ଯୋଗାଇବାରେ ଆବଶ୍ୟକ ସମସ୍ତ ଟଙ୍କା ରାଜ୍ୟ ସରକାର ବହନ କରିବେ ।


ମୁଦ୍ରାସ୍ଫୀତିରୁ ବର୍ତ୍ତିବା ପାଇଁ ଅନ୍ନପୂର୍ଣ୍ଣା ଖାଦ୍ୟ ପ୍ୟାକେଟ୍ ଯୋଜନା ଅଧୀନରେ ଗ୍ରାହକଙ୍କୁ ରାସନ କିଟ୍ ବଣ୍ଟନ କରାଯିବ । ଏହି ଖାଦ୍ୟ ପ୍ୟାକେଟ ଗୁଡ଼ିକ କେବଳ ସେହି NFSA (ନ୍ୟାସନାଲ ଫୁଡ୍ ସିକ୍ୟୁରିଟି ଆକ୍ଟ) କାର୍ଡଧାରୀଙ୍କ ପାଇଁ ଉପଲବ୍ଧ ହେବ । ଖବର ଅନୁଯାୟୀ ଗୋଟିଏ ପରିବାରକୁ ମାତ୍ର ଗୋଟିଏ ଖାଦ୍ୟ ପ୍ୟାକେଟ୍ ରାସନ ଦୋକାନରୁ ବଣ୍ଟନ କରାଯିବ । ଯେଉଁମାନେ ପୂର୍ବରୁ ସେମାନଙ୍କର ପଞ୍ଜୀକରଣ କରିଛନ୍ତି ସେମାନେ ଏହି ଯୋଜନାର ଫାଇଦା ଉଠାଇ ପାରିବେ । ପୂର୍ବରୁ ଅଧିକାଂଶ ବ୍ୟକ୍ତି ନିଜର ରାସନ କାର୍ଡ ସହିତ ଯୋଜନାର ଲାଭ ପାଇବା ପାଇଁ ପଞ୍ଜୀକରଣ କରିଛନ୍ତି । ଯେଉଁମାନେ ପଞୀକରଣରୁ ବାଦ ପଡିଛନ୍ତି ସେମାନେ ଚାହିଁଲେ ବର୍ତ୍ତମାନ ମଧ୍ୟ ପଞ୍ଜିକରଣ କରିପାରିବେ । ରିପୋର୍ଟ ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ପଞ୍ଜିକୃତ ହୋଇଥିବା ୧ କୋଟି ୭ ଲକ୍ଷ ଲୋକଙ୍କୁ ରାସନ ସାମଗ୍ରୀ ସହିତ ଏହି ସୁବିଧା ମିଳିବ ।


ଯେଉଁମାନେ ରାସନ ପାଇଁ ପଞ୍ଜୀକରଣ କରିନାହାଁନ୍ତି, ସେମାନଙ୍କୁ ଏହି ଯୋଜନାରୁ ବଞ୍ଚିତ ହେବାକୁ ପଡିପାରେ । କାରଣ ଏହା ସମ୍ପୂର୍ଣ୍ଣ ଭାବରେ ବାୟୋମେଟ୍ରିକ ଯାଞ୍ଚ ଅନୁସାରେ ରାସନ ଦିଆଯିବ । ପିଓଏସ ମେସିନ ମାଧ୍ୟମରେ ଗ୍ରାହକଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯିବ । ଅର୍ଥାତ ଗହମ ସହିତ ଉପଲବ୍ଧ ଅର୍ଣ୍ଣପୂର୍ଣ୍ଣା କିଟ୍ ପାଇବା ପାଇଁ ପିଓଏସ ମେସିନରେ ଫିଙ୍ଗର ପ୍ରିଣ୍ଟ୍ ଦେବାକୁ ପଡିବ । ଆପଣଙ୍କୁ ସୂଚନା ଦେବାକୁ ଚାହୁଁ ଯେ, ସିଏମଙ୍କ ଘୋଷଣା ଅନୁଯାୟୀ ପୂର୍ବରୁ ମେ ମାସରେ ଏହି ଯୋଜନା ଆରମ୍ଭ ହେବାର ଥିଲା କିନ୍ତୁ ରାଜ୍ୟର ସମବାୟ ସମିତି ଏବଂ ଖାଦ୍ୟ ବିଭାଗରେ ଏହି ଯୋଜନାକୁ ନେଇ ସାମାନ୍ୟ ବିବାଦ ଥିବାରୁ ଏହି ଯୋଜନା ବିଳମ୍ୱରେ ଆରମ୍ଭ କରାଯାଇଛି ।


Also Read- Mobile Charging: ମୋବାଇଲ ଚାର୍ଜିଂରେ ବିଳମ୍ୱ ହେଉଛି କି ? ଆପଣାନ୍ତୁ ଏହି ଉପାୟ