Mobile Charging: ମୋବାଇଲ ଚାର୍ଜିଂରେ ବିଳମ୍ୱ ହେଉଛି କି ? ଆପଣାନ୍ତୁ ଏହି ଉପାୟ
Advertisement
Article Detail0/zeeodisha/odisha1824731

Mobile Charging: ମୋବାଇଲ ଚାର୍ଜିଂରେ ବିଳମ୍ୱ ହେଉଛି କି ? ଆପଣାନ୍ତୁ ଏହି ଉପାୟ

Mobile Charging: ଆପଣଙ୍କ ଫୋନର ସ୍ଲୋ ଚାର୍ଜିଂକୁ ନେଇ ଆପଣ ଚିନ୍ତିତ କି ? ଏହି ଉପାୟରେ ଆପଣଙ୍କ ମୋବାଇଲକୁ କରିପାରିବେ ଶୀଘ୍ର ଚାର୍ଜ୍

Mobile Charging: ମୋବାଇଲ ଚାର୍ଜିଂରେ ବିଳମ୍ୱ ହେଉଛି କି ? ଆପଣାନ୍ତୁ ଏହି ଉପାୟ

Mobile Charging: ବର୍ତ୍ତମାନ ଆଧୁନିକ ଯୁଗରେ ପ୍ରାୟ ସମସ୍ତଙ୍କ ହାତରେ ମୋବାଇଲ୍ । ଗେମିଂଠାରୁ ଆରମ୍ଭ କରି କଲ୍, ମେସେଜ୍, ଇଣ୍ଟରନେଟ (Internet) ସମେତ ସବୁ କିଛି ମୋବାଇଲ୍ ମାଧ୍ୟମରେ କରାଯାଉଛି । କିନ୍ତୁ ମୋବାଇଲର ଚାର୍ଜ ସରିଗଲେ ସବୁକିଛି ଅଟକି ରହିଗଲା ପରି ମନେ ହୁଏ । ଏପରି ପରିସ୍ଥିତିରେ ମୋବାଇଲ୍ କମ୍ପାନୀ (Mobile Company) ଗୁଡିକ ଅଧିକ କ୍ଷମତା ବ୍ୟାଟେରି ଓ ଫାଷ୍ଟ୍ ଚାର୍ଜିଂ ସୁବିଧା ଗ୍ରାହକଙ୍କୁ ପ୍ରଦାନ କରିବାକୁ ପ୍ରତିଯୋଗିତା ଲଗାଇଛନ୍ତି । ଦୀର୍ଘ ସମୟ ବ୍ୟାଟେରିରେ ଚାର୍ଜ ରଖିବା ଫୋନ ଗୁଡିକର ଦାମ ମଧ୍ୟ ଅନ୍ୟ ମୋବାଇଲ ଅପେକ୍ଷା ଅଧିକ ହୋଇଥାଏ । ତେବେ ଆଜି ଆପଣଙ୍କୁ ଜଣାଇବୁ ଆପଣ କିପରି ଭାବରେ ଆପଣଙ୍କ ଶସ୍ତା ଫୋନକୁ ଶୀଘ୍ର ଚାର୍ଜ (Fast Charge) କରିପାରିବେ ।

ଆପଣଙ୍କୁ ଜଣାଇବାକୁ ଚାହୁଁ ଯେ, ସ୍ମାର୍ଟଫୋନ୍ (Smartphone) ଶୀଘ୍ର ଚାର୍ଜ କରିବାକୁ ବିଭିନ୍ନ କମ୍ପାନୀର ଫାଷ୍ଟ ଚାର୍ଜିଂ ଚାର୍ଜର ବଜାରରେ ଉପଲବ୍ଧ । କିଛି କମ୍ପାନୀ ୫୦ ୱାଟ ଏବଂ କିଛି ୬୪ ୱାଟ ଚାର୍ଜର ଗ୍ରାହକଙ୍କ ପାଇଁ ପ୍ରସ୍ତୁତ କରିଛନ୍ତି । ଚାର୍ଜର ପ୍ରସ୍ତୁତକାରୀ କମ୍ପାନୀ ଗୁଡିକର ଏହା ଦାବି ରହିଛି ଯେ, ଆପଣଙ୍କ ମୋବାଇଲକୁ ମାତ୍ର ୩୦ ମିନିଟ ମଧ୍ୟରେ ଫୁଲ୍ ଚାର୍ଜ (Full charge) କରିପାରିବେ । ଏଥିସହ ୧୦ରୁ ୧୫ ମିନିଟ୍ ମଧ୍ୟରେ ଆପଣଙ୍କ ମୋବାଇଲ୍ ଅଧା ଚାର୍ଜ ହୋଇପାରିବ । ଯଦି ଆପଣଙ୍କର ଏପରି ଫାଷ୍ଟ୍ ଚାର୍ଜର ନଥାଏ ତେବେ ମଧ୍ୟ ଆପଣ କିଛି କୌଶଳ ଅବଲମ୍ବନ କରି ଆପଣଙ୍କ ମୋବାଇଲକୁ ଶୀଘ୍ର ଚାର୍ଜ କରିପାରିବେ ।

ଫ୍ଲାଇଟ୍ ମୋର୍ଡ
ମୋବାଇଲ ବ୍ୟବହାରକାରୀମାନେ ଜାଣିଥିବେ ଯେ, ପ୍ରତ୍ୟେକ ସ୍ମାର୍ଟଫୋନରେ ଫ୍ଲାଇଟ୍ ମୋଡ୍ (Flight mode) ଅପସନ ରହିଛି । ପ୍ରାୟତଃ ବିମାନରେ ଯାତ୍ରା କରିବା ସମୟରେ ଲୋକମାନେ ମୋବାଇଲର ଫ୍ଲାଇଟ୍ ମୋଡ୍ ଅନ କରିଥାନ୍ତି । ଫ୍ଲାଇଟ୍ ମୋଡ ଅନ କରିବା ପରେ ଆପଣଙ୍କ ଫୋନ ନେଟୱାର୍କ କନେକ୍ସନ ବନ୍ଦ ହୋଇଥାଏ । ଏଥି ସହିତ ଫୋନର ଇଣ୍ଟରନେଟ୍, ଜିପିଏସ୍ କନେକ୍ସନ (GPS Connection) ସେବା ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥାଏ । ତେଣୁ ଫ୍ଲାଇଟ ମୋଡ୍ ଅନ କରିଲେ ଆପଣଙ୍କ ଫୋନ ପୂର୍ବାପେକ୍ଷା ଶୀଘ୍ର ଚାର୍ଜ ହୋଇଯିବ । କିନ୍ତୁ ଏହି ସମୟରେ ଆପଣଙ୍କୁ କେହି କଲ୍ କରିପାରିବେ ନାହିଁ କଏବଂ ଆପଣ ଫୋନ ମାଧ୍ୟମରେ କୌଣସି କାର୍ଯ୍ୟ କରିପାରିବେ ନାହିଁ ।

ବ୍ରାଣ୍ଡେଡ୍ ଚାର୍ଜର ବ୍ୟବହାର କରନ୍ତୁ 
ଖୁବ୍ କମ୍ ସମୟ ମଧ୍ୟରେ ଆପଣଙ୍କ ମୋବାଇଲ୍ ଫୋନ୍ ଚାର୍ଜ କରିବାକୁ ଚାହୁଁଥିଲେ ଆପଣଙ୍କ ମୋବାଇଲ ଯେଉଁ କମ୍ପାନୀର ସବୁବେଳେ ସେହି କମ୍ପାନୀର ଚାର୍ଜର ବ୍ୟବହାର କରିବାକୁ ଚେଷ୍ଟା କରନ୍ତୁ । କୌଣସି ନକଲି ଚାର୍ଜରରେ ଆପଣଙ୍କ ଫୋନକୁ ଚାର୍ଜ କରିବା ଦ୍ୱାରା ଏହା ଆପଣଙ୍କ ଫୋନ ବ୍ୟାଟେରୀ ଉପରେ ପ୍ରଭାବ ପକାଇଥାଏ । ଏଥିସହ ଆପଣଙ୍କ ଫୋନର ଚାର୍ଜ କ୍ଷମତାକୁ ମଧ୍ୟ ହ୍ରାସ କରିଥାଏ । ତେଣୁ ମୋବାଇଲ ସହିତ ମିଳିଥିବା ଚାର୍ଜର ବ୍ୟତୀତ ଅନ୍ୟ ଚାର୍ଜର ବ୍ୟବହାର ନକରିବା ଭଲ ।

ଆପଣଙ୍କ ଫୋନ୍ ଅନ୍ ଥିବା ସମୟରେ ଅନେକ ଆପ୍ ଆପଣଙ୍କ ଅଜାଣତରେ ବ୍ୟାକଗ୍ରାଉଣ୍ଡରେ ଚାଲିଥାଏ । ଉକ୍ତ ଆପ୍ସ ଗୁଡିକ ଚାଲିବା କାରଣରୁ ବ୍ୟାଟେରୀର ଚାର୍ଜ ଶୀଘ୍ର କମିବାରେ ଲାଗିଥାଏ । ତେଣୁ ଆପଣ ଯେତେବେଳେ ଫୋନକୁ ଚାର୍ଜ କରୁଛନ୍ତି ସେତେବେଳେ ଧ୍ୟାନ ଦେବା ଆବଶ୍ୟକ ଯେ, କୌଣସି ଆପ ଯେପରି ଅନ ନଥାଏ ।

ରେଗୁଲାର ଅପଡେଟ୍ କରନ୍ତୁ
ଆପଣ ବ୍ୟବହାର କରୁଥିବା ଆଣ୍ଡ୍ରଏଡ କିମ୍ୱା ଆଇଓଏସ୍ ଫୋନରେ ଅନେକ ସମୟରେ ସଫ୍ଟଓୟାର ଅପଡେଟ୍ ପାଇଁ ଅପ୍ସନ ଦେଖାଇଥାଏ । ଅନେକ ଲୋକ ଏହାକୁ ଅଣଦେଖା କରି ରେଗୁଲାର୍ ଅପଡେଟ୍ କରିନଥାନ୍ତି । ତାହାକୁ ଅଣଦେଖା ନକରି ରେଗୁଲାର ଅପଡେଟ୍ କରିବା ଆବଶ୍ୟକ । ଫୋନ ସଫ୍ଟଓୟାର ସମେତ ଫୋନରେ ଥିବା ଆପ ଗୁଡିକ ମଧ୍ୟ ରେଗୁଲାର୍ ଅପଡେଟ୍ ହେବା ଦରକାର । ନଚେତ ଆପଣଙ୍କ ମୋବାଇଲର ଚାର୍ଜିଂ ଉପରେ ଏହା ପ୍ରଭାବ ପକାଇଥାଏ ।

କିଛି ଲୋକ ମୋବାଇଲର ଚାର୍ଜିଂ ଶୀଘ୍ର କରିବା ପାଇଁ ଅନେକ ପ୍ରକାରର ଚାର୍ଜିଂ ଆପ୍ ମୋବାଇଲରେ ଇନଷ୍ଟଲ କରିଥାନ୍ତି । କିନ୍ତୁ ଆପଣ ଜାଣିରଖିବା ଉଚିତ ପ୍ରକୃତରେ ଚାର୍ଜିଂ ଆପ ଦ୍ୱାରା ଫୋନ ଶୀଘ୍ର ଚାର୍ଜ ହୁଏନାହିଁ । ଏଥିସହ ଉକ୍ତ ଆପ୍ ଗୁଡିକ ରହିବା ଦ୍ୱାରା ଆପଣଙ୍କ ଫୋନର ସ୍ପିଡ୍ ମଧ୍ୟ ପ୍ରଭାବିତ ହୋଇଥାଏ । ଆଉ ଏକ କଥା ଏହା ଯେ, ଆପଣ ସବୁବେଳେ ଆପଣଙ୍କ ଫୋନକୁ ସଠିକ୍ ତାପମାତ୍ରାରେ ରଖି ଚାର୍ଜ କରିବା ଆବଶ୍ୟକ । ଅଧିକ ଗରମ କିମ୍ୱା ଥଣ୍ଡା ତାପମାତ୍ରାରେ ଫୋନ ଚାର୍ଜ କରିଲେ ଏହା ମୋବାଇଲ ଓ ବ୍ୟାଟେରୀ ଉପରେ କୁପ୍ରଭାବ ପକାଇଥାଏ ।

Also Read- Video: ସମୁଦ୍ର ଭିତରୁ ଭୂମି ପୃଷ୍ଠକୁ କିପରି ଅଣାଯାଏ ଛୋଟ ଯାହାଜ? ଦେଖନ୍ତୁ ଭିଡିଓ