Pakistani Passenger Viral Video: ବିମାନ ଯାତ୍ରା ବେଳେ ନିଜର କାରନାମା ଚର୍ଚ୍ଚାକୁ ଆସିଛନ୍ତି ଜଣେ ଯାତ୍ରୀ। ଯାହାର ଭିଡ଼ିଓ ସୋସିଆଲ ମଡି଼ଆ ଯୋଗେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ପରେ ବିଭିନ୍ନ କାରଣକୁ ନେଇ ବିଭିନ୍ନ ସମୟରେ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସ  ପୁଣି ଥରେ କାରନାମା ଚର୍ଚ୍ଚାର ପରିସରକୁ ଆସିଛି। 


COMMERCIAL BREAK
SCROLL TO CONTINUE READING

ପେଶାୱର ଠାରୁ ଦୁବାଇ ଅଭିମୁଖେ ଉଡାଣ ଭରୁଥିବା ପାକିସ୍ତାନ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସ (Pakistan International Airlines) ପିଆଇଏ (PIA) ବିମାନରେ ଯାତ୍ରା କରିବା ବେଳେ ଜୋରଦାର ହଙ୍ଗମା କରିଛନ୍ତି ଜଣେ ଯାତ୍ରୀ। କେତେବେଳେ ତାଙ୍କୁ ବିମାନ ମଧ୍ୟରେ ନମାଜ ପଢୁଥିବାର ଦେଖିବାକୁ ମିଳୁଥିବା ବେଳେ  ଆଉ କେତେବେଳେ ତାଙ୍କୁ ତଳେ  ପଡ଼ିଯାଉ ଥିବାର ଦେଖିବାକୁ ମିଳୁଥିଲା। ଯାତ୍ରା ବେଳେ ଏଭଳି କାଣ୍ଡ ଭିଆଇଥିବା ଯାତ୍ରୀ ଜଣଙ୍କ ବିମାନର ଝରକା ଭାଙ୍ଗିବାକୁ ମଧ୍ୟ ଚେଷ୍ଟା କରିଥିଲେ। ହେଲେ ସେ ଏଥିରେ ସଫଳ ହୋଇନଥିଲେ। ତାଙ୍କର ଏହି କାର୍ଯ୍ୟ ବିମାନରେ ଯାତ୍ରା କରୁଥିବା ଅନ୍ୟ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଥିଲା। 


ହେଲେ ଯାତ୍ରୀ ଜଣଙ୍କ ତାଙ୍କର କାଣ୍ତ କାରନାମା ଜାରି ରଖିଥିଲେ। ଏହି ବ୍ୟକ୍ତିଙ୍କ ଜଣଙ୍କ କିଏ, କ'ଣ ତାଙ୍କର ପରିଚୟ ଏବଂ ଯାତ୍ରା ବେଳେ ସେ କାହିଁକି ଏଭଳି କାମ କରିଛନ୍ତି ସେ ନେଇ ଅନୁସନ୍ଧାନ କରାଯାଉଛି। ପେଶୱାର ଠାରୁ ଦୁବାଇ ଅଭିମୁଖେ ଯାତ୍ରା କରୁଥିବା  ଯାଉଥିବା ବିମାନରେ (Peshawar-Dubai PK-283 Flight) ହଙ୍ଗାମା କରିଥିବା ଯାତ୍ରୀଙ୍କୁ ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ କଳା ତାଲିକାଭୁକ୍ତ କରିଛି।


Also Read: Taliban ଦଖଲର ପ୍ରଭାବ; Kabul କୁ ବିମାନ ସେବା ବାତିଲ କଲା Pakistan International Airlines


ଏହି ଘଟଣାର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି। ଯେଉଁଥିରେ ଦେଖିବାକୁ ମିଳୁଛି ଯେ, ପ୍ରଥମେ ଏହି ବ୍ୟକ୍ତି ଜଣଙ୍କ ନିଜ ଆସନରୁ ଉଠିଯାଇ ତାଙ୍କ ମୁଣ୍ଡରେ ରୁମାଲ ବାନ୍ଧି ବିମାନ ଚଟାଣ ଉପରେ ବସି ଯାଉଛନ୍ତି। ଏହା ପରେ ସେ ବିମାନ ଭିତରେ ନମାଜ ପଢିବାରେ ଲାଗିଛନ୍ତି। ଯେତେବେଳେ ସେ ନମାଜ ପଢୁଛନ୍ତି ତାଙ୍କୁ ସେତେବେଳେ ବିମାନ କର୍ମଚାରୀ ଅଟକାଇବାକୁ ଚେଷ୍ଟା କରୁଛନ୍ତି। ହେଲେ ସେ କର୍ମଚାରୀଙ୍କ କଥା ମାନୁନାହାଁନ୍ତି ଏବଂ ଜିଦ୍ ଧରିବାରେ ଲାଗିଛନ୍ତି। ଏହା ପରେ ଯାତ୍ରୀ ଜଣଙ୍କ ବିମାନ ଚଟଣାରେ ଓଲଟା ଶୋଇ ପଡୁଛନ୍ତି, ସେତେବେଳେ ଫ୍ଲାଇଟ୍ ଆଟେଣ୍ଡାଣ୍ଟ ତାଙ୍କୁ ସେଠାରୁ ଉଠି ତାଙ୍କ ନିଜ ଆସନରେ ବସିବାକୁ ଅନୁରୋଧ କରୁଛନ୍ତି। 


ଭାଇରାଲ ଭିଡ଼ିଓ ରେ ଫ୍ଲାଇଟ୍ ଆଟେଣ୍ଡାଣ୍ଟ ଙ୍କୁ ଏହା କହୁଥିବାର ଶୁଣିବାକୁ ମିଳୁଛି ଯେ, ବିମାନ ଉଡ଼ାଣ ଆରମ୍ଭ କରିବା ମାତ୍ରେ ଏହି ଯାତ୍ରୀ ଜଣଙ୍କ ତାଙ୍କର କାଣ୍ଡ କାରନାମା ଦେଖାଇବା ଆରମ୍ଭ କରି ଦେଇଥିଲେ। ଯିଏ ବାକି ଯାତ୍ରୀଙ୍କୁ ଅସୁବିଧାରେ ପକାଉଛନ୍ତି। ସମସ୍ତ ଲୋକ ତାଙ୍କ କାରନାମା ଉପରେ ନଜର ରଖିଛନ୍ତି। କେତେବେଳେ ସେ ଆଜାନ ଦେଉଛନ୍ତି ଆଉ କେତେବେଳେ ତଳେ ଗଡ଼ି ଯାଉଛନ୍ତି। ସେ ତାଙ୍କର ସମସ୍ତ ଜିନିଷ ବାହାରକୁ ବାହାର କରି ରଖି ଦେଉଛନ୍ତି। ଏହି ଘଟଣାର ସାକ୍ଷୀ ହେଉଛନ୍ତି ବିମାନରେ ଅନ୍ୟ ସମସ୍ତ ଯାତ୍ରୀ। 


Also Read: ବିମାନ ସେବାକୁ ନେଇ ବିଚଳିତ ପାକିସ୍ତାନ; ଭାରତ ଲାଗି ବନ୍ଦ କରିଦେଲା ଆକାଶ ମାର୍ଗ


ପେଶୱାର ଠାରୁ ଦୁବାଇ ଅଭିମୁଖେ ଯାତ୍ରା କରୁଥିବା ବିମାନର କର୍ମଚାରୀ ହଙ୍ଗାମା କରୁଥିବା ଯାତ୍ରୀଙ୍କୁ ଅଟକାଇବା ପରେ ସେ ନିଜ ଦେହରୁ ପିନ୍ଧି ଥିବା ସାର୍ଟ ଖୋଲି ଦେବା ପରେ ଗୋଇଠା ମାରି ବିମାନର ଝରକା କାଚ ଭାଙ୍ଗି ଦେବାକୁ ଚେଷ୍ଟା କରୁଛି। ହେଲେ ତଥାପି ଝରକା କାଚ ଭାଙ୍ଗି ନାହିଁ। ବାକି ଯାତ୍ରୀ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।