Taliban ଦଖଲର ପ୍ରଭାବ; Kabul କୁ ବିମାନ ସେବା ବାତିଲ କଲା Pakistan International Airlines
Advertisement
Article Detail0/zeeodisha/odisha1007308

Taliban ଦଖଲର ପ୍ରଭାବ; Kabul କୁ ବିମାନ ସେବା ବାତିଲ କଲା Pakistan International Airlines

ପିଏଆଇଏ ପକ୍ଷରୁ ଆହୁରି କୁହାଯାଇଛି ଏହି ବିମାନ ସେବା ଆର୍ଥିକ ଦୃଷ୍ଟିରୁ ଲାଭଜନକ ନୁହେଁ ହେଲେ କେବଳ ମାନବିକତା ଭିତ୍ତିରେ ଏହାକୁ କାର୍ଯ୍ୟକାରୀ କରାଯାଇଛି।

Taliban ଦଖଲର ପ୍ରଭାବ; Kabul କୁ ବିମାନ ସେବା ବାତିଲ କଲା Pakistan International Airlines

ନୂଆଦିଲ୍ଲୀ: ତାଲିବାନ କର୍ତ୍ତୃପକ୍ଷଙ୍କ “ଅଣ-ବ୍ୟବସାୟିକ ମନୋଭାବ” କାରଣରୁ କାବୁଲକୁ ବିମାନ ସେବା ସ୍ଥଗିତ ରଖାଯାଇଥିବା ଗୁରୁବାର ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି। ଆଫଗାନିସ୍ତାନ ଦଖଲ କରିବା ପରେ ତାଲିବାନ-ପାକିସ୍ତାନ ରହିଥିବା ସମ୍ପର୍କ କେଉଁଆଡ଼କୁ ଗତି କରୁଛି ତାହା ଏହି ଘଟଣାରୁ ସ୍ପଷ୍ଟ ଭାବେ ଜଣାପଡୁ଼ଛି।

ଏନେଇ ପ୍ରତିକ୍ରିୟା ରଖି ପାକିସ୍ତାନ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସ (Pakistan International Airlines) ପିଆଇଏ ମୁଖପାତ୍ର (PIA Spokesman) ଅବଦୁଲ୍ଲା ହାଫିଜ ଖାନ୍ (Abdullah Hafeez Khan) କହିଛନ୍ତି କାବୁଲ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ (Kabul Aviation Authority) ଅଣପେଶାଦାର ମନୋଭାବ ହେତୁ ଆମର ବିମାନ ଉଡ଼ାଣ ବାରମ୍ବାର ଅଯଥା ବିଳମ୍ବର ସମ୍ମୁଖୀନ ହେଉଥିଲା। ପରିସ୍ଥିତି ଅନୁକୂଳ ନହେବା ପର୍ଯ୍ୟନ୍ତ ଏହି ମାର୍ଗରେ ବିମାନ ସେବା ସ୍ଥଗିତ ରହିବ ବୋଲି ସେ କହିଛନ୍ତି। 

ଅନ୍ୟ ଏକ ପୃଥକ ବିବୃତ୍ତିରେ ପିଆଇଏ ମୁଖପାତ୍ର କହିଛନ୍ତି ଯେ ଯେତେବେଳେ ଅନ୍ୟମାନେ ସେମାନଙ୍କ ସହ ସମସ୍ତ ପ୍ରକାର କାର୍ଯ୍ୟକଳାପକୁ ବନ୍ଦ କରିଥଲେ ସେତେବେଳେ ସେତେବେଳେ ପିଆଇଏ କାବୁଲ ସହରକୁ ବିମାନ ସେବା ଜାରି ରଖିଥିଲା।

Also Read: Russia: ପୁଣି କାଳ ପାଲଟିଲା ବିମାନ; ଦୁର୍ଘଟଣାରେ ୧୬ ମୃତ, ୭ ଆହତ

ଗତ ଅଗଷ୍ଟ ମାସରେ ତାଲିବାନ କାବୁଲ ଦଖଲ କରିବା ପରେ ସେଠାରେ ଫସି ରହିଥିବା ଲୋକଙ୍କୁ ସ୍ଥାନାନ୍ତରଣ କରିବାରେ ପାକିସ୍ତାନ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସ ଯେଉଁ ଭୂମିକା ଗ୍ରହଣ କରିଥିଲା ​​ସେ ବାବଦରେ ପିଏଆଇଏ ମୁଖପାତ୍ର ଉଲ୍ଲେଖ କରିଥିଲେ। ଯାହା ବିମାନ ଅଭାବ ମଧ୍ୟରେ ଆଫଗାନିସ୍ତାନ ରାଜଧାନୀରେ ଅଟକି ରହିଥିବା ଲୋକଙ୍କ ମଧ୍ୟରେ ସମସ୍ୟା ଭାବେ ଉଭା ହୋଇଥିଲା।

ତାଲିବାନ ନିୟନ୍ତ୍ରଣକୁ ଆଫଗାନ ଚାଲିଯିବା ପରେ ସେଠାରେ ସୃଷ୍ଟି ହୋଇଥିବା ପରିସ୍ଥିତି ମଧ୍ୟରେ ପ୍ରାୟ ୩ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ନେଇ ପିଆଇଏ ପକ୍ଷରୁ କୁହାଯାଇଛି। ଏହି   ଲୋକଙ୍କ ମଧ୍ୟରେ ମିଳିତ ଜାତିସଂଘ, ବିଶ୍ୱ ବ୍ୟାଙ୍କ, ଆଇଏମଏଫ ସମେତ ଅନ୍ୟାନ୍ୟ ବିଶ୍ୱ ସଙ୍ଗଠନର ଅଧିକାରୀଙ୍କ ସମେତ ବିଦେଶୀ ସାମ୍ବାଦିକ ମଧ୍ୟ ରହିଥିଲେ। ପିଆଇଏ କ୍ୟାପଟେନ ଏବଂ କର୍ମଚାରୀ ସେମାନଙ୍କ ଜୀବନକୁ ବାଜି ଲଗାଇ ଜାରି ରହିଥିବା ଏହି ଉଦ୍ଧାର ପ୍ରକ୍ରିୟାରେ ନିୟୋଜିତ ଅଛନ୍ତି। 

ପିଏଆଇଏ ପକ୍ଷରୁ ଆହୁରି କୁହାଯାଇଛି ଏହି ବିମାନ ସେବା ଆର୍ଥିକ ଦୃଷ୍ଟିରୁ ଲାଭଜନକ ନୁହେଁ ହେଲେ କେବଳ ମାନବିକତା ଭିତ୍ତିରେ ଏହାକୁ କାର୍ଯ୍ୟକାରୀ କରାଯାଇଛି। ବୀମା ପ୍ରିମିୟମ ଭାବେ କେବଳ ୪ ଲକ୍ଷ ଡଲାରରୁ ଅଧିକ ଦେବୁ ଯାହା କେବଳ ୩୦୦ ଯାତ୍ରୀ ଉପଲବ୍ଧ ହେଲେ ସମ୍ଭବ ହୋଇପାରିବ।

ଅନ୍ୟପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖି ତାଲିବାନ ମୁଖପାତ୍ର (Taliban Spokesperson) ଜବୀଉଲ୍ଲା ମୁଜାହିଦ୍ (Zabiullah Mujahid) କହିଛନ୍ତି କାବୁଲ ଅନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ (Kabul International Airport Authority) ଦ୍ୱାରା ପିଆଇଏ ଅଧିକାରୀ ତଥା ଯାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା ନେଇ ତାଙ୍କ ସରକାର ଯାଞ୍ଚ କରିବେ।

ଆମେ ଏହି ଘଟଣାରେ ଅନୁସନ୍ଧାନ କରିବୁ। ସମସ୍ତ କମ୍ପାନୀ ଏବଂ ବ୍ୟବସାୟ ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ପାକିସ୍ତାନୀ ବ୍ୟବସାୟ ପ୍ରତି ଏକ ସକରାତ୍ମକ ଆଭିମୁଖ୍ୟ ଗ୍ରହଣ କରୁଛୁ ବୋଲି ତାଲିବାନ ମୁଖପାତ୍ର ପାକିସ୍ତାନୀ ଗଣମାଧ୍ୟମ (Pakistani Media) ଡନ୍ ଡଟ୍ କମ୍କୁ (Dawn.Com) ଏକ ଅଡିଓ ବାର୍ତ୍ତାରେ କହିଛନ୍ତି।

ଆଫଗାନିସ୍ତାନରେ କ୍ଷମତାସୀନ ତାଲିବାନ ସରକାର ଗୁରୁବାର ପିଆଇ ଏବଂ ଦେଶର ବିମାନ ପ୍ରଦାନକାରୀ ସଂସ୍ଥା କାମ ଏୟାର (Afghan Kam Air) ଉଦ୍ଦେଶ୍ୟରେ କହିଛନ୍ତି କାବୁଲ-ଇସଲାମାବାଦ ମାର୍ଗରେ (Kabul-Islamabad Route) ଭଡା ହ୍ରାସ କରୁ କିମ୍ବା ସେମାନଙ୍କ ବିମାନ ସେବାକୁ (Flight Service) ବନ୍ଦ କରୁ। ଉଭୟ ଏୟାରଲାଇନ୍ସ ଏପର୍ଯ୍ୟନ୍ତ ବ୍ୟବସାୟିକ ବିମାନ ଉଡ଼ାଣ ଆରମ୍ଭ କରିନାହାଁନ୍ତି ଏବଂ ଉଚ୍ଚ ଭଡା ଯୁକ୍ତ ଚାର୍ଟାର୍ଡ ​​ଫ୍ଲାଇଟ୍ (Chartered Flight Service) ଚଳାଉଛନ୍ତି।

Also Read: ଉଡା଼ଣ ବେଳେ ପକ୍ଷୀ ସହ ପିଟିହେଲା ବିମାନ; ଏପରି ଉପାୟରେ ଉଦ୍ଧାର ହେଲେ ଯାତ୍ରୀ

ଆଫଗାନିସ୍ତାନ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ (Afghan Civil Aviation Ministry) ପକ୍ଷରୁ ଏକ ଚିଠି ଲେଖାଯାଇ ପିଆଇ ଏବଂ କାମ ଏୟାରକୁ କାବୁଲ-ଇସଲାମାବାଦ ମଧ୍ୟରେ ବିମାନ ପାଇଁ ସେବା ଅଗଷ୍ଟ ୧୫ ତାରିଖ ପୂର୍ବରୁ ଯେଉଁ ଭଡା ଧାର୍ଯ୍ୟ ହୋଇଥିଲା ତାହାକୁ ବର୍ତ୍ତମାନ କାର୍ଯ୍ୟକାରୀ କରାଯାଉ ବୋଲି ଜଣାଇଛି। ଏନେଇ ପାସ୍ତୁ (Pashto Language), ଦାରି ଭାଷାରେ (Dari Language) ଲେଖାଯାଇଥିବା ଚିଠି ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ ଦ୍ୱାରା ଜାରି କରାଯିବା ସହ ଆଫଗାନିସ୍ତାନ ବିମାନ ମନ୍ତ୍ରଣାଳୟର ଅଧିକାରୀକ ଫେସବୁକ୍ ପେଜରେ ଏହାକୁ ପୋଷ୍ଟ କରାଯାଇଛି।  

ଇସଲାମିକ୍ ଏମିରେଟ୍ ର ବିଜୟ ପୂର୍ବରୁ କାବୁଲ-ଇସଲାମାବାଦ ମାର୍ଗରେ ବିମାନ ସେବା ଭଡାକୁ କମ କରିବା ପାଇଁ ପିଆଇଏ ଏବଂ କାମ ବେସରକାରୀ କମ୍ପାନୀ ଉଦ୍ଦେଶ୍ୟରେ ସୂଚନା ଦିଆଯାଇଛି। ଯଦି ଏହି ଦୁଇ ବିମାନସେବା ପ୍ରଦାନକାରୀ ସଂସ୍ଥା ଏହି ପ୍ରସ୍ତାବରେ ରାଜି ନହୁଅନ୍ତି ତାହେଲେ କାବୁଲ-ଇସଲାମାବାଦ ରୁଟରେ ସେମାନଙ୍କ କାର୍ଯ୍ୟ ବନ୍ଦ ହୋଇଯିବ। ଯଦି ଭଡା ହ୍ରାସ କରାଯାଉନାହିଁ ତାହେଲେ  ଆଫଗାନିସ୍ତାନ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହ ଯୋଗାଯୋଗ କରିବାକୁ ଏହି ରୁଟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ଉଦ୍ଦେଶ୍ୟରେ କହିଛି ତାଲିବାନ।  

ବୁଧବାର କାବୁଲରୁ ଫେରିଥିବା ଇସଲାମାବାଦର ଜଣେ ସାମ୍ବାଦିକ ଡନ୍ ଡଟ୍ କମ୍ କୁ କହିଛନ୍ତି ଯେ ସେ  ପିଆଇଏ ଦ୍ୱାରା ପରିଚାଳିତ ଇସଲାମାବାଦ-କାବୁଲ-ଇସଲାମାବାଦ ବିମାନ ଟିକେଟ୍ ପାଇଁ ୨୭୦୦ ଡଲାର (କାବୁଲକୁ ବିମାନ ଉଡ଼ାଣ ପାଇଁ ୧୨୦୦ ଏବଂ ଫେରସ୍ତ ବିମାନ ପାଇଁ ୧୬୦୦ ଡଲାର) ଦେଇଛନ୍ତି। ଇସଲାମାବାଦସ୍ଥିତ ଏୟାରଲାଇନ୍ସ କାର୍ଯ୍ୟାଳୟ ଅନୁଯାୟୀ କାମ ଏୟାର ଫେରନ୍ତା ଟିକେଟ ପାଇଁ ୨୦୦୦୦୦ ଟଙ୍କାରୁ ଅଧିକ ଭଡା ଧାର୍ଯ୍ୟ କରିଛି। ଅଧିକ ବୀମା ହାର ହେତୁ ଏହା ଅଧିକ ଚାର୍ଜ କରୁଛି ବୋଲି ପିଆଇଏ ପକ୍ଷରୁ କୁହାଯାଇଛି।

Also Read: ବିସ୍ଫୋରଣରେ କମ୍ପିଉଠିଲା Kabul Airport; ୧୩ ମୃତ, ୩୦ ଆହତ

ଅକ୍ଟୋବର ୯ ତାରିଖରେ ପାକିସ୍ତାନକୁ ବିମାନ ଚଳାଚଳ ବାତିଲ କରିବାକୁ ଘୋଷଣା କରିଥିବା କାମ ଏୟାର ବୁଧବାର ପୁନଃର୍ବାର ବିମାନ ସେବା ଆରମ୍ଭ କରିଛି ହେଲା ବିମାନ ଯାତ୍ରା ସମ୍ପର୍କରେ  ଯାତ୍ରୀଙ୍କୁ ଠିକ୍ ସମୟରେ ଜଣାଇବାରେ ଅସମର୍ଥ ହେବାରୁ ଅନେକ ଲୋକ କାବୁଲ ସହରରୁ ବିମାନ ଉଡ଼ାଣରୁ ବଞ୍ଚିତ ହୋଇଥିଲେ। ପାକିସ୍ତାନ ଏହାକୁ ଅନୁମତି ଦେବାକୁ ମନା କରିବା ପରେ ବିମାନ ଉଡ଼ାଣ ବାତିଲ କରିବାକୁ ଘୋଷଣା କରିଛି କାମ ଏୟାର। ପାକିସ୍ତାନ ବର୍ତ୍ତମାନ ବିମାନ ଚଳାଚଳ ପାଇଁ କାବୁଲରୁ କିଛି ଦିନ ପୂର୍ବରୁ ସମସ୍ତ ଯାତ୍ରୀଙ୍କ ବିବରଣୀ ପ୍ରଦାନ କରିବା ବାଧ୍ୟତାମୂଳକ କରିଛି।