ବିମାନ ସେବାକୁ ନେଇ ବିଚଳିତ ପାକିସ୍ତାନ; ଭାରତ ଲାଗି ବନ୍ଦ କରିଦେଲା ଆକାଶ ମାର୍ଗ
Advertisement
Article Detail0/zeeodisha/odisha1020598

ବିମାନ ସେବାକୁ ନେଇ ବିଚଳିତ ପାକିସ୍ତାନ; ଭାରତ ଲାଗି ବନ୍ଦ କରିଦେଲା ଆକାଶ ମାର୍ଗ

ଶ୍ରୀନଗର ଠାରୁ ଶରଜାହ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ଏହି ବିମାନ ସେବାର ସବୁ ଠାରୁ  ଅଧିକ ଲାଭ କାଶ୍ମୀରବାସୀଙ୍କୁ ମିଳୁଥିଲା।

ବିମାନ ସେବାକୁ ନେଇ ବିଚଳିତ ପାକିସ୍ତାନ; ଭାରତ ଲାଗି ବନ୍ଦ କରିଦେଲା ଆକାଶ ମାର୍ଗ

ନୂଆଦିଲ୍ଲୀ: ଭାରତ ପକ୍ଷରୁ ନିଆଯାଇଥିବା ଏକ ପଦକ୍ଷେପକୁ ନେଇ ପୁଣି ଥରେ ବିଚଳିତ ହୋଇଉଠିଛି ପାରମ୍ପରିକ ପ୍ରତିଦ୍ୱନ୍ଦୀ ତଥା ପଡୋଶୀ ପାକିସ୍ତାନ। ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଶ୍ରୀନଗର-ଶାରଜାହ ବିମାନ ସେବା ପାଇଁ ଏହାର ବାୟୁ ମାର୍ଗ ବ୍ୟବହାର କରିବାକୁ ବାରଣ କରିଛି ପାକିସ୍ତାନ। ବର୍ତ୍ତମାନ ଶ୍ରୀନଗର ଠାରୁ ଶରଜାହ ଅଭିମୁଖେ ଯାଉଥିବା ବିମାନ ଉଦୟପୁର ଏବଂ ଅହମ୍ମଦାବାଦ ହୋଇ ଯାତ୍ରା କରିବ। ଯାହାର ଫଳସ୍ୱରୂପ ଯାତ୍ରା ଦେଢ ଘଣ୍ଟା ବିଳମ୍ବ ହେବା ସହ ଯାତ୍ରୀଙ୍କ ଉପରେ ଆର୍ଥିକ ବୋଝ ବଢିବ। 

ପାକିସ୍ତାନ ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତିକୁ ନିନ୍ଦା କରିଛନ୍ତି ଜାମୁ କାଶ୍ମୀରର ପୂର୍ବତନ ଉମର ଅବଦୁଲ୍ଲା। ଏନେଇ ଟ୍ୱିଟ କରି ସେ କହିଛନ୍ତି ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ୨୦୦୯୧୦ ମସିହାରେ ଶ୍ରୀନଗର ଠାରୁ ଦୁବାଇ ଅଭିମୁଖେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ସହିତ ପାକିସ୍ତାନ ମଧ୍ୟ ସମାନ କାର୍ଯ୍ୟ କରିଥିଲା। ମୁଁ ଆଶା କରିଥିଲି ଯେ ପାକିସ୍ତାନର ଆକାଶ ସୀମା ଉପରେ ଗୋ ଫାର୍ଷ୍ଟ ବିମାନକୁ ଉଡ଼ାଣ ପାଇଁ ଅନୁମତି ଉଭୟ ଦେଶ ମଧ୍ୟରେ ଉତ୍ତମ ସମ୍ପର୍କକୁ ଦର୍ଶାଉଥିଲେ ମଧ୍ୟ ଏହା ହୋଇନଥିଲା।

Also Read: ଏଣିକି ବିମାନ ଯାତ୍ରା ବେଳେ କରିପାରିବେ Phone Call; ହଟିବ Flight Mode Option

ପାକିସ୍ତାନ ସିଧାସଳଖ ବିମାନ ଉଡ଼ାଣ ନିୟମକୁ ଉଲ୍ଲଂଘନ କରି ଏହାର ବାୟୁ ମାର୍ଗ ଦେଇ ବିମାନ ଉଡ଼ାଣକୁ ଅନୁମତି ଦେବାକୁ ମନା କରିଦେଇଛି। ଶ୍ରୀନଗର ଠାରୁ ଶରଜାହ ପର୍ଯ୍ୟନ୍ତ ଆରମ୍ଭ ହୋଇଥିବା ଏହି ବିମାନ ସେବାର ସବୁ ଠାରୁ  ଅଧିକ ଲାଭ କାଶ୍ମୀରବାସୀଙ୍କୁ ମିଳୁଥିଲା।

ବାୟୁ ମାର୍ଗ ବ୍ୟବହାର କରିବା ଲାଗି ପାକିସ୍ତାନ ମନା କରିବା ପରେ ଶାରଜାହ ଅଭିମୁଖେ ଯାଉଥିବା ବିମାନ ଉଦୟପୁର, ଅହମ୍ମଦାବାଦ, ଓମାନ ହୋଇ ଯାତ୍ରା କରିବ। ଯାହା ଏହି ବିମାନ ଯାତ୍ରାକୁ ଅଧିକ ଲମ୍ବା କରିବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏହି ଘଟଣା ବାବଦରେ ଅବଗତ ହୋଇଛି।

Also Read: କାମକୁ ନେଇ ଚର୍ଚ୍ଚାରେ ଘରୋଇ ବିମାନସେବା ପ୍ରଦାନକାରୀ ସଂସ୍ଥା; କାରନାମା ଶୁଣିଲେ ଉଡିଯିବ ଆପଣଙ୍କ ହୋସ

ଗତ ଅକ୍ଟୋବର ୨୩  ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜାମୁ-ଶ୍ରୀନଗର ଗସ୍ତ ସମୟରେ ଏହି ବିମାନ ସେବା ଆରମ୍ଭ କରିଥିଲେ। ସେବେଠାରୁ ବିବାଦ ଚାଲିଥିଲା। ପାକିସ୍ତାନ ଏହା ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ।  ଯେ ଭାରତ ସରକାର ଏବଂ ଦୁବାଇ ମଧ୍ୟରେ ହୋଇଥିବା ଚୁକ୍ତି ପରେ ଶ୍ରୀନଗର-ଶାରଜାହ ବିମାନ ସେବା ଆରମ୍ଭ ହୋଇଥିବାବେଳେ ଆକାଶ ସୀମା ବ୍ୟବହାର କରିବା ପୂର୍ବରୁ ପାକିସ୍ତାନ ଠାରୁ ଅନୁମତି ନିଆଯାଇନଥିଲା।