Paralakhemundi ACF Death Case News In Odia: ବହୁଚର୍ଚ୍ଚିତ ଏସିଏଫ ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା (Paralakhemundi ACF Soumya Ranjan Mohapatra Death Case) । ପୁଣି ଏହି ମାମଲାରେ ଆସିଛି ନୂଆ ଟ୍ବିଷ୍ଟ । ପତ୍ନୀ ବିଦ୍ୟାଭରତୀ ପଣ୍ଡା (Bidya Bharati), ଡିଏଫଓ ସଂଗ୍ରାମ କେଶରୀ ବେହେରା (DFO Sangram Keshari Behera)ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ (cook Manmatha Kumbha) ବିରୋଧରେ ହତ୍ୟା ଏବଂ ଅପରାଧିକ ଷଡଯନ୍ତ୍ର ରଚିବା ଦଫାରେ ବିଚାର ହେବ। ସଂଗ୍ରାମ ବେହେରା (DFO Sangram Keshari Behera) ଓ ରୋଷେୟା ମନ୍ମଥ କୁମ୍ଭ (cook Manmatha Kumbha) ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ। ଆଇପିସିର ଧାରା ୩୦୨ ଓ ୧୨୦ ‘ବି’ ଅଭିଯୋଗ ଆଧାରରେ ଏବେ ମାମଲା ଚାଲିବ। ତିନି ଅଭିଯୁକ୍ତଙ୍କୁ ହାଜର ହେବା ପାଇଁ ପାରଳାଖେମୁଣ୍ଡି ଏସଡିଜିଏମ୍ କୋର୍ଟ ସମନ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୭ ତାରିଖ ରହିଛି।


COMMERCIAL BREAK
SCROLL TO CONTINUE READING

ପାରଳାଖେମୁଣ୍ଡିର ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ଦୁଇ ବର୍ଷ ହେବାକୁ ଯାଉଛି। ଏହି ମାମଲାରେ ନ୍ୟାୟ ନ ପାଇ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର (Abhiram Mohapatra) କୋର୍ଟରେ କମ୍ପେ୍ଲନ୍ କେସ୍ ଦାୟର କରିଥିଲେ। ପରେ କୋର୍ଟ ମାମଲାକୁ ବିଚାରଯୋଗ୍ୟ ବୋଲି କହିଛନ୍ତି। ପାରଳାଖେମୁଣ୍ଡି ଏସଡିଜିଏମ (Paralakhemundi SDJM Court )କୋର୍ଟ କହିଛନ୍ତି, ‘ଏକ ପ୍ରାଥମିକ ମାମଲା ଭଲ ଭାବେ ପ୍ରସ୍ତୁତ ହୋଇଛି ଏବଂ ଅଭିଯୁକ୍ତ ବିଦ୍ୟା ଭାରତୀ ପଣ୍ଡା, ସଂଗ୍ରାମ କେଶରୀ ବେହେରା, ମନ୍ମଥ କୁମ୍ଭାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆବଶ୍ୟକ ପ୍ରମାଣ ରହିଛି’। ତେଣୁ ତିନି ଅଭିଯୁକ୍ତଙ୍କୁ ହାଜର ହୋଇ ପକ୍ଷ ରଖିବାକୁ କହିଛନ୍ତି। ଏହି ମୃତ୍ୟୁ ପଛରେ କିଛି ବଡ ବଡିଆ ରହିଥିବା ଅଭିଯୋଗ ରହିଛି। ଯେଉଁମାନେ କି ଏବେ ବି ସନ୍ଦେହ ଘେରରେ ରହିଛନ୍ତି। ହେଲେ ପ୍ରକୃତ ରହସ୍ୟ ସାମ୍ନାକୁ ଆସିପାରି ନାହିଁ।


Also Read: Jharsuguda By Elections 2023: ନାମାଙ୍କନ ଦାଖଲ କରିବା ପୂର୍ବରୁ କାହିଁକି ଭାବବିହ୍ବଳ ହେଲେ ଦିପାଳୀ, ବିଜୟ ନେଇ କହିଲେ କିଛି ଏମିତି


Also Read: Horoscope Today 18 April 2023: ଆଜି ଏହି ଏସବୁ ରାଶି ଉପରେ ହେବ ଧନର ବର୍ଷା, ଜାଣନ୍ତୁ କେମିତି ରହିବ ମଙ୍ଗଳବାର


ଏହି ମାମଲାରେ ପୂର୍ବରୁ ଫିଏଫଓ ଏବଂ ରୋଷେୟାଙ୍କର ଲାଇ ଡିଟେକ୍ସନ କରାଯାଇଥିଲା । ତେବେ ସୌମ୍ୟଙ୍କ ମୃତ୍ୟୁର ତଦନ୍ତକୁ ନେଇ ତାଙ୍କର ପରିବାରବର୍ଗ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏପରିକି ସୌମ୍ୟଙ୍କ ପତ୍ନୀଙ୍କ ସହିତ ଡିଏଫଓଙ୍କର ଖରାପ ସମ୍ପର୍କ ରହିଥିବା ସୌମ୍ୟଙ୍କ ବାପା ଅଭିଯୋଗ କରିଥିଲେ । ଏହି ଘଟଣାରେ ସୌମ୍ୟଙ୍କ ପରିବାର ବର୍ଗ ମୁଖ୍ୟମନ୍ତ୍ରୀ, ଡିଜପିଙ୍କ ନିକଟରେ ଗୁହାରି କରିବା ସହ ନ୍ୟାୟ ନ ମିଳିଲେ ଆତ୍ମାହୁତି ଦେବାକୁ ଧମକ ଦେଇଥିଲେ । 

ସୂଚନାଯୋଗ୍ୟ ଯେ, ୨୦୨୧, ଜୁଲାଇ ମାସ ୧୩ ତାରିଖରେ  ଗଜପତି ଜିଲ୍ଲା ପାରଳାଖେମୁଣ୍ତି (Paralakhemundi)ସ୍ଥିତ, ସରକାରୀ କ୍ୱାର୍ଟରରେ ରହୁଥିବା ସମୟରେ ରାତି ପାଖାପାଖି ୯ଟା ସମୟରେ ହଠାତ୍ ସୌମ୍ୟଙ୍କ ଦେହରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । ବିଦ୍ୟାଭାରତୀୟ ଏନେଇ ତାଙ୍କ ପଡ଼ୋଶୀଙ୍କୁ ଖବର ଦେଇଥିଲେ ଓ ଏହାପରେ ଆମ୍ବୁଲାନ୍ସକୁ ଫୋନ୍ କରାଯାଇଥିଲା । ମାତ୍ର ଆମ୍ବୁଲାନ୍ସ ଠିକ୍ ସମୟରେ ନ ପହଞ୍ଚିବାରୁ ତାଙ୍କୁ ଅଫିସ୍ ଗାଡ଼ିରେ ପ୍ରଥମେ ପାରଳାଖେମୁଣ୍ଡି ମେଡିକାଲ ଓ ପରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ଆମ୍ବୁଲାନ୍ସରେ ସୌମ୍ୟ ମରଣ ସହ ସଂଘର୍ଷ କରୁଥିବା ବେଳେ ତାଙ୍କୁ ବ୍ରହ୍ମପୁର ନେବା ସମୟରେ ଆମ୍ବୁଲାନ୍ସ ବାଟରେ ଅଟକିଥିଲା । ଏହାକୁ ନେଇ ସେ ସମୟରେ ବେଶ୍ ଚର୍ଚ୍ଚା ହୋଇଥିଲା । ସୌମ୍ୟଙ୍କ ଦେହରେ ନିଆଁ କେମିତି ଲାଗିଲା ସେନେଇ ପାରଳାଖେମୁଣ୍ଡି ପୋଲିସ ଓ ଛତ୍ରପୁର ସାଇଣ୍ଟିଫିକ୍ ଟିମ୍ ଖୋଳତାଡ଼ କରିଥିଲେ । ତେବେ, ଗତ ୨୦୨୦ ମସିହା ଡିସେମ୍ବର ମାସ ୧ ତାରିଖରେ ସୌମ୍ୟ ବିଦ୍ୟାଭାରତୀ ପଣ୍ଡାଙ୍କୁ ବିବାହ କରିଥିଲେ ।