Jharsuguda By Elections 2023 News In Odia: ପାଖେଇ ଆସୁଛି ଝାରସୁଗୁଡା ଉପନିର୍ବାଚନ(Jharsuguda By Elections) । ଏନେଇ ସରଗରମ୍ ରାଜ୍ୟ ରାଜନୀତି । ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ (BJD Candidate Dipali Das)। ଏହା ପୂର୍ବରୁ ବାପାଙ୍କୁ ମନେପକାଇ ଭାବବିହ୍ବଳ ହେଉଛନ୍ତି ଦିପାଳୀ ।
Trending Photos
Jharsuguda By Elections 2023 News In Odia: ପାଖେଇ ଆସୁଛି ଝାରସୁଗୁଡା ଉପନିର୍ବାଚନ(Jharsuguda By Elections) । ଏନେଇ ସରଗରମ୍ ରାଜ୍ୟ ରାଜନୀତି । ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ (BJD Candidate Dipali Das)। ଏହା ପୂର୍ବରୁ ବାପାଙ୍କୁ ମନେପକାଇ ଭାବବିହ୍ବଳ ହେଉଛନ୍ତି ଦିପାଳୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ (CM Naveen Patnaik ) ଆଦର୍ଶ ଓ ବିକାଶ ମୂଳକ ଚିନ୍ତାଧାରା ଏବଂ ବାପା ନବ ଦାସଙ୍କ (Ex Minister Naba Kisore Das) ଆଶୀର୍ବାଦକୁ ନେଇ ରାଜନୈତିକ ମଇଦାନକୁ ଓହ୍ଲାଇବେ ଦିପାଳୀ । ନାରୀ ସଶକ୍ତିକରଣ,ଶିକ୍ଷା ଏବଂ ଯୁବପିଢ଼ି ମାନଙ୍କୁ ଆଗକୁ ବଢ଼ିବାରେ ସହଯୋଗ କରିବେ ବୋଲି କହିଛନ୍ତି ଦିପାଳୀ । ତେବେ, ଝାରସୁଗୁଡା ଲୋକଙ୍କ ସହଯୋଗ ଥିବାରୁ ସେ ନିଶ୍ଚୟ ଭାବରେ ଏହି ନିର୍ବାଚନରେ ବିଜୟ ହେବା ନେଇ ମତ ରଖିଛନ୍ତି ।
ଆଜି ନାମାଙ୍କନ ଦାଖଲ ପୂର୍ବରୁ ଦିନ ୧୧ଟା ସମୟରେ କନକ ଦୁର୍ଗା ମନ୍ଦିରରେ ଆଳତୀ କରିବା ସହ ପୂଜାର୍ଚ୍ଚନା କରିବେ ଦୀପାଳି । ଏହାପରେ ସାଢ଼େ ୧୧ଟା ସମୟରେ ମନମୋହନ ସ୍କୁଲ ପଡ଼ିଆରୁ ବିଜେଡିର ରାଜ୍ୟ ସ୍ତରୀୟ ନେତୃବର୍ଗ ଓ ଦଳୀୟ କର୍ମୀ ଏକାଠି ହୋଇ ସହରର ମୁଖ୍ୟ ରାସ୍ତାରେ ରାଲି କରିବେ । ମନମୋହନ ସ୍କୁଲ ପଡ଼ିଆରୁ ଏହି ରାଲି ବାହାରି ଝଣ୍ଡା ଛକ, ରେଲୱେ ଷ୍ଟେସନ ଛକ, ବସ୍ ଷ୍ଟେସନ ଛକ, ବେହେରାମାଲ ଛକ ଦେଇ ଉପଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିବେ । ସାରଦା ନାଏକଙ୍କ ଉପସ୍ଥିତିରେ ଏ-ନେଇ ସୋମବାର ସନ୍ଧ୍ୟାରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା ।
Also Read: Horoscope Today 18 April 2023: ଆଜି ଏହି ଏସବୁ ରାଶି ଉପରେ ହେବ ଧନର ବର୍ଷା, ଜାଣନ୍ତୁ କେମିତି ରହିବ ମଙ୍ଗଳବାର
Also Read: Sana Khan: ଇଫତାର ପାର୍ଟିରେ ସ୍ୱାମୀଙ୍କ ଉପରେ ଚିଡ଼ି ଗଲେ ସାନା, ଦେଖନ୍ତୁ ଭିଡ଼ିଓ
Also Read: Walnuts In Summer: ଗରମ ଦିନେ ଯଦି ଅଖରୋଟ ଖାଉଛନ୍ତି ତେବେ ସାବଧାନ ! ଶରୀରକୁ ଲାଭ ସହ ଦେବ କ୍ଷତି
ଗତକାଲି(ସୋମବାର) ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ (BJP candidate Tankadhara Tripathy) ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ବିରାଟ ଶୋଭାଯାତ୍ରାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ ଟଙ୍କଧର ତ୍ରିପାଠୀ । ନିଜ ସମର୍ଥକ ଓ ଦଳୀୟ କର୍ମୀଙ୍କ ସହ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ମୋଟ୍ ୪ ସେଟ୍ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦଳର ଅନେକ ବରିଷ୍ଠ ନେତା ସାମିଲ ହୋଇଥିଲେ । ନାମାଙ୍କନ ଦାଖଲ ପୂର୍ବରୁ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ । ଗତ ଶନିବାର ଦିନ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଏବେ ସରଗରମ ରହିଛି ଝାରସୁଗୁଡ଼ା ରାଜନୀତି ।
ତିନି ପ୍ରମୁଖ ଦଳର ବରିଷ୍ଠ ନେତା ଝାରସୁଗୁଡ଼ାରେ ଡେରା ପକାଇଛନ୍ତି । ୨୧ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ ଏବଂ ୨୪ ତାରିଖ ଅପରାହ୍ନ ୩ଟା ସୁଦ୍ଧା ପ୍ରାର୍ଥୀ ନିଜ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ । ମେ ୧୦ରେ ଭୋଟଗ୍ରହଣ କରାଯିବ । ସକାଳ ୭ରୁ ସନ୍ଧ୍ୟା ୬ଟା ଯାଏ ଭୋଟ୍ ଦେବେ ଝାରସୁଗୁଡ଼ା ଭୋଟର । ମେ ୧୩ରେ ଭୋଟ ଗଣତି ଓ ଫଳାଫଳ ଘୋଷଣା କରାଯିବ । ତେବେ, ଚଳିତ ଥର ଉପନିର୍ବାଚନରେ ଏହି ୩ ନୂଆ ଚେହେରା ଉପ-ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ।