ଚିନାବାଦାମ ବିକାଳିଙ୍କୁ ମିଳିଲା ବିମାନ ଯାତ୍ରା ସୁଯୋଗ: ତାପରେ କ`ଣ ହେଲା ଜାଣନ୍ତୁ..
ଜଣେ ବୃଦ୍ଧ (Old man) କଡେଇରେ ଚିନାବାଦାମ ଭାଜିବା ପରେ ତାହାକୁ ଟୋକେଇରେ ପୁରାଇ ବୁଲି ବୁଲି ବିକ୍ରି (sale) କରୁଥିଲେ । ସେଥିରୁ ଯେଉଁ ଦୁଇ ପଇସା ମିଳୁଥିଲା ସେଥିରେ ନିଜେ ଚଳିବା ସହ ନିଜର ଗୁଜୁରାଣ ମେଣ୍ଟାଉଥିଲେ । ସେହି ବୃଦ୍ଧଙ୍କୁ ଦିନେ ହଠାତ୍ ବିମାନରେ ବସି ଆକାଶମାର୍ଗରେ ଯାତ୍ରା କରିବାର ସୁଯୋଗଟିଏ ମିଳିଲା । ଯାହା କେବେ ସମ
Peanut Seller In Flight: ଜଣେ ବୃଦ୍ଧ (Old man) କଡେଇରେ ଚିନାବାଦାମ ଭାଜିବା ପରେ ତାହାକୁ ଟୋକେଇରେ ପୁରାଇ ବୁଲି ବୁଲି ବିକ୍ରି (sale) କରୁଥିଲେ । ସେଥିରୁ ଯେଉଁ ଦୁଇ ପଇସା ମିଳୁଥିଲା ସେଥିରେ ନିଜେ ଚଳିବା ସହ ନିଜର ଗୁଜୁରାଣ ମେଣ୍ଟାଉଥିଲେ । ସେହି ବୃଦ୍ଧଙ୍କୁ ଦିନେ ହଠାତ୍ ବିମାନରେ ବସି ଆକାଶମାର୍ଗରେ ଯାତ୍ରା କରିବାର ସୁଯୋଗଟିଏ ମିଳିଲା । ଯାହା କେବେ ସମ୍ଭବ (possible) ହେବ ବୋଲି ସେ ଭାବି ନଥିଲେ । ବିମାନରେ ଯାତ୍ରା (travel) କରିବା ପରେ ସେ ଯାହା ବଖାଣିଥିଲେ ତାହା ଅତ୍ୟନ୍ତ ଖୁସିର ମୁହୂର୍ତ୍ତ ଥିଲା ।
ଆପଣଙ୍କୁ ଜଣାଇବାକୁ ଚାହୁଁ ଯେ, ଶହ ଶହ ଲୋକଙ୍କ ମଧ୍ୟରୁ ଲଟେରୀ ସିଷ୍ଟମ (Lottery system) ମାଧ୍ୟମରେ ସମୁଦାୟ ୩୨ ଜଣ ଲୋକଙ୍କୁ ତୀର୍ଥଯାତ୍ରା ପଠାଇବା ପାଇଁ ମନୋନୀତ କରାଯାଇଥିଲା । ଯେଉଁଥିରେ ୬୨ ବର୍ଷିୟ କମଲ କୁମାର ଅହିରୱାଲ ମଧ୍ୟ ସାମିଲ ଥିଲେ । ସେ ପେଶାରେ ଜଣେ ଛୋଟ ବ୍ୟବସାୟୀ । ପ୍ରତିଦିନ ଚିନାବାଦମ ବିକି ନିଜ ପରିବାର ଚଳାନ୍ତି । ବୃଦ୍ଧ କମଲ ଅହିରୱର ସାଗର ବସ ଷ୍ଟାଣ୍ଡ୍ (Bus stand) ନିକଟରେ ଏକ ଛୋଟ ଦୋକାନ ମଧ୍ୟ କରିଛନ୍ତି । ଅଧିକାଂଶ ସମୟରେ ସେ ସେହି ଷ୍ଟଲ ନିକଟରେ ବସି ଚିନାବାଦାମ ବିକ୍ରି କରିଥାନ୍ତି । କମଲ କୁମାର ଅହିରୱାଲଙ୍କ କହିବାନୁଯାୟୀ, ତାଙ୍କ ପରି ଅଳ୍ପ ଟଙ୍କା (Money) ରୋଜଗାର କରୁଥିବା ବ୍ୟକ୍ତିଙ୍କ ପାଇଁ ବିମାନ ଯାତ୍ରା ଏକ ସ୍ୱପ୍ନ ପରି । ତୀର୍ଥଯାତ୍ରା ଯୋଜନା ମାଧ୍ୟମରେ ଲଟେରି ପାଇବା ପରେ ସେ ମାଗଣାରେ ବିମାନଯାତ୍ରା କରିବାର ସୁଯୋଗଟିଏ ପାଇଲେ । ଯାହା ତାଙ୍କ ପାଇଁ ବଡ଼ ଖୁସିର ମୁହୂର୍ତ୍ତ ଥିଲା । ନିଜର ଖୁସି ପ୍ରକାଶ କରିବା ସହ ଉତ୍ସାହିତ ହୋଇ କମଲ କହିଛନ୍ତି ଯେ, ଭୋପାଳରୁ ଆଗ୍ରା (bhopal to agra) ପର୍ଯ୍ୟନ୍ତ ସେ ବିମାନରେ ଯାତ୍ରା କରିଥିଲେ । ଏହି ଯାତ୍ରା ମାଧ୍ୟମରେ ସେ ମଥୁରା ସହର ବୁଲିବା ସହ ପ୍ରଭୁ ଶ୍ରୀକୃଷ୍ଣଙ୍କ ମନ୍ଦିର ଦର୍ଶନ କରିବାର ସୁଯୋଗ ପାଇଥିଲେ । ଭଗବାନଙ୍କ ଆଶୀର୍ବାଦ (gods blessings) ଓ କୃପା ଦ୍ୱାରା ଏହା ସମ୍ଭବ ହେଲା ବୋଲି ସେ କହିଛନ୍ତି ।
କମଲ କୁମାର ଏକଥା ମଧ୍ୟ କହିଛନ୍ତି ଯେ, ସେ ତୀର୍ଥଯାତ୍ରା ଆରମ୍ଭ (Start) କରିବାର ମାତ୍ର ୩ ଦିନ ପୂର୍ବରୁ ତାଙ୍କୁ ପ୍ରଶାସନିକ କାର୍ଯ୍ୟାଳୟରୁ ସୂଚନା ପ୍ରଦାନ କରାଯାଇଥିଲା । ତିର୍ଥଯାତ୍ରା ପାଇଁ ସୁଯୋଗ ମିଳିବା କଥା ପ୍ରଶାସନିକ ଅଧିକାରୀଙ୍କ ନିକଟରୁ ଶୁଣିବା ପରେ ସେ ଖୁବ୍ ଆନନ୍ଦିତ ହୋଇଥିଲେ । ସେହି ଖୁସିରେ ତାଙ୍କୁ ୨ ଦିନ ପର୍ଯ୍ୟନ୍ତ ନିଦ ମଧ୍ୟ ସଠିକ୍ ଭାବରେ ହୋଇନଥିଲା । ମାତ୍ର ୩ ଦିନ ମଧ୍ୟରେ ସେ ଯାତ୍ରା ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ । ଯିବା, ଆସିବା, ରହିବା ସମ୍ପର୍କରେ ପ୍ରଶାସନିକ ଅଧିକାରୀଙ୍କ ନିକଟରୁ ସମସ୍ତ ତଥ୍ୟ (Information) ହାସଲ କରିଥିଲେ । ତଥାପି ବିମାନରେ ପ୍ରଥମଥର ଯାତ୍ରା କରୁଥିବାରୁ ମନରେ ସାମାନ୍ୟ ଭୟ ଥିଲା ବୋଲି କମଲ ପଡୋଶୀଙ୍କ ନିକଟରେ ପ୍ରକାଶ କରିଛନ୍ତି । ବିମାନରେ ଯାତ୍ରା ସମୟରେ ସେ ଝରକା ଫାଙ୍କରେ ବାଦଲ ଦେଖି ବେଶ୍ ଖୁସି (Happy) ଅନୁଭବ କରିଛନ୍ତି । ଆପଣଙ୍କୁ ସୂଚନା ଦେବାକୁ ଚାହୁଁ ଯେ, ଏହି ଯୋଜନାରେ ଭୋପାଳରୁ ୩୨ ତୀର୍ଥଯାତ୍ରୀ ମଥୁରା ବୁଲିବାକୁ ଯାଇଥିଲେ । ଭୋପାଳ ବିମାନବନ୍ଦରରୁ ଆଗ୍ରା ବିମାନବନ୍ଦର (Agra Airport)ରେ ଓହ୍ଲାଇବା ପର୍ଯ୍ୟନ୍ତ ପ୍ରଥମ ଥର ବିମାନରେ ବସି ଯାତ୍ରା କରୁଥିବା ଯାତ୍ରୀମାନେ ନିଆରା ଅନୁଭବ ନେଉଥିଲେ । ଯାତ୍ରୀଙ୍କ ପାଇଁ ସମସ୍ତ ସୁବିଧା କରାଯାଇଥିଲା ।
Also read- ପରେ ମିଳିଥିବା ଟଙ୍କାରେ ଜୀବନକୁ ଉପଭୋଗ କଲେ ବ୍ୟକ୍ତି: କହିଲେ ପିଲାଙ୍କୁ ଟଙ୍କେ ବି ଦେବିନି, ନିଜେ ରୋଜଗାର କର