Old Pension Scheme: ପୁରୁଣା ପେନସନ ଯୋଜନା (OPS) ଲାଗୁ କରିବାକୁ ସାରା ଦେଶରେ ସରକାରୀ କର୍ମଚାରୀମାନେ ଦାବି କରୁଛନ୍ତି । କର୍ମଚାରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି କେତେକ ରାଜ୍ୟ ସରକାର ମଧ୍ୟ ପୁରୁଣା ପେନସନ ସ୍କିମ୍ କାର୍ଯ୍ୟକାରୀ କରିଛନ୍ତି । ବର୍ତ୍ତମାନ ସମୟରେ ପୁରୁଣା ପେନସନ ଯୋଜନା ସାରା ଦେଶରେ ଏକ ରାଜନୈତିକ ପ୍ରସଙ୍ଗ ପାଲଟିଛି । ଯେଉଁ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଛି, ରାଜନୈତିକ ଦଳମାନେ ପୁରୁଣା ପେନସନ୍ (Old Pension Scheme) ଲାଗୁ କରିବାକୁ ପ୍ରତିଶ୍ରୁତି ଦେଉଛନ୍ତି । ତେବେ ଏହା ଉପରେ ସମସ୍ତ ବିଶେଷଜ୍ଞଙ୍କ ସମେତ ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ କହିଛି ଯେ, ଭବିଷ୍ୟତରେ ଏହା ଯୋଗୁଁ ଦେଶର ଅର୍ଥ ବ୍ୟବସ୍ଥା ବିଗିଡ଼ିପାରେ । 


COMMERCIAL BREAK
SCROLL TO CONTINUE READING

ଏସବୁ ମଧ୍ୟରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ (Andhra Pradesh CM) ଜଗନ୍ ମୋହନ ରେଡ୍ଡୀ (Jagan Mohan Reddy) ଙ୍କ ନୂତନ ପେନସନ ଯୋଜନା (Andhra Pradesh Pension Scheme) ଉପରେ ଚର୍ଚ୍ଚା ହେଉଛି । ଏହାକୁ ସରକାର ଗ୍ୟାରେଣ୍ଟିଡ୍ ପେନସନ୍ ସ୍କିମ୍ (Guaranteed Pension Scheme-GPS) ନାମରେ ନାମିତ କରିଛନ୍ତି । ତେବେ ଏହା ସହ ଜଡିତ କୌଣସି ପ୍ରସ୍ତାବ ଅର୍ଥ ମନ୍ତ୍ରଣାଳୟକୁ ପଠାଯାଇ ନାହିଁ । କିନ୍ତୁ ସୂତ୍ରରୁ ପ୍ରକାଶ ଯେ ଜଗନ ମୋହନ ରେଡ୍ଡୀ ସରକାର ଏହା ଉପରେ କାର୍ଯ୍ୟ କରୁଛନ୍ତି । ଏହି ପେନସନ ସ୍କିମ୍ (Pension Scheme) ବିଷୟରେ ବିଶେଷ କଥା ହେଉଛି ଉଭୟ ନୂତନ ପେନସନ୍ ଓ ପୁରୁଣା ପେନସନ୍ ଯୋଜନାର ବ୍ୟବସ୍ଥା ଏଥିରେ ଅନ୍ତର୍ଭୂକ୍ତ କରାଯାଇଛି ।


ଗ୍ୟାରେଣ୍ଟିଡ୍ ପେନସନ୍ ସ୍କିମ୍ (GPS) ଅଧୀନରେ ଯଦି ଜଣେ କର୍ମଚାରୀ ପ୍ରତି ମାସରେ ତାଙ୍କର ବେସିକ ବେତନର ୧୦ ପ୍ରତିଶତ ଜମା କରନ୍ତି, ତେବେ ସେ ତାଙ୍କ ବେତନର ୩୩ ପ୍ରତିଶତ ଅବସର ସମୟରେ ପେନସନ୍ ଭାବରେ ପାଇବେ । ୧୦ ପ୍ରତିଶତ ରାଜ୍ୟ ସରକାର ମଧ୍ୟ ଜିପିଏସରେ ଜମା କରିବେ । ଏଥିରେ ଦ୍ୱିତୀୟ ବ୍ୟବସ୍ଥା ହେଉଛି ଯଦି କର୍ମଚାରୀ ତାଙ୍କ ବେତନର ୧୪ ପ୍ରତିଶତ ଜମା କରନ୍ତି, ତେବେ ଅବସର ପରେ ତାଙ୍କୁ ୪୦ ପ୍ରତିଶତ ପେନସନ ମିଳିବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ଆନ୍ଧ୍ର ପ୍ରଦେଶରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର (Central Government) ଅନୁମତି ଦେଇନାହାଁନ୍ତି । ଏହା ଏକ ମଜାଦାର ମଡେଲ ବୋଲି କେନ୍ଦ୍ର ସରକାରୀ କର୍ମଚାରୀ କହିଛନ୍ତି । କିନ୍ତୁ ଏଥିରେ ଅଧିକ ସୂଚନା ଆବଶ୍ୟକ । ଆପଣଙ୍କୁ କହି ରଖୁଛୁ ଯେ, ପୁରୁଣା ପେନସନ୍ ସ୍କିମ୍ (Old Pension Scheme) ଅନୁଯାୟୀ କର୍ମଚାରୀଙ୍କୁ ଶେଷ ବେତନର ୫୦ ପ୍ରତିଶତ ପେନସନ୍ ମିଳିଥାଏ । ପେନସନ୍‌ ଭାବରେ ପୈଠ କରାଯାଇଥିବା ଏହି ସମ୍ପୂର୍ଣ୍ଣ ରାଶି ସରକାର ପ୍ରଦାନ କରନ୍ତି ।


ଅଧିକ ପଢ଼ନ୍ତୁ:-ରାସନ କାର୍ଡ ଧାରକଙ୍କ ପାଇଁ ବଡ଼ ଖୁସି ଖବର, ଏଣିକି ମାଗଣା ରାସନ ସହ ମିଳିବ ୧୦୦୦ ଟଙ୍କା!


ଅଧିକ ପଢ଼ନ୍ତୁ:-ଆମେରିକା କଲା ସିକ୍ରେଟ ମିଟିଂ, ପୁଣି ଥରେ ଆଫଗାନିସ୍ତାନରେ ହେବ କ୍ଷମତା ପରିବର୍ତ୍ତନ! ପାକିସ୍ତାନ ପାଇଁ ଖୁସି ଖବର


ଅଧିକ ପଢ଼ନ୍ତୁ:-ପୁରୁଣା ପେନସନ ଯୋଜନା ଲାଗୁ କରିବାକୁ ନେଇ ଆସିଲା ବଡ଼ ଅପଡେଟ୍, କର୍ମଚାରୀଙ୍କ ପାଇଁ ସରକାର ନେଲେ ଏହି ବଡ଼ ପଦକ୍ଷେପ


ସେପେଟ ଜାତୀୟ ପେନସନ୍ ସ୍କିମ୍ ଅର୍ଥାତ ନୂତନ ପେନସନ୍ ସିଷ୍ଟମ ହେଉଛି ଏକ ଦୀର୍ଘକାଳୀନ ନିବେଶ ଯୋଜନା । ଏହା ଅଧୀନରେ ଅବସର ପରେ କର୍ମଚାରୀ ଗୋଟିଏ ଥରରେ ଏକ ବଡ଼ ପାଣ୍ଠି ପାଆନ୍ତି । ଏଥିରେ ନିବେଶ କରୁଥିବା ବ୍ୟକ୍ତି 80-ସିସିଡି (1 ବି) ଅଧୀନରେ ୫୦,୦୦୦ ଟଙ୍କା ରିହାତି ପାଇବେ । ଏହା ବ୍ୟତୀତ ଆୟକର ଅଧିନିୟମର ଧାରା 80-C ଅନୁଯାୟୀ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିଯାଇଥାଏ ।