ତାଲିବାନ ପାଇଁ ଆସିବାକୁ ଯାଉଛି ଖରାପ ସମୟ, ଆମେରିକା କଲା ସିକ୍ରେଟ୍ ବୈଠକ, ପୁଣି ଥରେ ଆଫଗାନିସ୍ତାନରେ ହେବ କ୍ଷମତା ପରିବର୍ତ୍ତନ!
Advertisement

ତାଲିବାନ ପାଇଁ ଆସିବାକୁ ଯାଉଛି ଖରାପ ସମୟ, ଆମେରିକା କଲା ସିକ୍ରେଟ୍ ବୈଠକ, ପୁଣି ଥରେ ଆଫଗାନିସ୍ତାନରେ ହେବ କ୍ଷମତା ପରିବର୍ତ୍ତନ!

Pakistan TTP Taliban: ଆମେରିକା ଓ ଏହାର ପାଶ୍ଚାତ୍ୟ ସହଯୋଗୀମାନେ ଆଫଗାନିସ୍ତାନ ସମ୍ବନ୍ଧରେ ଏକ ଗୁପ୍ତ ବୈଠକ କରିଛନ୍ତି । ଏଥିରେ ପାକିସ୍ତାନୀ ସେନା ପାଇଁ ବିପଦ ପାଲଟିଥିବା ତେହେରିକ-ଇ-ତାଲିବାନ ଆତଙ୍କବାଦୀମାନେ ଆମେରିକା ଓ ପାଶ୍ଚାତ୍ୟ ଦେଶ ପାଇଁ ମଧ୍ୟ ଏକ ବଡ଼ ବିପଦ ବୋଲି ମନେ କରାଯାଇଛି । ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ ନିକଟ ଅତୀତରେ ଆଫଗାନିସ୍ତାନ ଉପରେ ଗଠିତ ଗ୍ରୁପ ଗତ ମାସରେ ପ୍ୟାରିସରେ ଏକ ଗୁପ୍ତ ବୈଠକ କରିଥିଲା ।

ତାଲିବାନ ପାଇଁ ଆସିବାକୁ ଯାଉଛି ଖରାପ ସମୟ, ଆମେରିକା କଲା ସିକ୍ରେଟ୍ ବୈଠକ, ପୁଣି ଥରେ ଆଫଗାନିସ୍ତାନରେ ହେବ କ୍ଷମତା ପରିବର୍ତ୍ତନ!

Pakistan TTP Taliban: ଆଫଗାନିସ୍ତାନ (Afghanistan) ରେ ପୁଣି ଥରେ ଆମେରିକା (America) ର କାର୍ଯ୍ୟାନୁଷ୍ଠାନର ଆଶଙ୍କା ବଢ଼ିବାରେ ଲାଗିଛି । ଆମେରିକା (US) ଓ ଏହାର ପାଶ୍ଚାତ୍ୟ ସହଯୋଗୀମାନେ ଆଫଗାନିସ୍ତାନ ସମ୍ବନ୍ଧରେ ଏକ ଗୁପ୍ତ ବୈଠକ କରିଛନ୍ତି । ଏଥିରେ ପାକିସ୍ତାନୀ ସେନା (Pakistan Army) ପାଇଁ ବିପଦ ପାଲଟିଥିବା ତେହେରିକ-ଇ-ତାଲିବାନ (Tehreek-e-Taliba) ଆତଙ୍କବାଦୀମାନେ ଆମେରିକା ଓ ପାଶ୍ଚାତ୍ୟ ଦେଶ ପାଇଁ ମଧ୍ୟ ଏକ ବଡ଼ ବିପଦ ବୋଲି ମନେ କରାଯାଇଛି । ପାକିସ୍ତାନୀ ଗଣମାଧ୍ୟମ (Pakistani Media) ଅନୁଯାୟୀ ନିକଟ ଅତୀତରେ ଆଫଗାନିସ୍ତାନ ଉପରେ ଗଠିତ ଗ୍ରୁପ ଗତ ମାସରେ ପ୍ୟାରିସରେ ଏକ ଗୁପ୍ତ ବୈଠକ କରିଥିଲା । ଏଥିରେ ଆଫଗାନିସ୍ତାନରେ ଆତଙ୍କବାଦୀଙ୍କ ସକ୍ରିୟତା ଉପରେ ପାକିସ୍ତାନୀ ପକ୍ଷକୁ ସମର୍ଥନ କରାଯାଇଛି । ଏହା ମଧ୍ୟ ଆଶଙ୍କା କରାଯାଉଛି ଯେ ଆମେରିକା ତାଲିବାନ (Taliban) ର ଉଦାରବାଦୀ ଦଳକୁ ବଢ଼ାଇପାରେ ।

ଫେବୃଆରୀ ୨୦ରେ ପ୍ୟାରିସରେ ଆୟୋଜିତ ଏହି ବୈଠକରେ ଅଷ୍ଟ୍ରେଲିଆ, କାନାଡା, ୟୁରୋପୀୟ ୟୁନିଅନ୍, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନରୱେ, ସ୍ୱିଜରଲ୍ୟାଣ୍ଡ, ଫ୍ରାନ୍ସ ଏବଂ ବ୍ରିଟେନର ପ୍ରତିନିଧୀମାନେ ଅଂଶଗ୍ରହଣ କରିଥିଲେ । ଏଥିରେ ଦିନକୁ ଦିନ ଆଫଗାନିସ୍ତାନର  ଖରାପ ହେଉଥିବା ପରିସ୍ଥିତି ଉପରେ ଆଲୋଚନା କରାଯାଉଥିଲା । ପ୍ରାୟ ଦୁଇ ସପ୍ତାହ ଧରି ଏହି ବୈଠକ ବିଷୟରେ କୌଣସି ବୟାନ ଦିଆଯାଇ ନଥିଲା । ବର୍ତ୍ତମାନ ଆମେରିକାର ବୈଦେଶିକ ବିଭାଗ ମଙ୍ଗଳବାର ଏକ ବୟାନ ଜାରି କରିଛି । ଏଥିରେ ଆଫଗାନିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ଗୋଷ୍ଠୀକୁ ନେଇ ଗଭୀର ଚିନ୍ତା ପ୍ରକଟ କରାଯାଇଛି, ଯେଉଁଥିରେ ଟିଟିପି (TTP) ଅନ୍ତର୍ଭୁକ୍ତ ଅଛି ।

ଆମେରିକା ତାଲିବାନକୁ ଚେତାବନୀ ଦେଇଛି

ଏକ୍ସପ୍ରେସ ଟ୍ରିବ୍ୟୁନର ରିପୋର୍ଟ ଅନୁଯାୟୀ, ୟୁକ୍ରେନ ଯୁଦ୍ଧ (UKriane War) ର ଏକ ବର୍ଷ ପୂରା ହେବାପରେ ଏହି ସିକ୍ରେଟ ବୈଠକ ଆୟୋଜିତ ହୋଇଥିଲା । ଏହା ମଧ୍ୟ ଦର୍ଶାଏ ଯେ ୟୁକ୍ରେନ ଯୁଦ୍ଧ ପରେ ମଧ୍ୟ ଆଫଗାନିସ୍ତାନ ଉପରେ ଆମେରିକାର ଧ୍ୟାନ ରହିଛି । ବୟାନରେ କୁହାଯାଇଛି ଯେ ଟିଟିପି, ଆଇଏସକେପି ଭଳି ଆତଙ୍କବାଦୀ ସଂଗଠନ ଆଫଗାନିସ୍ତାନ ଓ ଏହାର ଅଞ୍ଚଳ ତଥା ଆଗକୁ ଦୁନିଆର ସୁରକ୍ଷା ତଥା ସ୍ଥିରତାକୁ ବହୁତ ପ୍ରଭାବିତ କରିବ । ଏହି ବୈଠକରେ ଆଫଗାନିସ୍ତାନର ତାଲିବାନ ସରକାରଙ୍କୁ ଏହି ଗୋଷ୍ଠୀମାନଙ୍କୁ ସୁରକ୍ଷିତ ସ୍ଥାନ ନଦେବାକୁ କୁହାଯାଇଛି ।

ରିପୋର୍ଟରେ କୁହାଯାଇଛି ଯେ ଏହା ପ୍ରଥମ ଥର ପାଇଁ ପାଶ୍ଚାତ୍ୟ ଦେଶଗୁଡିକ ଟିଟିପିକୁ ସେମାନଙ୍କ ସୁରକ୍ଷା ପ୍ରତି ବିପଦ ବୋଲି ମନେ କରିଛନ୍ତି । ଏହା ପାକିସ୍ତାନ ପାଇଁ ଏକ ଖୁସି ଖବର ଭଳି । ଟିଟିପି ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାକିସ୍ତାନ ତାଲିବାନ ଉପରେ କ୍ରମାଗତ ଚାପ ପକାଉଛି । ଅନ୍ୟପକ୍ଷରେ ତାଲିବାନ ଟିଟିପିର ଅସ୍ତିତ୍ୱକୁ ଅସ୍ୱୀକାର କରୁଛି । ନିକଟ ଅତୀତରେ ଟିଟିପି ପେଶୱାରର ଏକ ମସଜିଦ ଉପରେ ଭୟଙ୍କର ଆକ୍ରମଣ କରି ୧୦୦ରୁ ଅଧିକ ପୋଲିସ କର୍ମଚାରୀଙ୍କୁ ହତ୍ୟା କରିଥିଲା । ଏହା ବ୍ୟତୀତ କରାଚିରେ ଥିବା ପୋଲିସ ମୁଖ୍ୟାଳୟ ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା ।

ତାଲିବାନରେ କ୍ଷମତା ପରିବର୍ତ୍ତନ କରିବ ଆମେରିକା! 

ପାକିସ୍ତାନୀ ଖବରକାଗଜରେ କୁହାଯାଇଛି ଯେ, ଆଫଗାନିସ୍ତାନରେ ପାଶ୍ଚାତ୍ୟ ଦେଶଗୁଡ଼ିକର ଆଗ୍ରହ ଏହି କଥାର ସଂକେତ ଦେଉଛି କି ପୁଣି ଥରେ ଆଫଗାନିସ୍ତାନର ପରିସ୍ଥିତିକୁ ନେଇ ସେମାନେ ଚିନ୍ତିତ ଅଛନ୍ତି । ଆମେରିକାରେ ଅଲ କାଏଦା ଆକ୍ରମଣ ପରେ ଏହି ଗୋଷ୍ଠୀ ଗଠନ କରାଯାଇଥିଲା । ଏକ୍ସପ୍ରେସ ଟ୍ରିବ୍ୟୁନର ଏହି ରିପୋର୍ଟ ଲେଖିଥିବା ପାକିସ୍ତାନର ଜଣାଶୁଣା ସାମ୍ବାଦିକ କାମ୍ରାନ ୟୁସୁଫ ତାଙ୍କ ଭି-ବ୍ଲଗରେ ଦାବି କରିଛନ୍ତି ଯେ ଯଦି ତାଲିବାନ ଠୋସ୍ ପଦକ୍ଷେପ ଗ୍ରହଣ ନକରେ ତେବେ ଆଫଗାନିସ୍ତାନରେ ଆତଙ୍କବାଦୀଙ୍କ ବିରୋଧରେ ଆମେରିକା ପୁଣି ଥରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ । ଏଥିରେ ପାକିସ୍ତାନ ତାଙ୍କୁ ସାହାଯ୍ୟ କରିପାରିବ ।

ଅଧିକ ପଢ଼ନ୍ତୁ:-ପୁରୁଣା ପେନସନ ଯୋଜନା ଲାଗୁ କରିବାକୁ ନେଇ ଆସିଲା ବଡ଼ ଅପଡେଟ୍, କର୍ମଚାରୀଙ୍କ ପାଇଁ ସରକାର ନେଲେ ଏହି ବଡ଼ ପଦକ୍ଷେପ

ଅଧିକ ପଢ଼ନ୍ତୁ:-ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନରେ ବମ୍ପର ନିଯୁକ୍ତି ପାଇଁ ପଞ୍ଜୀକରଣ ଆରମ୍ଭ, ଦରମା ୬୭,୭୦୦ ଟଙ୍କା ପ୍ରତି ମାସ; ଏପରି କରନ୍ତୁ ଆବେଦନ

ଅଧିକ ପଢ଼ନ୍ତୁ:-'ମୁଁ ପ୍ରେମିକ ସହିତ ରାତି ବିତାଇବାକୁ ଚାହୁଁଛି', ପତ୍ନୀଙ୍କ ଶେଷ ଇଚ୍ଛା ଜାଣି ପତିଙ୍କ ଉଡ଼ିଲା ହୋସ୍!

କାମ୍ରାନ୍ ଦାବି କରିଛନ୍ତି ଯେ, ଏହି ସମୟରେ ତାଲିବାନ ମଧ୍ୟରେ ମତଭେଦ ବୃଦ୍ଧି ପାଇଛି । ଆମେରିକା ପାକିସ୍ତାନ ସହାୟତାରେ ତାଲିବାନ ଶାସନର ନେତୃତ୍ୱ ବଦଳାଇପାରେ । ତାଲିବାନରେ ଉଦାରବାଦୀ ଦଳ ଓ ଚରମପନ୍ଥୀ ଦଳ ମଧ୍ୟରେ ବିବାଦ ଯଥେଷ୍ଟ ବୃଦ୍ଧି ପାଇଛି । ସେ କହିଛନ୍ତି ଯେ ଆମେରିକା ଉଦାରବାଦୀ ଦଳକୁ ପ୍ରୋତ୍ସାହିତ କରିବାକୁ ଚାହୁଁଛି । ଏହି ନୂତନ ଘଟଣାକ୍ରମ ପାକିସ୍ତାନ ଉପରେ ଏକ ବଡ଼ ପ୍ରଭାବ ପକାଇବ ।