Petrol Diesel Price Today: ଅଗଷ୍ଟ ୧୩ ତାରିଖ ତଥା ଆଜି ସାରା ଦେଶର ପେଟ୍ରୋଲ ଡିଜେଲର ନୂଆ ମୂଲ୍ୟ ପ୍ରକାଶ ପାଇଛି। ଜାତୀୟ ସ୍ତରରେ ଇନ୍ଧନ ମୂଲ୍ୟରେ ସ୍ଥିରତା ଦେଖିବାକୁ ମିଳିଛି। କିନ୍ତୁ, ମଙ୍ଗଳବାର ଦିନ ଦେଶର ପ୍ରମୁଖ ସହର ଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦର ଲୋକଙ୍କ ଚିନ୍ତା ବଢାଇଛି।  କିଛି ସ୍ଥାନରେ ଦର ବୃଦ୍ଧି ପାଇଥିବା ବେଳେ ଆଉ କିଛି ସ୍ଥାନରେ ଦର ସ୍ଥିର ରହିଛି। ଆସନ୍ତୁ ଜାଣିବା କେଉଁ ସହରର କେତେ ରହିଛି ଡିଜେଲ-ପେଟ୍ରୋଲ୍ ମୂଲ୍ୟ ?


COMMERCIAL BREAK
SCROLL TO CONTINUE READING

ALSO READ: Career Horoscope Today: ଆଜି କର୍ମକ୍ଷେତ୍ରରେ ଚମକିବ କନ୍ୟା ସହ ଏହିସବୁ ରାଶିଙ୍କ ଭାଗ୍ୟ, ମିଳିବ ପଦୋନ୍ନତି ସହ...


ALSO READ: Mercury Transit 2024: ଅଗଷ୍ଟ ୨୨ରେ ବୁଧଙ୍କ ଚଳନ, ଏହିସବୁ ରାଶିଙ୍କର ବଢିବ ଆୟ ସହ ମିଳିବ...


ଓଡ଼ିଶାରେ ଆଜି ପେଟ୍ରୋଲ ମୂଲ୍ୟ (୧ ଲିଟର) ପିଛା  ୧୦୧ ଟଙ୍କା ୦୫ ପଇସା ରହିଛି । ସେହିପରି ଡିଜେଲ (୧ ଲିଟର) ୯୨ ଟଙ୍କା ୬୨ ପଇସା ରହିଛି। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହୁଁଛୁ ଯେ, ଆଜି ଓଡିଶାରେ ପେଟ୍ରୋଲ୍ ଲିଟର ପିଛା ୮ ପଇସା  ଓ ଡିଜେଲ୍ ଲିଟର ପିଛା ୭ ପଇସା ବୃଦ୍ଧି ପାଇଛି। ତେବେ,  ଗତକାଲି ତୈଳ ରେଟ୍ ଖସି ଥିଲା ବେଳେ ଆଜି ଦର ବଢିଛି। ତୈଳ ଦର ବୃଦ୍ଧି କାଟ୍ କରିବାକୁ ବହୁବାର ଦାବି ହୋଇଥିଲେ ମଧ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଉ ନଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।


ALSO READ:Odisha News: ବାର୍ ମାଲିକଙ୍କୁ ବଡ଼ ଝଟକା, ରାଜଧାନୀରେ ଏଣିକି ବାର୍‌ଗାର୍ଲ ନାଚିବା ମନା


ଦେଶର ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ମୂଲ୍ୟ(୧ ଲିଟର) ୯୪.୭୨ ରହିଥିବା ବେଳେ ଡିଜେଲ (୧ ଲିଟର) ୮୭.୬୨ ରହିଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୪.୨୧ ରହିଥିବା ବେଳେ ଡିଜେଲ(୧ ଲିଟର) ୯୨.୧୫ ରହିଛି। ସେପଟେ, ଚେନ୍ନାଇରେ ପେଟ୍ରୋଲ ମୂଲ୍ୟ(୧ ଲିଟର) ୧୦୦ . ୭୫ ରହିଥିବା ବେଳେ ଡିଜେଲ (୧ ଲିଟର) ୯୨.୩୪ ରହିଛି। କୋଲକାତାରେ ପେଟ୍ରୋଲ ମୂଲ୍ୟ (୧ ଲିଟର) ୧୦୩.୯୪ ରହିଥିବା ବେଳେ ଡିଜେଲ (୧ ଲିଟର) ୯୦.୭୬ ରହିଛି।


ଏମିତି ଭାବେ ପ୍ରତ୍ୟକ ଦିନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଯାଞ୍ଚ କରିପାରିବେ:
ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପ୍ରତିଦିନ ସକାଳ ୬ ଟାରେ ବଦଳିଥାଏ (Today Petrol Diesel Price)। ସକାଳ ୬ ଟାରୁ ନୂତନ ଦର କାର୍ଯ୍ୟକାରୀ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ, ଭାଟ୍ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ମୂଳ ମୂଲ୍ୟଠାରୁ ଦ୍ୱିଗୁଣିତ ହୁଏ। ଏହି କାରଣରୁ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଏତେ ଅଧିକ ଦେଖାଯାଏ।


ଆପଣ ଘରେ ବସି ଏପରି ଯାଞ୍ଚ କରିପାରିବେ ମୂଲ୍ୟ:
ଆପଣ ନିଜ ସହରରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସହଜରେ ଜାଣିପାରିବେ। ଏଥିପାଇଁ ତୌଳ ମାର୍କେଟିଂ କମ୍ପାନୀଗୁଡିକର ୱେବସାଇଟକୁ ଯିବାକୁ କିମ୍ବା ଏକ SMS ପଠାଇବାକୁ ପଡିବ। ଯଦି ଆପଣ ଜଣେ ଇଣ୍ଡିଆନ ଅଏଲ୍ ଗ୍ରାହକ ତେବେ ଆପଣ RSP ସହିତ 9224992249 ନମ୍ବରକୁ SMS ପଠାଇ ପାରିବେ ଏବଂ ଯଦି ଆପଣ ଜଣେ BPCL ଗ୍ରାହକ ତେବେ ଆପଣ RSP ଲେଖି 9223112222 ନମ୍ବରକୁ SMS ପଠାଇ ପାରିବେ । ଏହାପରେ ଆପଣଙ୍କୁ SMS ମାଧ୍ୟମରେ ଦର ବିଷୟରେ ସୂଚନା ମିଳିଯିବ।