Odisha News: ବାର୍ ମାଲିକଙ୍କୁ ବଡ଼ ଝଟକା, ରାଜଧାନୀରେ ଏଣିକି ବାର୍‌ଗାର୍ଲ ନାଚିବା ମନା
Advertisement
Article Detail0/zeeodisha/odisha2381227

Odisha News: ବାର୍ ମାଲିକଙ୍କୁ ବଡ଼ ଝଟକା, ରାଜଧାନୀରେ ଏଣିକି ବାର୍‌ଗାର୍ଲ ନାଚିବା ମନା

Odisha News: ବାର୍ ମାଲିକଙ୍କୁ ବଡ଼  ଝଟକା। ଏଣିକି ବାର୍ ରେ ନାଚିବେ ନାହିଁ ବାର୍ ଗାର୍ଲ। କଡ଼କଡି ହେଲା ଅବକାରୀ ଆଇନ୍। ବକାରୀ ବିଭାଗର ଏଭଳି କଠୋର ନୀତି ପରେ ବାର୍‌ ଓ ପବ୍‌ ମାଲିକଙ୍କ ମୁଣ୍ଡରେ ପଡିଛି ବଡ଼ ଚଡ଼କ। 

Odisha News: ବାର୍ ମାଲିକଙ୍କୁ ବଡ଼ ଝଟକା, ରାଜଧାନୀରେ ଏଣିକି ବାର୍‌ଗାର୍ଲ ନାଚିବା ମନା

Odisha News: ବାର୍ ମାଲିକଙ୍କୁ ବଡ଼  ଝଟକା। ଏଣିକି ବାର୍ ରେ ନାଚିବେ ନାହିଁ ବାର୍ ଗାର୍ଲ। କଡ଼କଡି ହେଲା ଅବକାରୀ ଆଇନ୍। ଏଣିକି ଅନୁମତିପ୍ରାପ୍ତ ଠିପି ଖୋଲା ବିଦେଶୀ ମଦ ଦୋକାନ ଗୁଡିକରେ ମଦ ପିଇ ନାଚି ପାରିବେ ନାହିଁ ଗ୍ରାହକ କି ବାର୍ ଗାର୍ଲ। ଅବକାରୀ ବିଭାଗର ଏଭଳି କଠୋର ନୀତି ପରେ ବାର୍‌ ଓ ପବ୍‌ ମାଲିକଙ୍କ ମୁଣ୍ଡରେ ପଡିଛି ବଡ଼ ଚଡ଼କ। ଭୁବନେଶ୍ବରରେ ଥିବା ବାଲ୍ ଗୁଡିକରେ  ବାର୍ ଗାର୍ଲଙ୍କୁ ଅନେକ ସମୟରେ ନିର୍ଯ୍ୟାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ସେମାନଙ୍କୁ ଗ୍ରାହକଙ୍କ ସହ ରାତ୍ରୀଯାପନ କରିବା ପାଇଁ ମାଲିକ ମାନେ ବାଧ୍ୟ କରାଯାଉଥିବା ଅଭିଯୋଗ ମଧ୍ୟ ରହିଛି। ଯାହାକୁ କେନ୍ଦ୍ର କରି ବାର୍‌ଗାର୍ଲ ଆତ୍ମହତ୍ୟା କରିବା ଭଳି ଘଟଣା ମଧ୍ୟ ଘଟିଥିବା ନଜିର ରହିଛି। ଏନେଇ ଏବେ ସଜାଗ ହୋଇ ଉଠିଛି ଅବକାରୀ ବିଭାଗ।

ଅନୁମୋଦିତ ସ୍ଥାନଠାରୁ ଅନତ୍ର ମଦ ଦୋକାନ ଖୋଲି ପାରିବେନି ବାର୍ ମାଲିକ ।  ଏହାସହିତ ଜାତୀୟ ରାଜପଥ ଓ ରାଜପଥକୁ ଦୃଶ୍ୟମାନ ହେଲା ଭଳି ମଦ କୋଦାନକୁ ସାଇନ୍ ବୋର୍ଡ଼ କିମ୍ବା ହୋର୍ଡିଂ ତୁରନ୍ତ ହଟାଇବାକୁ ପଡିବ।  ଭୁବନେଶ୍ବର ଅବକାରୀ ଜିଲ୍ଲା ଅଧିକ୍ଷକ  ସୁମିତି ତ୍ରୀପାଠୀ ସୋମବାର ସମସ୍ତ ଅବକାରୀ ଉପ-ଅଧିକ୍ଷକ, ଅବକାରୀ ଥାନା ଅଧିକାରୀଙ୍କୁ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି। ନିୟମ ଉଲଘଂନ କାରୀ ମାଲିକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।  

ମଦ ଦୋକାନ ଗୁଡିକର ସିସିଟିଭି ଫୁଟେଜ୍ ନିୟମିତ ଯାଂଚ କରାଯିବ। କିଛି ଆପତ୍ତି ଜନକ ଦୃଶ୍ୟ ମିଳିଲେ ତୁରନ୍ତ ବାର୍ କର୍ତ୍ତୃପକ୍ଷଙ୍କ ବିରୋଧରେ ଅବକାରୀ ଆଇନ ଅନୁସାରେ ରିପୋର୍ଟ ଲେଖାଯିବ।  ଅଧିକାଂଶ ଅନୁମତିପ୍ରାପ୍ତ ଠିପି  ଖୋଲା ବିଦେଶୀ ମଦ ଦୋକାନ ଗୁଡିକ ଉପରେ ନିଜର ବାର୍ ପରିସରରେ ମହ ସହ ଗୀତ ବଜାଇ ଗ୍ରାହକଙ୍କୁ ଡାନ୍ସ ପାଇଁ ସୁଯୋଗ ଦେଉଛନ୍ତି।  କିଛି ଅନୁମତିପ୍ରାପ୍ତ ଠିପିଖୋଲା ଓ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଗୁଡିକ ନିଜର ଅନୁମୋଦିତ ସ୍ଥାନ ପରିବର୍ତ୍ତେ ଅନତ୍ରବାର୍ ଖୋଲି ଥିବା ଉଦାହରଣ ରହିଛି।  ଏସବୁ ତୁରନ୍ତ ବନ୍ଦ କରିବାକୁ ଅନୁମୋଦନ ରିପୋର୍ଟ ପଠାଇବାକୁ  ନିର୍ଦ୍ଦେଶ ଦିଆଯାଇଛି।