Gold Rate Today: ବର୍ଷ ଆରମ୍ଭରୁ ରେକର୍ଡ ଭାଙ୍ଗିଲା ସୁନା ଦର, ଭରି ପିଛା ଏତେ ଟଙ୍କା ବୃଦ୍ଧି
Gold Rate Today: ସୁନା ପ୍ରେମୀଙ୍କ ପାଇଁ ବଡ଼ ଖବର। ଗତ ତିନି ଦିନ ହେବ ବୃଦ୍ଧି ପାଇବାରେ ଲାଗିଛି ସୁନା ଦର। ଯାହା ଗ୍ରାହକଙ୍କ ଟେନସନ୍ ବଢାଇଛି। ତେବେ, ଆଜି ମଧ୍ୟ ସୁନା ରେଟ୍ ରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଯଦି ଆପଣ ଆଜି ସୁନା-ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି। ତେବେ, ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ, ଆସନ୍ତୁ ଜାଣିବା କେଉଁ ସହରରେ କେତେ ରହିଛି ସୁନା ରେଟ୍?
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୨,୬୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୯,୨୦୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୮୦୦ ଓ ୮୭୦ ଟଙ୍କା ବଢିଛି।
ALSO READ: Shani Guru Yuti 2025: ଏହିସବୁ ରାଶିଙ୍କ ସବୁ ଇଚ୍ଛା ପୂରଣ କରିବେ ଶନି-ବୃହସ୍ପତି, ବର୍ଷ ତମାମ ରହିବେ ମାଲାମାଲ୍!
ALSO READ: Odisha News: ରାଜ୍ୟରେ ଜଣେ ଗୁଟ୍ଖା କମ୍ପାନୀ ମାଲିକ, ଯାହାଙ୍କୁ କେନ୍ଦ୍ରକରି ବଦଳିପାରେ ଲାଞ୍ଚ ଅଭିଯୋଗର ରୂପରେଖ
ସେହିପରି ଦେଶର ରାଜଧାନୀ ନୂଆଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ୍ ରେଟ୍ ୭୨,୭୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୯,୩୫୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୮୦୦ ଓ ୮୭୦ ଟଙ୍କା ବୃଦ୍ଧି ପାଇଛି।
ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୨,୬୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୯,୨୦୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ୮୦୦ ଓ ୮୭୦ ଟଙ୍କା ବଢିଛି।
ସେହିପରି ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଟ୍ ୭୨,୬୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ରେଟ୍ ୭୯,୨୦୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୮୦୦ ଓ ୮୭୦ ଟଙ୍କା ବଢିଛି।
ଅନ୍ୟପଟେ, ଓଡି଼ଶାର ରାଜଧାନୀ ଭୁବନେଶ୍ବରର ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ୍ ରେଚ୍ ୭୨,୬୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ୍ ର ଦାମ୍ ୭୯,୨୦୦ ଟଙ୍କା ରହିଛି । ଏବଂ ୧୮ କ୍ୟାରେଟ୍ ର ରେଟ୍ ୫୯,୪୦୦ ଟଙ୍କା ରହିଛି। ତେବେ ଏଠି ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ୨୨ ଓ ୨୪ କ୍ୟାରେଟ୍ ରେ ଭରି ପିଛା ୮୦୦ ଓ ୮୭୦ ଟଙ୍କା ବଢିଛି। ଏବଂ ୧୮ କ୍ୟାରେଟ୍ ରେ ୬୫୦ ଟଙ୍କା ବୃଦ୍ଧି ପାଇଛି।